ETV Bharat / city

State Corona death report; ଆଖି ବୁଜିଲେ ଆଉ ୩ ରୋଗୀ

author img

By

Published : Nov 18, 2021, 11:53 AM IST

ଆଖି ବୁଜିଲେ ଆଉ ୩ ରୋଗୀ
ଆଖି ବୁଜିଲେ ଆଉ ୩ ରୋଗୀ

ରାଜ୍ୟରେ କମୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ରାଜ୍ୟରେ ତିନିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୩୮୬ରେ ପହଞ୍ଚିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଜନିତ ମୃତ୍ୟୁସଂଖ୍ୟା କମୁଛି ସତ କିନ୍ତୁ ବ୍ରେକ ଲାଗୁନାହିଁ । ପ୍ରତିଦିନ କେହି ନା କେହି ଆକ୍ରାନ୍ତଙ୍କ ଜୀବନ ନେଉଛି କୋରୋନା । ଦୁଇଦିନ ହେବ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ଆଜି ତିନିଜଣଙ୍କ ଜୀବନ ନେଇଛି ମହାମାରୀ । ରିପୋର୍ଟ ଅନୁସାରେ ଆଜି(ଗୁରୁବାର) ରାଜ୍ୟରେ ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୮୬କୁ ବୃଦ୍ଧି ହୋଇଛି ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାର ସମୁଦାୟ ମୃତ୍ୟୁସଂଖ୍ୟା ୧୫୫୬ ହୋଇଥିବାବେଳେ ପୁରୀ ୪୬୦ ଓ ସନ୍ଦରଗଡରରେ ୫୯୧ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣ ୨୯ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୩୧୭କୁ ବୃଦ୍ଧି ପାଇଛି । ସଂକ୍ରମଣ କମିଥିଲେ ମଧ୍ୟ ଦିନେ ବଢୁଛି ଦିନେ କମୁଛି । ମୃତ୍ୟୁସଂଖ୍ୟାର ସମାନ ସ୍ଥିତି ରହିଛି । ଆଗକୁ ତୃତୀୟ ଲହର ବିପଦ ରହିଛି । ଶୀତଋତୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.