ETV Bharat / city

କେମିତି ଥିଲା ହଟ ସିଟ୍‌ର ଅଭିଜ୍ଞତା, ଶୁଣନ୍ତୁ ଦୂତୀଙ୍କ ମୁହଁରୁ...

author img

By

Published : Oct 24, 2019, 7:06 PM IST

Updated : Oct 24, 2019, 11:19 PM IST

‘କୌନ ବନେଗା କରୋଡପତି’ରେ ଦୂତୀ ଚାନ୍ଦ । ଏନେଇ ଆମକୁ ଏକ Exclusive ଇଣ୍ଟରଭ୍ୟୁ ଦେଇଛନ୍ତି ଦୂତୀ । ଅଧିକ ପଢନ୍ତୁ...

କେମିତି ଥିଲା ହର୍ଟ ସିଟ୍‌ର ଅଭିଜ୍ଞତା, ଶୁଣନ୍ତୁ ଦୂତୀଙ୍କ ମୁହଁରୁ...

ମୁମ୍ବାଇ: ବିଗ୍‌ ବିଙ୍କ ଲୋକପ୍ରିୟ ଶୋ' ‘କୌନ ବନେଗା କରୋଡପତି’ର ହଟ ସିଟ୍‌ରେ ଦୌଡରାଣୀ ଦୂତୀ ଚାନ୍ଦ । ଆସନ୍ତା ଶୁକ୍ରବାର ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେବ ଦୂତୀଙ୍କ ଏହି ଏପିସୋଡ । ତେବେ ଏନେଇ ଆମକୁ ଏକ Exclusive ଇଣ୍ଟରଭ୍ୟୁ ଦେଇଛନ୍ତି ଦୂତୀ । ଆସନ୍ତୁ ଶୁଣିବା ଦୂତିଙ୍କ ମୁହଁରୁ କେମିତି ଥିଲା ହଟସିଟ୍‌ର ଏକ୍ସପିରିଏନ୍ସ....

କେମିତି ଥିଲା ହର୍ଟ ସିଟ୍‌ର ଅଭିଜ୍ଞତା, ଶୁଣନ୍ତୁ ଦୂତୀଙ୍କ ମୁହଁରୁ...

ନିଜ ପ୍ରତିକ୍ରିୟାରେ ଦୂତୀ କହିଛନ୍ତି, ଅମିତାଭଙ୍କ ସହ ‘କୌନ ବନେଗା କରୋଡପତି’ରେ ଭାଗ ନେବା ତାଙ୍କ ପାଇଁ କୌଣସି ସ୍ବପ୍ନଠାରୁ କମ୍ ନଥିଲା । ଏହାସହ ସେ ସମୁଦାୟ 7ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବା ମଧ୍ୟ କହିଥିଲେ । ତେବେ ହଟ ସିଟ୍‌ରେ ବସିବା ବେଳେ ସେ ନର୍ଭସ ଥିଲେ ଏବଂ ତାଙ୍କ ଦେହରୁ ଝାଳ ବାହାରିଥିବା କହିଥିଲେ ଦୂତୀ.....

ଏଠାରେ ସୂଚନାଯୋଗ୍ୟ, ‘କୌନ ବନେଗା କରୋଡପତି’ର କରମବୀର ଏପିସୋଡ୍‌ରେ ଦୂତିଙ୍କ ସହିତ ଆସାମ ଆଥଲେଟ୍‌ ହିମା ଦାସ ଏବଂ ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ୍‌ ମଧ୍ୟ ଭାଗ ନେଇଥିଲେ । ଦୂତୀଙ୍କ ଏହି ଏପିସୋଡ୍‌ଟି ଆସନ୍ତା ଶୁକ୍ରବାର ଟେଲିକାଷ୍ଟ ହେବାକୁ ଯାଉଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Exclusive
ବିଗ ବି ଙ୍କ କେତେଟି ପ୍ରଶ୍ନ ଉତ୍ତର ରଖିଲେ ଦୌଡ଼ ରାଣୀ ଦୁତି, ଦେଖନ୍ତୁ ଏହି ଭିଡ଼ିଓ ରେ,
କେତେ ବେଳେ ଭୋଗ ମେଗାଯିନ ର ଫ୍ରଣ୍ଟ ପେଜ ତ କେତେ ବେଳେ ଅମିତା ବଚନ ସହ କେବସି ର ହଟ ସିଟ ସେୟାର କରିଥିବା ଓଡ଼ିଶାର ଦୌଡ଼ ରାଣୀ ଦୁତିଚନ୍ଦ ଆଜି ଓଡ଼ିଶା ଫେରିବା ପରେ ଇଟିଭି ଭାରତ କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ରେ କେବିସି ହଟ ସିଟ ର ଅନେକ କଥା କହିଛନ୍ତି,

Body:Exclusive

Conclusion:
Last Updated :Oct 24, 2019, 11:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.