ETV Bharat / city

ଗାଲୁଡିହି ମିଳିତ ପ୍ରକଳ୍ପ କମିଟି ବୈଠକ, ସମାଧାନ ହେବ ସୁବର୍ଣ୍ଣରେଖା ବହୁମୂଖୀ ପ୍ରକଳ୍ପର ଆନ୍ତଃରାଜ୍ୟ ସମସ୍ୟା

author img

By

Published : Apr 25, 2022, 10:33 PM IST

ଗାଲୁଡିହି ମିଳିତ ପ୍ରକଳ୍ପ କମିଟି ବୈଠକ
ଗାଲୁଡିହି ମିଳିତ ପ୍ରକଳ୍ପ କମିଟି ବୈଠକ

ସୁବର୍ଣ୍ଣରେଖା ବହୁମୂଖୀ ପ୍ରକଳ୍ପର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟା ସମାଧାନ ନେଇ ଆଜି ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ୧୧ତମ ଗାଲୁଡିହି ମିଳିତ ପ୍ରକଳ୍ପର କାର୍ଯ୍ୟକାରୀ କମିଟି ବୈଠକ ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ସୁବର୍ଣ୍ଣରେଖା ବହୁମୂଖୀ ପ୍ରକଳ୍ପର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟା ସମାଧାନ ନେଇ ଆଜି ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ୧୧ତମ ଗାଲୁଡିହି ମିଳିତ ପ୍ରକଳ୍ପର କାର୍ଯ୍ୟକାରୀ କମିଟି ବୈଠକ ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ ଓ ଝାଡଖଣ୍ଡ ଜଳସମ୍ପଦ ବିଭାଗର ସଚିବ ପ୍ରଶାନ୍ତ କୁମାର, ଉଭୟ ପକ୍ଷର ଯନ୍ତ୍ରୀ ପ୍ରତିନିଧି ଓ ଅନ୍ୟ ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ ।

ଗାଲୁଡିହି ମିଳିତ ପ୍ରକଳ୍ପର ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ନେଇ ବୈଠକରେ ସମୀକ୍ଷା ଓ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ବୈଠକରେ ଓଡିଶାର ଉଦ୍ଦେଶ୍ୟ ଓ ଗୁରୁତ୍ଵ ବହନ କରୁଥିବା ପ୍ରକଳ୍ପ କାର୍ଯ୍ୟର କ୍ରିୟାଶୀଳତା ଏବଂ ସଫଳ ରୂପାୟନ ନିମନ୍ତେ ଝାଡଖଣ୍ଡ ପ୍ରତିନିଧି ମାନଙ୍କୁ ଅବଗତ କରଯାଇଛି । ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତାକୁ ୧୯୨.୦୦ ମିଟର ସ୍ତରକୁ ବଢାଇ ଚୁକ୍ତି ମୁତାବକ ଓଡିଶାର ଜଳବଣ୍ଟନ ଅଂଶକୁ ରବି ଋତୁରେ ଲୋକମାନଙ୍କ ପାଇଁ ଜଳସେଚନ ସୁବିଧା ଯୋଗାଇଦେବା ।

ଚାନ୍ଦିଲି ବନ୍ଧର ଜଳଧାରଣ କ୍ଷମତା ବୃଦ୍ଧି ହେଲେ ସୁବର୍ଣ୍ଣରେଖା ନଦୀରେ ଆସୁଥିବା ବନ୍ୟା ପ୍ରଶମନ ଓ ନିୟନ୍ତ୍ରଣ କରାଯିବା ସହ ବାଲେଶ୍ଵର ଜିଲ୍ଲାର ତଳ ଓ ନଦୀକୂଳ ଅଞ୍ଚଳର ଲୋକମାନଙ୍କୁ ବନ୍ୟା ପ୍ରଭାବଜନିତ କ୍ଷୟକ୍ଷତିରୁ ରକ୍ଷା କରାଯାଇ ପାରିବ । ଏ ସଂପର୍କରେ ଝାଡଖଣ୍ଡ ସରକାରଙ୍କୁ ଅନୁରୋଧ କରାଯାଇଛି । ସେହିପରି ବନ୍ଦ ହୋଇଥିବା ‘ଇଚ୍ଚା’ ବନ୍ଧ ନିର୍ମାଣ କାର୍ଯ୍ୟର ପୁନରାରମ୍ଭ ହେବ । ସମୟାନୁସାରେ ଏହା ଶେଷ ହେଲେ ଓଡିଶାର ସୁବର୍ଣ୍ଣରେଖା ପ୍ରକଳ୍ପ ସେଚାଞ୍ଚଳରେ ରବି ଓ ଖରିଫ ଫସଲ ପାଇଁ ଜଳସେଚନ ସୁବିଧାକୁ ନିଶ୍ଚିତ କରାଯାଇପାରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.