ETV Bharat / city

ଦୂତିଙ୍କୁ କୋରୋନା ମାଡ: ପ୍ରସ୍ତୁତିରେ ଅର୍ଥାଭାବ, ବିକିବେ BMW କାର

author img

By

Published : Jul 11, 2020, 1:23 PM IST

Updated : Jul 11, 2020, 5:42 PM IST

ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତି ଚାନ୍ଦ । କୋରୋନା କାଳରେ ସେ ନିଜ ଦାମିକା ବିଏମଡବ୍ଲ୍ୟୁ କାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଜର ଏଭଳି ନିଷ୍ପତ୍ତି ପଛରେ ସେ ପାଣ୍ଠିର ଅଭାବ ବୋଲି ପରୋକ୍ଷରେ ଦର୍ଶାଇଛନ୍ତି । ଅଧିକ ପଢନ୍ତୁ...

Dutee chand wants to sales her BMW
ଦୂତିଙ୍କୁ କୋରୋନା ପ୍ରହାର: 25 ଲକ୍ଷରେ ବିକିବେ ବିଏମଡବ୍ଲ୍ୟୁ କାର୍

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତି ଚାନ୍ଦ । ହେଲେ ଏଥର ସେ କୌଣସି କ୍ରୀଡା ସଫଳତାକୁ ନେଇ ଚର୍ଚ୍ଚାକୁ ଆସିନାହାନ୍ତି । ଧାବିକା ଦୂତିଚାନ୍ଦ ନିଜ ଦାମିକା ବିଏମଡବ୍ଲ୍ୟୁ କାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଫେସବୁକରେ ଏକ ପୋଷ୍ଟ କରିଥିଲେ । ନିଜର ଏଭଳି ନିଷ୍ପତ୍ତି ପଛରେ ସେ ପାଣ୍ଠିର ଅଭାବ ବୋଲି ପରୋକ୍ଷରେ ଦର୍ଶାଇଛନ୍ତି ।

ଦୂତିଙ୍କୁ କୋରୋନା ପ୍ରହାର: 25 ଲକ୍ଷରେ ବିକିବେ ବିଏମଡବ୍ଲ୍ୟୁ କାର୍

ସେ କହିଛନ୍ତି ଯେ, ବର୍ତ୍ତମାନ କୋରୋନା ପାଇଁ ଲକଡାଉନ ଜାରି ରହିଛି । ତେବେ ସେ 2020ରେ ହେବାକୁ ଥିବା ଟୋକିଓ ଅଲମ୍ପିକ ପାଇଁ ସେ ପ୍ରସ୍ତୁତ ହେଉଥିଲେ । ହେଲେ କୋରୋନା ପାଇଁ ଏହା ଆସନ୍ତା ବର୍ଷ ଅନୁଷ୍ଠିତ ହେବ । ଏମିତି ସ୍ଥିତିରେ ବି ସେ ପ୍ରସ୍ତୁତି ଚଳାଇଛନ୍ତି । ହେଲେ ଅର୍ଥାଭାବ କାରଣରୁ ନିଜ ଫିଟନେସ ଉପରେ ବିଶେଷ ଗୁରୁତ୍ବ ଦେଇପାରୁନାହାନ୍ତି । ଆଉ ଏଭଳି ସ୍ଥିତିରେ ତାଙ୍କ ପକ୍ଷରେ ଏହି ମୂଲ୍ୟବାନ ଗାଡି ମେଣ୍ଟେନ୍ କରିବା ସମ୍ଭବପର ନୁହେଁ ।

ଅପରପକ୍ଷେ ଯେଉଁ ସବୁ ସଂସ୍ଥା ସହିତ ସେ ପ୍ରାୟୋଜକ ଚୁକ୍ତି ସ୍ଵାକ୍ଷର କରିଥିଲେ ସେସବୁ ଶେଷ ହେବାକୁ ବସିଛି । କୋରୋନା ପ୍ରଭାବ ବିଭିନ୍ନ ଅନୁଷ୍ଠାନ ଓ ଉଦ୍ୟୋଗ ମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଛି । ତେଣୁ କେହି ସଂସ୍ଥା ବର୍ତ୍ତମାନ ସମୟରେ ତାଙ୍କୁ ସହଯୋଗ କରିବା ପରିସ୍ଥିତିରେ ନାହାନ୍ତି । ତେଣୁ ଖେଳ ପାଇଁ ପ୍ରସ୍ତୁତି ଜାରି ରଖିବାକୁ ହେଲେ ତାଙ୍କୁ ତାଙ୍କ ଖାଦ୍ୟପେୟ ଓ ଅଭ୍ୟାସ ପାଇଁ ଅର୍ଥର ଆବଶ୍ୟକତା ରହିଛି । ଏଥିପାଇଁ ସେ ନିଜ କାରକୁ ବିକି ନିଜ ଫିଟନେସ ଖର୍ଚ୍ଚ ଉଠାଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । 2018 ମସିହାରେ 40 ଲକ୍ଷ ଟଙ୍କାରେ କିଣିଥିବା ଏହି କାରକୁ ସେ 25 ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏପର୍ଯ୍ୟନ୍ତ କେହି ତାଙ୍କୁ ଯୋଗାଯୋଗ କରିନଥିବାବେଳେ ଖୁବ ଶୀଘ୍ର ଏହା ବିକ୍ରି କରିବେ ବୋଲି କହିଛନ୍ତି । ଏହା ସହିତ ସେ ଏବେ ନିଜର ଅଭ୍ୟାସ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ କରିଥିବାବେଳେ ଅନଲାଇନ ଜରିଆରେ କୋଚ ଓ ଫିଜିଓଙ୍କ ଠାରୁ ଟ୍ରେନିଂ ଗ୍ରହଣ କରୁଛନ୍ତି । ତେବେ ଖୁବ୍ ଶୀଘ୍ର କୋରୋନା ବିଶ୍ବରୁ ବୈଜ୍ଞାନିକ, ଡାକ୍ତର ମାନଙ୍କ ପ୍ରଚେଷ୍ଟାରୁ ଦୂର ହେବ । ସେ ପୁଣି ଟ୍ରାକରେ ଲୋକମାନଙ୍କୁ ମନୋରଞ୍ଜନ କରିବେ ବୋଲି କହିଛନ୍ତି ।

ପ୍ରକାଶ ଥାଉ କି, ଦୌଡ଼ରାଣୀ ଦୂତୀ ଚାନ୍ଦ ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅନେକ ସୁନାମ ଆଣିଛନ୍ତି । ପିଲାବେଳକୁ ତାଙ୍କୁ ଗାଡି ବହୁତ ପସନ୍ଦ ଥିବାବେଳେ ନିଜର ଏହି ଇଚ୍ଛାକୁ ପୂରଣ କରିବାକୁ ସେ କ୍ରୀଡା ଜଗତରେ ହାସଲ କରୁଥିବା ପୁରସ୍କାର ରାଶିରେ ଅନେକ ଗାଡି କିଣିଛନ୍ତି । ବିଏମଡବ୍ଲ୍ୟୁ ବ୍ୟତୀତ ତାଙ୍କ ପାଖରେ ଏବେବ ବି 2ଟି କାର ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated :Jul 11, 2020, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.