ETV Bharat / city

Odisha Corona Death Report; ଆଖି ବୁଜିଲେ ଜଣେ ଆକ୍ରାନ୍ତ

author img

By

Published : Nov 22, 2021, 12:25 PM IST

କୋରୋନାଜନିତ ମୃତ୍ୟୁରୁ ଆଶ୍ବସ୍ତି
କୋରୋନାଜନିତ ମୃତ୍ୟୁରୁ ଆଶ୍ବସ୍ତି

ରାଜ୍ୟରେ ତଳମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି(ସୋମବାର) ରାଜ୍ୟରେ ଆଜି ଆଉ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । କୋରୋନା ମୃତ୍ୟୁରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ରାଜ୍ୟରେ କିଛି ଦିନ ହେବ ଦୁଇଜଣଙ୍କ ଜୀବନ ନେଇ ଚାଲିଥିଲା କିଲର କୋରୋନା । ରିପୋର୍ଟ ଅନୁସାରେ ଆଜି(ସୋମବାର) ରାଜ୍ୟରେ ଆଜି ଆଉ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୯୪କୁ ବୃଦ୍ଧି ହୋଇଛି ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ମୃତ୍ୟୁସଂଖ୍ୟା ୨୯୭ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୧୪୭କୁ ବୃଦ୍ଧି ପାଇଛି । ସଂକ୍ରମଣ କମିଥିଲେ ମଧ୍ୟ ଦିନେ ବଢୁଛି ଦିନେ କମୁଛି । ମୃତ୍ୟୁସଂଖ୍ୟାର ସମାନ ସ୍ଥିତି ରହିଛି । ଶୀତଋତୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.