ETV Bharat / city

ରାଜ୍ୟରେ ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ

author img

By

Published : Aug 8, 2021, 9:46 AM IST

ରାଜ୍ୟରେ ଆଖିବୁଜିଲେ ଆଉ ୬୯ ଆକ୍ରାନ୍ତ
ରାଜ୍ୟରେ ଆଖିବୁଜିଲେ ଆଉ ୬୯ ଆକ୍ରାନ୍ତ

ଆଜି(ରବିବାର) ଆଉ ପୁଣି ଆଉ 69ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 21ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୬୪୩୫କୁ ବୃଦ୍ଧି । ଅଧିକ ପଢନ୍ତୁ...

ଭୁବନେଶ୍ବର: ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି ଘାତକ କୋରୋନା। ଆଜି(ରବିବାର) ଆଉ ପୁଣି ଆଉ 69ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 21ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୮୬ରେ ପହଞ୍ଚିଛି ।

ଆଜିର ମୃତକଙ୍କୁ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଜଣ ଥିବା ବେଳେ କଟକରୁ ୧୩, ସମ୍ବଲପୁରରୁ ୮, ବାଲେଶ୍ବର ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ବରଗଡ଼ ଓ କେନ୍ଦୁଝରରୁ ୫ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୪ଜଣ ଓ ଦେବଗଡ଼ରୁ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୬୪୩୫କୁ ବୃଦ୍ଧି ହୋଇଛି ।

ଆଜି ରାଜ୍ୟରେ ୧୫ଶହ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା ହେଲେ ମୃତ୍ୟୁ ସଂଖ୍ୟା ୬୦ ଉପରେ ରହୁଛି । ରାଜ୍ୟରେ ୧୨୪୩ଟି ନୂଆ ମାମଲା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୭୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬୮ ହଜାର ୪୫୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୨ ହଜାର ୧୨୯ ଜଣ ଚିକିତ୍ସାଧୀନ ଅଛନ୍ତି । ସଂକ୍ରମଣ କମିଥିଲେ ବି ବିପଦ ଟଳିନାହିଁ । ମହାମାରୀକୁ ମୁକାବିଲା କରିବାକୁ ହେଲେ ସମସ୍ତଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.