ETV Bharat / city

ଭୁବନେଶ୍ୱରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

author img

By

Published : Aug 22, 2022, 11:04 PM IST

ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ୨ଟି ଲାଇନ ବ୍ଲକ ହୋଇଥିବା ଯୋଗୁଁ ପ୍ରାୟ ୧୬ଟି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ପ୍ରତିକାତ୍ମକ ଫୋଟୋ
ପ୍ରତିକାତ୍ମକ ଫୋଟୋ

ଭୁବନେଶ୍ବର: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ଭୁବନେଶ୍ବର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ଫଳରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଷ୍ଟେସନ ବାହାରେ ପ୍ରାୟ ୧୬ଟି ଟ୍ରେନ ଅଟକି ରହିଥିବା ସୂଚନା ମିଳିଛି ।

ଭୁବନେଶ୍ୱରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସୂଚନା ଅନୁସାରେ ଚକ୍ରଧରପୁର ଡିଭିଜନରୁ ଏକ ମାଲବାହୀ ଟ୍ରେନ ଯୋଗେ ସିମେଣ୍ଟ ଲୋଡ ହୋଇ ଭୁବନେଶ୍ବର ଏବଂ କଟକକୁ ଆସୁଥିଲା । ତେବେ ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ପ୍ରାୟ ସାଢ଼େ ୮ଟା ସମୟରେ ଏହି ଟ୍ରେନର ପାଞ୍ଚଟି ୱାଗନ୍ ଲାଇନରୁ ଖସିଯାଇଛି । ଅଘଟଣ ଯୋଗୁଁ ଜନଶତାବ୍ଦୀ, ପୁରୀ-ଦୁର୍ଗ, ତପସ୍ବିନୀ, ପୁରୀ-ଗାନ୍ଧୀଧାମ ଓ ପୁରୀ-ହାଓଡ଼ା ଏକ୍ସପ୍ରେସ ସମେତ ପ୍ରାୟ ୧୬ଟି ଟ୍ରେନ ଷ୍ଟେସନ ବାହାରେ ଅଟକି ରହିଛି ।

ଅଘଟଣ ଯୋଗୁଁ ପ୍ରଭାବିତ ଟ୍ରେନ:-

  • ଭୁବନେଶ୍ବର ଷ୍ଟେସନର ବାହ୍ୟ ସିଗନାଲରେ ନୂଆଦିଲ୍ଲୀ- ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ
  • ଭୁବନେଶ୍ବର ଷ୍ଟେସନରେ ବାହତରେ ସିଗନାଲ ରେ ହାଓଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ
  • ଅମୃତସର-ବିଶାଖାପାଟଣା ହିରାକୁଦ୍ ଏକ୍ସପ୍ରେସ୍ ଆର୍ ମଞ୍ଚେଶ୍ୱର ଷ୍ଟେସନ୍ ୮ଟା ୪୫ ମିନିଟରୁ ଅପେକ୍ଷାରେ ରହିଛି
  • ମଞ୍ଚେଶ୍ବର ବାହ୍ୟ ସିଗନାଲରେ ପାରାଦୀପ-ପୁରୀ ଏକ୍ସପ୍ରେସ
  • ହାଓଡ଼ା-ଚେନ୍ନାଇ କରମଣ୍ଡାଳ ଏକ୍ସପ୍ରେସ କଟକରେ ୯ଟା ୪୦ ମିନିଟରୁ ଅପେକ୍ଷା କରିଛି
  • ୯ଟା ୮ ମିନିଟ ଠାରୁ ନାରାଜରେ ସାଇନଗର ଶିରିଡି-ପୁରୀ ଏକ୍ସପ୍ରେସ
  • ୯ଟା ୪୦ ମିନିଟ ଠାରୁ ନରାଜରେ ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ
  • ଟାଟା-ବିଶାଖାପାଟଣା ଏକ୍ସପ୍ରେସ ୮ଟା ୩୨ ମିନିଟରେ ହରିଦାସପୁର ଛାଡିଥିଲା
  • ତାପଙ୍ଗ ଷ୍ଟେସନରେ ଗୁଣୁପୁର-ରାଉରକେଲା ରାଜାରାଣୀ ଏକ୍ସପ୍ରେସ ୯ଟା ୧୦ ମିନିଟରୁ ଭୁବନେଶ୍ବରରେ ପୁରୀ-ଦୁର୍ଗ ଏକ୍ସପ୍ରେସ

ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ୯ଟା ୩୬ ମିନିଟରୁ ଖୁରଡା ରୋଡରେ ଅପେକ୍ଷା କରିଛି

ପୁରୀ-ହାୱାଡ଼ା ଏକ୍ସପ୍ରେସ , ପୁରୀ-ହାଟିଆ ତାପସ୍ବୀନି ଏକ୍ସପ୍ରେସ, ପୁରୀ-ହୃଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ,

ବିଶାଖାପାଟନମ୍-ଭୁବନେଶ୍ବର ଇଣ୍ଟର ସିଟି ଚଳାଚଳ ପ୍ରଭାବିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.