ETV Bharat / city

SAMS ନାମଲେଖାରେ ସାମିଲ ହେବାକୁ ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ଚିଠି

author img

By

Published : Apr 19, 2022, 12:30 PM IST

SAMS ନାମଲେଖାରେ ସାମିଲ ହେବାକୁ ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ଚିଠି
SAMS ନାମଲେଖାରେ ସାମିଲ ହେବାକୁ ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ଚିଠି

ରାଜ୍ୟରେ ସାମ୍ସ ଜରିଆରେ ସ୍ନାତକ(ୟୁଜି) ପାଠ୍ୟକ୍ରମ ପାଇଁ ଏକକ ଭାବେ ନାମଲେଖା ଅନୁଷ୍ଠିତ ହେଉଛି। ଗଙ୍ଗାଧର ମେହେର ଓ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ସାମିଲ ହେବାକୁ କୁଳସଚିବଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ସାମ୍ସ ଜରିଆରେ ସ୍ନାତକ(ୟୁଜି) ପାଠ୍ୟକ୍ରମ ପାଇଁ ଏକକ ଭାବେ ନାମଲେଖା ଅନୁଷ୍ଠିତ ହେଉଛି। ତେବେ ଗଙ୍ଗାଧର ମେହେର ଓ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ତେଣୁ ସାମ୍ସ ନାମଲେଖାରେ ସାମିଲ ହେବାକୁ ଏହି ଦୁଇ ବିଶ୍ଵବିଦ୍ୟାଳୟକୁ ଚିଠି ଲେଖାଯାଇଛି । 2022-23 ଶିକ୍ଷାବର୍ଷ ପାଇଁ ସାମ୍ସ ମାଧ୍ୟମରେ ଡିଗ୍ରି ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା କରାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

SAMS ନାମଲେଖାରେ ସାମିଲ ହେବାକୁ ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ଚିଠି
SAMS ନାମଲେଖାରେ ସାମିଲ ହେବାକୁ ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ଚିଠି

ରାଜ୍ୟର 1025ଟି ଶିକ୍ଷାନୁଷ୍ଠାନ ଏହି ନାମଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛନ୍ତି । କିନ୍ତୁ 2009-10 ମସିହାରୁ ରେଭେନ୍ସା ଓ ଗଙ୍ଗାଧର ମେହେର(ଜିଏମ୍) ବିଶ୍ବବିଦ୍ୟାଳୟ ସାମିଲ ହେଉନାହାନ୍ତି। ତେଣୁ 2022-23 ଶିକ୍ଷାବର୍ଷ ପାଇଁ ନାମଲେଖାରେ ସାମିଲ ହେବାକୁ ଉଚ୍ଚଶିକ୍ଷା ବିଭାଗ ଦୁଇ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.