ETV Bharat / city

Cyclone Alert: କାଲି ସନ୍ଧ୍ୟା ସୁଦ୍ଧା ମିଳିବ ବାତ୍ୟାର ସ୍ପଷ୍ଟ ଚିତ୍ର, ମୁକାବିଲା ପାଇଁ ସରକାର ପ୍ରସ୍ତୁତ: SRC

author img

By

Published : May 6, 2022, 10:47 PM IST

SRC
SRC

ସମ୍ଭାବ୍ୟ ବାତ୍ୟାର ଚିତ୍ର ଓ ଦିଗ ସ୍ପଷ୍ଟ ହୋଇନାହିଁ । ତେବେ ଅବପାତର ରୂପ ନେବା ପରେ ଭାରତୀୟ ପାଣିପାଗ କେନ୍ଦ୍ର ସ୍ପଷ୍ଟ ସୂଚନା ଦେଇପାରିବ । ଲ୍ୟାଣ୍ଡଫଲ କରିବ ନାହିଁ, ଯଦି କରିବ, କେଉଁଠି ଲ୍ୟାଣ୍ଡଫଲ କରିବ ସେ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଅଧିକ ପଢନ୍ତୁ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାର ଚିତ୍ର ଓ ଦିଗ ସ୍ପଷ୍ଟ ହୋଇନାହିଁ । ତେବେ ଅବପାତର ରୂପ ନେବା ପରେ ଭାରତୀୟ ପାଣିପାଗ କେନ୍ଦ୍ର ସ୍ପଷ୍ଟ ସୂଚନା ଦେଇପାରିବ । ଲ୍ୟାଣ୍ଡଫଲ କରିବ ନାହିଁ, ଯଦି କରିବ, କେଉଁଠି ଲ୍ୟାଣ୍ଡଫଲ କରିବ ସେ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଏସଆରସି କହିଛନ୍ତି ଯେ, ଗତକାଲି ଦକ୍ଷିଣ ଅଣ୍ଡାମାନ ସାଗରର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ତାହା ଆଜି କିମ୍ବା ଆସନ୍ତାକାଲି ଅବପାତର ରୂପ ନେବ । ଅବପାତର ରୂପ ନେଇ ତାହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ଆଡକୁ ମୁହାଁଇବ । ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ 10 ତାରିଖ ପର୍ଯ୍ୟନ୍ତ ତାହା ଉପକୂଳ ଠାରୁ ପାଖାପାଖି 250 ରୁ 300 କିମି ଦୂରରେ ରହିଥିବ । ତାପରେ ଗତିପଥ କଣ ରହିଥିବ, ପ୍ରଭାବ ଓ ତୀବ୍ରତା କଣ ହେବ ଆକଳନ ହୋଇନାହିଁ । ଅବପାତର ରୁପ ନେବା ପରେ ପାଣିପାଗ କେନ୍ଦ୍ର ସଠିକ ଆକଳନ କରିପାରିବ ।

ଶନିବାର ସନ୍ଧ୍ୟା ସୁଦ୍ଧା ବାତ୍ୟାର ମିଳିବ ସ୍ପଷ୍ଟ ଚିତ୍ର, ମୁକାବିଲା ପାଇଁ ସରକାର ପ୍ରସ୍ତୁତ: SRC

ଆସନ୍ତାକାଲି ବାତ୍ୟା ଲ୍ୟାଣ୍ଡଫଲ କରିବ କି ନାହିଁ ସ୍ପଷ୍ଟ ସୂଚନା ମିଳିବ । ଯଦି କରିବ, କେଉଁଠି ଲ୍ୟାଣ୍ଡଫଲ କରିବ । ଅବପାତ ରୂପ ନେବା ପରେ ପାଣିପାଗ କେନ୍ଦ୍ର ସ୍ପଷ୍ଟ ଚିତ୍ର ଜାରି କରିବ ବୋଲି କହିଛନ୍ତି ଏସଆରସି । ବର୍ତ୍ତମାନର ଗତିପଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବର୍ତ୍ତମାନର ଚିତ୍ରକୁ କହୁଛି ଯେ, ଏହା ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶାରେ ପହଞ୍ଚିବାର ସମ୍ଭାବନା ରହିଛି ।

ଗତକାଲି ସ୍ପଷ୍ଟ ସୂଚନା ମିଳିବା ପରେ NDRF, ODRAF ଓ ଅଗ୍ନିଶମ ବାହୀନକୁ ନିୟୋଜନ କରାଯିବ । ତେବେ 10 ତାରିଖ ଦିନ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହୋଇପାରେ ।

ଅନ୍ୟପଟେ ବୈଷୟିକ ଓ ଟେଲିକମ ଅଧିକାରୀ ସହ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ସମୟରେ ସୂଚନା ଆଦାନ ପ୍ରଦାନ ଓ ଯୋଗାଯୋଗକୁ ଗୁରୁତ୍ବ ଦେଉଛନ୍ତି ସରକାର । ଏନେଇ ଏସଆରସି, ସୂଚନା ଏବଂ ପ୍ରଯ୍ୟୁକ୍ତି ବିଭାଗ, କେନ୍ଦ୍ରୀୟ ପ୍ରତିନିଧି ଓ ବିଭିନ୍ନ ଟେଲିକମ ସଂସ୍ଥା ମଧ୍ୟରେ ଆଲୋଚନା ହୋଇଛି । ବିଏସଏନଏଲ, ଏୟାରଟେଲ, ଜିଓ ଓ ଭୋଡାଫୋନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ସହ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ପାନୀୟ ଜଳ ବିଭାଗ ଇଂଜିନିୟରିଂ ଟିମ ଗଠନ କରିବେ । ଏହା ସହ କୃଷି ବିଭାଗ ସହ ଆଲୋଚନା ହୋଇଛି । ଖାଦ୍ୟ ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଉଛି କୃଷି ବିଭାଗ । ଏପଟେ ଆଜି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଗର୍ଭବତୀ, ବରିଷ୍ଠ, ଭିନ୍ନକ୍ଷମ ଲୋକ ରହୁଥିବା ଅଞ୍ଚଳକୁ ନଜର ରଖିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.