ETV Bharat / city

Cyclone Alert: ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗ ୱାରରୁମ ପ୍ରସ୍ତୁତ: ଶକ୍ତି ମନ୍ତ୍ରୀ

author img

By

Published : May 6, 2022, 9:13 PM IST

ଶକ୍ତି ମନ୍ତ୍ରୀ
ଶକ୍ତି ମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ । ବାତ୍ୟା ପୂର୍ବ, ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ମଧ୍ୟ କମ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି । ଏବେ ବି ପ୍ରସ୍ତୁତ। ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ । ବାତ୍ୟା ପୂର୍ବ, ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ମଧ୍ୟ କମ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି । ଏବେ ବି ପ୍ରସ୍ତୁତ। ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ବାତ୍ୟା ମୁକାବିଲା ଶକ୍ତି ବିଭାଗ ୱାରରୁମ ପ୍ରସ୍ତୁତ: ଶକ୍ତି ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି, "ସାରା ରାଜ୍ୟର ବିଦ୍ୟୁତ ସେବାର ସମୀକ୍ଷା କରାଯାଇଛି । ବିଭାଗର ସମସ୍ତ ଅଧିକାରୀ, ବିଦ୍ୟୁତ ଉତ୍ପାଦନ ଓ ବିତରଣ ସଂସ୍ଥାର ଅଧିକାରୀ ଉପସ୍ଥିତ ଥିଲେ । ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଇଛି । ବାତ୍ୟା ପରେ ପୁନଃରୁଦ୍ଧାର କାର୍ଯ୍ୟ ଯେଉଁ କାର୍ଯ୍ୟ କରିବା କଥା ତାହା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ଶକ୍ତି ବିଭାଗର WAR ରୁମ ପ୍ରସ୍ତୁତ ହୋଇଛି ।"

ପୂର୍ବରୁ ବାତ୍ୟାରୁ ଶକ୍ତି ବିଭାଗକୁ ଅନେକ ଅଭିଜ୍ଞତା ମିଳିଛି । 24 ଘଣ୍ଟା ମଧ୍ୟରେ ବିଦ୍ୟୁତ ବିଭାଗ ପୁନଃରୁଦ୍ଧାର କାର୍ଯ୍ୟରେ ସଫଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.