ETV Bharat / city

ଶିକ୍ଷୟିତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: କ୍ୟାପଟେନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

author img

By

Published : Oct 19, 2021, 3:06 PM IST

Updated : Oct 19, 2021, 3:46 PM IST

home minister dibya shankar mishra resign demand by congress on private school Teacher mamita meher murder case
ଶିକ୍ଷୟିତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: କ୍ୟାପଟେନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ବହୁ ଚର୍ଚ୍ଚିତ ମମିତା ମେହେର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରି କଂଗ୍ରେସ । ଅଧିକ ପଢନ୍ତୁ...

ଭୁବନେଶ୍ବର : ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କଂଗ୍ରେସ । ବହୁ ଚର୍ଚ୍ଚିତ ମମିତା ମେହେର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ । କଳାହାଣ୍ଡି ମମିତା ମେହେର ନିଖୋଜ ଘଟଣାରେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

କଳାହାଣ୍ଡିର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଏନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି । ଡେରା ସଚ୍ଚା ସୌଦା ବାବା ରାମ ରହିମ ଘଟଣା ସହ ମମିତା ମେହେରଙ୍କ କେସ ସହ ତୁଳନା କରିଛି କଂଗ୍ରେସ । କଲେଜରେ ଦେହ ବ୍ୟବସାୟ ଚାଲୁଥିବାର ଅଭିଯୋଗ ଆଣିଛି କଂଗ୍ରେସ । ଆହୁରି ଅନେକ ମୃତଦେହ କଲେଜ ପଡିଆରେ ପୋତା ଯାଇଥାଇପାରେ ବୋଲି ଅଭିଯୋଗ କରିଛି କଂଗ୍ରେସ।

ଶିକ୍ଷୟିତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: କ୍ୟାପଟେନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ମମିତାଙ୍କୁ ହତ୍ୟା କରି 8 ଫୁଟ ମାଟିରେ ପୋତାଯାଇଛି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟ ସମ୍ପୃକ୍ତି ରହିଛ । ଗୋବିନ୍ଦ ସାହୁ ଫେରାର କରିବାରେ ମଧ୍ୟ ମନ୍ତ୍ରୀଙ୍କ ହାତ ରହିଛି । ସ୍କୁଲରେ ଦେହ ବ୍ୟବସାୟ ଚାଲୁଥିଲା । ରାତିରେ ଦିବ୍ୟଶଙ୍କର ମିଶ୍ର ସେଠାକୁ ଆସୁଥିଲେ ଶୁଣିବାକୁ ମିଳୁଛି ବୋଲି ସାଲୁଜା ଅଭିଯୋଗ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନିଜେ ଏହି ଅଘଟଣାକୁ ଗୁରୁତର ସହ ନିଅନ୍ତୁ ତାସହ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ପଦକ୍ଷପ ଗ୍ରହଣ କରନ୍ତି । ତୁରନ୍ତା ଧାରା 306, 366, 120 B ଧାରାରେ ମାମଲା ରୁଜୁ କରାଯାଉ । ନୈତିକତା ଦୃଷ୍ଟିକୋଣରୁ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମନ୍ତବ୍ୟ ରଖିନ୍ତୁ ବୋଲି କଂଗ୍ରେସ କହିଛି ।

ସୂଚନାଥାଉକି ଗତ ୮ ତାରିଖରୁ ନିଖୋଜ ଥିଲେ ଶିକ୍ଷୟିତ୍ରୀ ମମିତା ମେହେର । ଏହି ଘଟଣାରେ ଘରୋଇ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଥିଲା କିନ୍ତୁ ପୋଲିସ ହେପାଜତରୁ ହଠାତ ଖସି ପଳାଇଥିଲେ ଅଭିଯୁକ୍ତ । ଏହା ପରେ ଏହି ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ସଂପୃକ୍ତି ନେଇ ଅଭିଯୋଗ ହୋଇଛି । ଆଜି ସେହି ସ୍କୁଲ ଷ୍ଟାଡିୟମ ପରିସରରେ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ସେଠାରୁ ପୋଲିସ ବ୍ରେସଲେଟ ଓ ଚେନ ଉଦ୍ଧାର କରିଛି । ତେବେ ଡିଏନଏ ଟେଷ୍ଟ କରାଯିବା ପରେ ସମସ୍ତ ଘଟଣା ସାମନାକୁ ଆସିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated :Oct 19, 2021, 3:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.