ETV Bharat / city

ବହୁରୁପି ଏଣ୍ଡୁଅ ବିକ୍ରିବେଳେ ଦୁଇ ଅଭିଯୁକ୍ତ ଗିରଫ

author img

By

Published : Aug 29, 2022, 8:56 PM IST

Two accused were arrested while selling Chameleons
ଏଣ୍ଡୁଅ ବିକ୍ରି ବେଳେ ଦୁଇ ଅଭିଯୁକ୍ତ ଗିରଫ

ଏଣ୍ଡୁଅ ଚୋରାଚାଲାଣ ବେଳେ ପୋଲିସ ହାତରେ ଧରା ପଡିଛନ୍ତି ଦୁଇ ଅଭିଯୁକ୍ତ । ଅଧିକ ପଢନ୍ତୁ

ଭୁବନେଶ୍ବର: ମହଙ୍ଗା ପଡିଲା ବନ୍ୟପ୍ରାଣି ତସ୍କରୀ । ବହୁରୁପି ଏଣ୍ଡୁଅକୁ ଚୋରା ଚାଲାଣବେଳେ ଧରା ପଡିଲେ ଜେଜେ ନାତି । ମଞ୍ଚେଶ୍ବର ଶ୍ୟାମା ମୁଖାର୍ଜି ପାର୍କ ନିକଟରେ ଦେଢ ଲକ୍ଷରେ ବିକ୍ରି ପାଇଁ ଉଦ୍ୟମ ବେଳେ ଏଣ୍ଡୁଅକୁ ଉଦ୍ଧାର କରାଯାଇଛି । ଏଥିରେ ଜଗତସିଂହପୁର ତିର୍ତ୍ତୋଲର କ୍ଷୀରୋଦ ମହାନ୍ତି ଓ ରଶ୍ମିରଞ୍ଜନ ଦାସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଏଣ୍ଡୁଅ ବିକ୍ରି ବେଳେ ଦୁଇ ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ଜଟଣୀର ଜଣେ ବ୍ୟକ୍ତିଙ୍କଠୁ ଏଣ୍ଡୁଅ ଚାଲା ବେଳେ ଧରା ପଡିଛନ୍ତି ଜେଜେ ନାତି ଦୁଇଜଣ । ତେବେ ଜଗତସିଂହପୁର ତିର୍ତ୍ତୋଲରୁ ଆସି ଭୁବନେଶ୍ବରରେ ଚାଲାଣ କରୁଥିବାବେଳେ, ବନବିଭାଗ ହାତରେ ଧରା ପଡିଥିଲେ ଦୁଇ ଅଭିଯୁକ୍ତ । ଏନେଇ ବନ ବିଭାଗ ଅଧିକାରୀ ମାନସ ମହାନ୍ତି କହିଛନ୍ତି ଯେ, "ଏଣ୍ଡୁଅ ଚୋରାଚାଲାଣ ଖବର ପାଇ ଘଟଣା ସ୍ଥଳରେ ଛଦ୍ମ ବେଶରେ ପହଞ୍ଚିଥିଲେ ବନବିଭାଗ ଟିମ ।"

ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ପାଇଁ ପୋଲିସ ପଚରା ଉଚୁରା ଜାରି ରଖିଛି । ତେବେ ପୂର୍ବରୁ ଓ୍ବାଇଲଡ ଲାଇଫ ଆକ୍ଟରେ ସାପ ବିଷ, ବଜ୍ରକାପ୍ତା ଭଳି ଅନେକ ଚଢେଇ ଉଦ୍ଧାର ଭଳି ଘଟଣା ବେଆଇନ କାରବାର ଘଟଣା ପୁର୍ବରୁ ପର୍ଦାଫାସ ହୋଇଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.