ETV Bharat / city

State Corona Death; ଆଜି ଆଉ 7 ଜଣଙ୍କ କୋରୋନାରେ ମୃତ୍ୟୁ

author img

By

Published : Sep 5, 2021, 10:36 AM IST

ଖସୁଛି କୋରୋନା ଦୈନିକ ମୃତ୍ୟୁସଂଖ୍ୟା, ଦିନକରେ ୭ ମୃତ
ଖସୁଛି କୋରୋନା ଦୈନିକ ମୃତ୍ୟୁସଂଖ୍ୟା, ଦିନକରେ ୭ ମୃତ

କିଛିଦିନ ହେବ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି । ଆଜି(ରବିବାର) ରାଜ୍ୟରେ ୭ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । କିଛିଦିନ ହେବ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ଆଜି(ରବିବାର) ରାଜ୍ୟରେ ୭ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳ ଓ ବାଲେଶ୍ବର ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ବେଳେ ଭଦ୍ରକ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଅଛନ୍ତି । ଅନୁଗୋଳ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୩୭୭କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ବରରେ ୨୮୪, ଭଦ୍ରକରେ ୧୪୦, କଟକରେ ୮୧୧ ଓ ଖୋର୍ଦ୍ଧାରେ ୧୪୬୫ରେ ପହଞ୍ଚିଛି ।

ଆଜିର ମୃତ୍ୟୁ ରିପୋର୍ଟ ଆନୁସାରେ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୦୪୭କୁ ବୃଦ୍ଧି ହୋଇଛି । ଦୈନିକ ସଂକ୍ରମଣ କମିଛି ଏହି ସହିତ କିଛି ଦିନ ମୃତ୍ୟୁସଂଖ୍ୟା ବି କମିଛି । ଆଜି ୮୦୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧ ଜଣ ୧୮ ବର୍ଷରୁ କମ ରହିଛନ୍ତି । ସଂକ୍ରମଣ କମିଛି ହେଲେ ଏବେ ବି ବିପଦ ଟଳିନାହିଁ ତେଣୁ ଅଧିକ ସତର୍କ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.