ETV Bharat / city

ଭଉଣୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ ନେଇ ଦୂତିଙ୍କ ପ୍ରତିକ୍ରିୟା

author img

By

Published : Sep 25, 2022, 10:08 PM IST

Updated : Sep 25, 2022, 11:07 PM IST

ପୁଣି ଚର୍ଚ୍ଚାରେ ୨ ଆଥଲେଟ ଭଉଣୀ ଦୂତି ଚାନ୍ଦ ଓ ସରସ୍ବତୀ ଚାନ୍ଦ । ସୋସିଆଲ ମିଡ଼ିଆରେ ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୂତି ସରସ୍ବତୀ । ଏହି ପୋଷ୍ଟ ଉପରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ଦୂତି । ଅଧିକ ପଢନ୍ତୁ

ଭଉଣୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ ନେଇ ଦୂତିଙ୍କ ପ୍ରତିକ୍ରିୟା
ଭଉଣୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ ନେଇ ଦୂତିଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ସୋସିଆଲ ମିଡ଼ିଆରେ ପରସ୍ପର ବିରୋଧରେ ବିବାଦୀୟ ପୋଷ୍ଟ କରି ମୁହାଁମୁହିଁ ହୋଇଛନ୍ତି ୨ ଆଥଲେଟ୍‌ ଭଉଣୀ ଦୂତି ଚାନ୍ଦ ଓ ସରସ୍ବତୀ ଚାନ୍ଦ । ପୋଷ୍ଟରେ ଉଭୟ ଚରିତ୍ର ସଂହାର କରିଥିବା ବେଳେ ନିଜ ପୋଷ୍ଟକୁ ନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତି । ବଡ଼ ଭଉଣୀ ସରସ୍ବତୀ ତାଙ୍କ ବିରୋଧରେ ବାରମ୍ବାର ଏପରି ପୋଷ୍ଟ କରୁଥିବାରୁ ସେ ତାଙ୍କୁ ରୋକିବା ଲାଗି ଏପରି ପୋଷ୍ଟ କରିଥିବା କହିଛନ୍ତି ।

ଭଉଣୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ ନେଇ ଦୂତିଙ୍କ ପ୍ରତିକ୍ରିୟା

ଏ ନେଇ ଦୂତି କହିଛନ୍ତି, "ମୋ ଭଉଣୀ ସବୁବେଳେ ମୋ ବିରୋଧରେ ଗୋଟିଏ ପରେ ଗୋଟିଏ ପୋଷ୍ଟ ଦେଇଚାଲିଛନ୍ତି । ଏଥିରେ କୌଣସି ସତ୍ୟତା ନାହିଁ । ଆମ ଝଗଡ଼ା ମଧ୍ୟରେ ବାରମ୍ବାର ବାପା ମାଆଙ୍କୁ ଟାଣୁଛନ୍ତି । ଘର ସହିତ ମୋର ଭଲ ସମ୍ପର୍କ ଥିଲେ ମଧ୍ୟ ସେ ସମାଜରେ କହୁଛି ଯେ ମୋର ଘର ସହିତ ଭଲ ସମ୍ପର୍କ ନାହିଁ । ବିଭିନ୍ନ ପ୍ରକାର ଅକଥନୀୟ କଥା କହି ମୋ ବିରୋଧରେ ପୋଷ୍ଟ କରୁଛି । ଯାହାଦ୍ବାରା ମୋର ସମ୍ମାନ ହାନି ହେଉଛି । ବାରମ୍ବାର ସେ ଏପରି କରୁଥିବାରୁ ତାକୁ ରୋକିବା ପାଇଁ ମୁଁ ଏପରି ଏକ ପୋଷ୍ଟ କରିଛି । ଆଉ କେତେ ସହିବି ?"

ବଡ଼ ଭଉଣୀ ସରସ୍ବତୀ ବାଙ୍ଗଲାଦେଶୀ ଓ ନେପାଳର ନାଗରିକଙ୍କୁ ଓଡ଼ିଶା ଆଣି ତାଙ୍କୁ ଭାରତର ବାସିନ୍ଦା କରାଉଛନ୍ତି । ପୋଲିସ ଅଧିକାରିଣୀ ଭାବେ ସେ ନିଜ ପଦବୀର ଦୁରୂପଯୋଗ କରୁଥିବା ଦୂତି ଅଭିଯୋଗ ଆଣିଥିଲେ । ଏହା ଉପରେ ପ୍ରତିକ୍ରିୟା ରଖି ଦୂତି କହିଛନ୍ତି, "ସେ ବାଙ୍ଗଲାଦେଶରୁ ଏକ ଝିଅକୁ ଆଣି ଆମ ଘରେ ରଖିଥିଲା । ଯାହାର କି କୌଣସି ଠିକଣା ନଥିଲା । ବାପାମାଆଙ୍କ ନକଲି ଦସ୍ତଖତ ନେଇ ତାର ଆଧାର କାର୍ଡ ଓ ପାନ କାର୍ଡ କରାଇଥିଲା ଏବଂ ପଞ୍ଚାୟତ ନିର୍ବାଚନରେ ତାକୁ ପ୍ରାର୍ଥୀ ଭାବେ ଠିଆ କରାଇଥିଲା । ସେଥିପାଇଁ ମୁଁ ତାକୁ ଧମକ ଭାବେ ଏହି ପୋଷ୍ଟ କରିଛି ।"

ଏହା ବି ପଢନ୍ତୁ- ପୁଣି ଚର୍ଚ୍ଚାରେ ଆଥେଲଟ ଭଉଣୀ ଦୂତି ସରସ୍ବତୀ, ସୋସିଆଲ ମିଡିଆରେ ପରସ୍ପରର ଚରିତ୍ର ସଂହାର

ଭଉଣୀ ସରସ୍ବତୀ ଯଦି ଆଗକୁ ଏପରି ପୋଷ୍ଟ କରନ୍ତି ତେବେ ସେ ତାଙ୍କର ବେଆଇନ କାର୍ଯ୍ୟର ପର୍ଦ୍ଦାଫାଶ କରିବେ ବୋଲି ଧମକ ଦେଇଛନ୍ତି ଦୂତି । ଅନ୍ୟପଟେ ଦୂତି ଡ୍ୟାନ୍ସିଂ ରିଆଲିଟି ଶୋ' ଝଲକ ଦିଖଲା ଜା ର ଅନୁଭୂତି ମଧ୍ୟ ସେୟାର କରିଛନ୍ତି । ଏଥିପାଇଁ ସେ ଗର୍ବ ଅନୁଭବ କରିବା ସହିତ ଶୋ'ର ଜଜ୍‌ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏ ନେଇ ଦୂତି କହିଛନ୍ତି, "ମୁଁ ସବୁବେଳେ ମୋର ସ୍ପୋର୍ଟ୍ସ କ୍ୟାରିଅର ଉପରେ ଗୁରୁତ୍ବ ଦିଏ । ମାତ୍ର ଯେତେବେଳେ ଡ୍ୟାନ୍ସିଂ ଶୋ'ରେ ସୁଯୋଗ ମିଳିଲା ମୁଁ ସେଥିରେ ଅଂଶଗ୍ରହଣ କରି ଗର୍ବ ଅନୁଭବ କରୁଛି । କେବେ ଭାବିନଥିଲି ମୁଁ କେବେ ଡ୍ୟାନ୍ସର ହୋଇପାରିବି । ଗୀତର ତାଳେ ତାଳେ ନାଚି ପାରିବି । ଏହି ସୁଯୋଗ ମୋ ପାଇଁ ଏକ ନିଆରା ଅନୁଭୂତି । ଜଜ୍‌ ମାନେ ମୋର ଭରପୂର ପ୍ରଶଂସା କଲେ । ମୁଁ ଏଥିଲାଗି ବହୁତ ଖୁସି ।"

ସୂଚନା ଥାଉ କି, ସୋସିଆଲ ମିଡ଼ିଆ ଜରିଆରେ ଦୁଇ ଭଉଣୀଙ୍କ ଲଢେଇ କରିଥିଲେ । ଦୂତି ଡ୍ୟାନ୍ସିଂ ଶୋ'ରେ ଅଂଶଗ୍ରହଣ କରିବା ପରେ ବଡ଼ ଭଉଣୀ ତାଙ୍କୁ କଟାକ୍ଷ କରିଥିଲେ । ସେ ସ୍ପୋର୍ଟ୍ସ କ୍ୟାରିଅର ଶେଷ କରି ଡ୍ୟାନ୍ସିଂ କ୍ୟାରିଅର ଆରମ୍ଭ କରିଥିଲେ ବୋଲି ସେ କହିଥିଲେ । ଏହାର ପ୍ରତି ଜବାବ ସ୍ବରୂପ ଦୂତି ମଧ୍ୟ ଏକ ପୋଷ୍ଟ କରି ତାଙ୍କୁ ଟାର୍ଗେଟ କରିଥିଲେ । ୨ ଭଉଣୀ ପୋଷ୍ଟ ମାଧ୍ୟମରେ ପରସ୍ପରର ଚରିତ୍ର ସଂହାର କରିବା ସହିତ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ । ଅରୁଚିକର ଶବ୍ଦର ବ୍ୟବହାର କରିଥିଲେ ଦୁଇ ଭଉଣୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 25, 2022, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.