ETV Bharat / city

ଗାୟକ ବାପୁ ପଣ୍ଡାଙ୍କ ନାଁରେ ଏତଲା

author img

By

Published : Jul 10, 2021, 9:29 PM IST

ବାଲେଶ୍ବରର ଗାୟକ ବାପୁ ପଣ୍ଡାଙ୍କ ନାଁରେ ଏତଲା
ବାଲେଶ୍ବରର ଗାୟକ ବାପୁ ପଣ୍ଡାଙ୍କ ନାଁରେ ଏତଲା

ଅଶ୍ଳୀଳ ଭାଷା ବ୍ୟବହାର କରିଥିବାରୁ ବାଲେଶ୍ବରର ଗାୟକ ବାପୁ ପଣ୍ଡା ନାଁରେ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ....

ଭୁବନେଶ୍ବର: ଓଡିଶା କଳକାରଙ୍କ ସ୍ବର ସଂଗଠନ କଣ୍ଠଶିଳ୍ପୀ ବାପୁ ପଣ୍ଡାଙ୍କ ନାଁରେ ଏତଲା ଦେଇଛି । ଗୀତରେ ଅଶ୍ଳୀଳ ଭାଷା ପ୍ରୟାଗ କରି ଗାଉଥିବା ଅଭିଯୋଗରେ କଳାକାର ସଂଗଠନ ପକ୍ଷରୁ ଭୁବନେଶ୍ବର ଡିସିପିଙ୍କୁ ଭେଟି ଏହି ଏତଲା ଦିଆଯାଇଛି ।

ବାଲେଶ୍ବରର ଗାୟକ ବାପୁ ପଣ୍ଡାଙ୍କ ନାଁରେ ଏତଲା

ଏହାସହ ବାଲେଶ୍ବରର ଗୀତିକାର ବା ଗାୟକ ବାପୁ ପଣ୍ଡା ଯେଉଁ ଗୀତ ଗାଇଛନ୍ତି ସେଥିରେ ବ୍ୟବହାର ଶବ୍ଦ ଅତ୍ୟନ୍ତ ଅଶ୍ଳୀଳ, ଅଣସମ୍ବିଧାନିକ ଓ ଭଦ୍ର ସମାଜରେ ଗ୍ରହଣୀୟ ନୁହେଁ ବୋଲି କଳାକାର ଅଭିଯୋଗ ଆଣିଛନ୍ତି । କାରଣ ପ୍ରେମ ଚିରନ୍ତନ ଓ ସ୍ପଷ୍ଟ ହୋଇଥିବା ବେଳେ ପ୍ରେମକୁ ସେ ଅଶ୍ଲୀଳତାର ସହ ଗୀତାରେ ଦର୍ଶାଇଛନ୍ତି । ଯାହା ସମାଜ ଓ ଶିଶୁଙ୍କ ପ୍ରତି ଏକ ଖରାପ ପ୍ରଭାବ ପକାଉଛି।

ଆଉ ଏହା ଏକ ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ତେଣୁ ଗୀତ ସହ ଡାଳକୁ ଆଧାର କରି ସେହି ଗାୟକ ଓ ସଂଗୀତ ନିର୍ଦ୍ଦେଶକଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି କହିଛନ୍ତି ଓଡିଶା କଳକାରଙ୍କ ସ୍ବର ସଂଗଠନର କର୍ମକର୍ତ୍ତା । ଗୀତଟିକୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୋପୀନାଥ ପାଣିଗ୍ରାହୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.