ETV Bharat / city

Possible Cyclone: ବାତ୍ୟା ମୁକାବିଲା ଲାଗି ଶକ୍ତି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ଶକ୍ତି ସଚିବ

author img

By

Published : May 6, 2022, 10:20 PM IST

ଶକ୍ତି ସଚିବ
ଶକ୍ତି ସଚିବ

ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଶକ୍ତି ବିଭାଗର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । କୌଣସି ପ୍ରକାର ସ୍ଥିତିର ମୁକାବିଲା ଲାଗି ବିଭାଗ ପ୍ରସ୍ତୁତ ବୋଲି କହିଛନ୍ତି ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଡ. ନିକୁଞ୍ଜ ବିହାରୀ ଧଳ । ଏନେଇ ଶକ୍ତି ବିଭାଗ ପାଖରେ ଉନ୍ନତ ମାନବ ସମ୍ବଳ ଓ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକୀୟ ସାମଗ୍ରୀ ମହଜୁଦ ଥିବା କହିଛନ୍ତି ସଚିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଶକ୍ତି ବିଭାଗର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । କୌଣସି ପ୍ରକାର ସ୍ଥିତିର ମୁକାବିଲା ଲାଗି ବିଭାଗ ପ୍ରସ୍ତୁତ ବୋଲି କହିଛନ୍ତି ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଡ. ନିକୁଞ୍ଜ ବିହାରୀ ଧଳ । ଏନେଇ ଶକ୍ତି ବିଭାଗ ପାଖରେ ଉନ୍ନତ ମାନବ ସମ୍ବଳ ଓ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକୀୟ ସାମଗ୍ରୀ ମହଜୁଦ ଥିବା କହିଛନ୍ତି ସଚିବ ।

ବାତ୍ୟା ମୁକାବିଲା ଲାଗି ଶକ୍ତି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଶକ୍ତି ସଚିବ

ସଚିବ କହିଛନ୍ତି ଯେ, ଶକ୍ତି ବିଭାଗ ପାଖରେ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି । ଯେପରି କି ଇଲେକ୍ଟ୍ରିକ ପୋଲ, ଲାଇଟ, ଜେନେରେଟର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଛି । କ୍ଵାଲିଟି ମାନବ ସମ୍ବଳ ମଧ୍ୟ ଅଛନ୍ତି । ଆବଶ୍ୟକ ପଡିଲେ ଖୁବଶୀଘ୍ର ଏମାନଙ୍କୁ ବିଭିନ୍ନ ସ୍ଥାନକୁ ପଠା ଯାଇପାରିବ । ପୁନଃରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ । ଲୋକଙ୍କ ଜୀବନ ଓ ଜୀବିକାକୁ ତୁରନ୍ତ ସହଜ ଓ ସରଳ କରିବା ଲାଗି ବିଭାଗ ପ୍ରସ୍ତୁତ ହୋଇ ଅଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭାଗ ଆଗୁଆ ସମ୍ପୂର୍ଣ ପ୍ରସ୍ତୁତ ହୋଇଛି ।

ଓପିଟିସିଏଲ ଓ ଅନ୍ୟ ଡିଷ୍ଟ୍ରିବ୍ୟୁସନ ସଂସ୍ଥା ପ୍ରସ୍ତୁତ ଅଛନ୍ତି । ମନିଟର ମେକାନିଜମ ଆରମ୍ଭ ହୋଇଛି । ପର୍ଯ୍ୟାପ୍ତ ପରିମାଣର ମ୍ୟାଟେରିଆଲ ଅଛି । କର୍ମଚାରୀଙ୍କୁ ପଠାଇବା ପାଇ ବ୍ୟବସ୍ଥା କରାଯାଇଛି । ଗତ ୟସ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ ଦିନ ମଧ୍ୟରେ ସଂଯୋଗ ଦିଆଯାଇଥିଲା । ଚଳିତ ଥର ଯଦି ସେପରି ସ୍ଥିତି ଆସେ ତାଠାରୁ ଶୀଘ୍ର କରିବାକୁ ବ୍ୟବସ୍ଥା ହୋଇଛି । ସେନେଇ ବିଭାଗ ପ୍ରସ୍ତୁତି ହୋଇଛି । ପ୍ରାଥମିକତା ଭିତ୍ତିରେ ହସ୍ପିଟାଲକୁ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ୟୁନିଟରୁ କିପରି ଶକ୍ତି ସଂଯୋଗ ନ କଟିବ ସେ ନେଇ ବ୍ୟବସ୍ଥା ହୋଇଛି ।

ଯଦି ସମସ୍ୟା ଉପୁଜେ ପ୍ରାଥମିକତା ଭିତ୍ତିରେ କିପରି ସେଠାକୁ ସଂଯୋଗ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଇଛି । ବିଭାଗ ପକ୍ଷରୁ ଦୁର୍ବଳ ସ୍ଥାନ ଚିହ୍ନଟ ହୋଇଛି । ଗ୍ରୀଷ୍ମକାଳୀନ ବାତ୍ୟା ଲାଗି ରାଜ୍ୟ ଆଗୁଆ ପ୍ରସ୍ତୁତି କରେ । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ମାସରୁ ଗଛ କଟା, କାର୍ଯ୍ୟ ଶେଷ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.