ETV Bharat / city

ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ, ୫ ଦିନ ଧରି ଚାଲିବ ଟୁର୍ଣ୍ଣାମେଣ୍ଟ

author img

By

Published : Jul 17, 2022, 8:48 AM IST

ଶନିବାରଠୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ 48 ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ ନୂଆ ମିଟ ରେକର୍ଡ ପ୍ରତିଷ୍ଠା ହୋଇଛି । ଅଧିକ ପଢନ୍ତୁ
ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ
ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ

ଭୁବନେଶ୍ବର: ଶନିବାରଠୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ 48 ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ ହୋଇଛି । ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନସିପକୁ ଉଦଘାଟନ କରିଛନ୍ତି । ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେଉଥିବା ଏହି ଚାମ୍ପିଅନସିପ 5 ଦିନ ଧରି ଚାଲିବ । ପ୍ରଥମ ଦିନରେ ୩ ନୂଆ ମିଟ୍‌ ରେକର୍ଡ ପ୍ରତିଷ୍ଠା ହୋଇଛି ।

ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆରମ୍ଭ

ଚାମ୍ପିଅନସିପର ଉଦଘାଟନ କରି କ୍ରୀଡାମନ୍ତ୍ରୀ କହିଥିଲେ, ଆଜି ଆମ ସମସ୍ତଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ । ପ୍ରତିଯୋଗୀଙ୍କ ପାଇଁ ସମଗ୍ର ଓଡିଶା ଗର୍ବିତ । ଏହିପରି ଟୁର୍ଣ୍ଣାମେଣ୍ଟ ଆମେ ପ୍ରଥମ ଥର ପାଇଁ ଆୟୋଜିତ କରିଛୁ । ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ରାଜ୍ୟ ସରକାର ସନ୍ତରଣକୁ ସର୍ବଶ୍ରେଷ୍ଠ ସ୍ତରକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଉଦଘାଟନୀ ଉତ୍ସବରେ କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ମଧ୍ୟ ଯୋଗ ଦେଇଥିଲେ ।

ପ୍ରଥମ ଦିନରେ ୧୦୦ମିଟର ବ୍ୟାକଷ୍ଟ୍ରୋକ (ଗ୍ରୁପ-୧ବାଳିକା) କର୍ଣ୍ଣାଟକର ରିଦ୍ଧିମା ବୀରେନ୍ଦ୍ର କୁମାର ନୂଆ ମିଟ ରେକର୍ଡ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧:04.96 ସକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଛୁଇଁବାରେ ସଫଳ ହୋଇଥିଲେ । ୧୦୦ମିଟର ବ୍ୟାକଷ୍ଟ୍ରୋକ (ଗ୍ରୁପ-୧ବାଳକ)ରେ ସୁହାସ ପ୍ରୀତ ଏମ୍ ୧:0୧.୨୯ ସେକେଣ୍ଡ ସହ ନୂଆ ମିଟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ।

  • This is the first ever national aquatics event being organised in #Odisha. A total of 853 athletes from 30 states and UTs are participating in this five-day swimming extravaganza. pic.twitter.com/4TLSb0plel

    — Odisha Sports (@sports_odisha) July 16, 2022 " class="align-text-top noRightClick twitterSection" data=" ">

ଏହି ପ୍ରତିଯୋଗିତାରେ 30ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ 853 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ସୁଇମିଂରେ 254 ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ 528 ଜଣ ପ୍ରତିଯୋଗୀ ରହିଥିବା ବେଳେ ୱାଟର୍ ପୋଲୋରେ 105 ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ 325 ଜଣ ପ୍ରତିଯୋଗୀ ରହିଛନ୍ତି । ପ୍ରତିଯୋଗିତା ନିମନ୍ତେ 75ଜଣ ଟେକ୍ନିକାଲ ଅଧିକାରୀ ଏବଂ 50 ଜଣ ସହାୟକ କର୍ମଚାରୀ ରହିଛନ୍ତି । ଓଡିଶାରୁ 12 ଜଣ ବାଳକ ଓ 8 ଜଣ ବାଳିକା ସମେତ ମୋଟ 20 ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.