ETV Bharat / city

‘ଭୁଲ ମଡେଲ ପାଇଁ ବଢୁଛି ସଂକ୍ରମଣ, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମାନୁନାହାନ୍ତି କନେଷ୍ଟବଳ’

author img

By

Published : Jul 19, 2021, 4:52 PM IST

‘ ଭୁଲ ମଡେଲ ପାଇଁ ବଢୁଛି ସଂକ୍ରମଣ, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମାନୁନାହାନ୍ତି କନେଷ୍ଟବଳ’
‘ ଭୁଲ ମଡେଲ ପାଇଁ ବଢୁଛି ସଂକ୍ରମଣ, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମାନୁନାହାନ୍ତି କନେଷ୍ଟବଳ’

ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା 2 ହଜାରରୁ ଅଧିକ ରହୁଛି । ତେବେ ଅନ୍ୟ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିସାରିଥିବା ବେଳେ ରାଜଧାନୀରେ କାହିଁକି ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ । ପ୍ରଶ୍ନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା 2 ହଜାରରୁ ଅଧିକ ରହୁଛି । ଭୁବନେଶ୍ବର-କଟକରେ ସଂକ୍ରମଣ କମିବାର ନାଁ ଧରୁନି । ତେଣୁ କୋଭିଡ଼ ମୁକାବିଲା ନେଇ ସରକାର ଆପଣେଇଥିବା ମଡେଲକୁ ପରିବର୍ତ୍ତନ କାରିବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । କୋଭିଡ଼ କଟକଣା ଉଲଙ୍ଘନ ନ ହେଉଥିବାରୁ କଡା ସମାଲୋଚନା କରିଛନ୍ତି ବିଜୟ ।

‘ ଭୁଲ ମଡେଲ ପାଇଁ ବଢୁଛି ସଂକ୍ରମଣ, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମାନୁନାହାନ୍ତି କନେଷ୍ଟବଳ’

ବିଜୟ କହିଛନ୍ତି, ରାଜ୍ୟର ଅନ୍ୟ ସହରରେ ସଂକ୍ରମଣ କମିବାରେ ଲାଗିଛି । ହେଲେ ଭୁବନେଶ୍ବର-କଟକରେ ସଂକ୍ରମଣ କମୁନି । ଅନ୍ୟ ରାଜ୍ୟ ସମେତ ଦେଶର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା କମୁଛି, କିନ୍ତୁ ଏଠି କମୁନି । କୋଭିଡ଼ ମୁକାବିଲା ନେଇ ସରକାର ଆପଣେଇଥିବା ମଡେଲ ଭୁଲ ଅଛି, ତେଣୁ ମଡେଲ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କହିଛନ୍ତି ବିଜୟ । ରାଜଧାନୀରେ ଟ୍ରେସିଂ ଓ ଟେଷ୍ଟିଂ ସଠିକ ଭାବେ ହେଉନାହିଁ । ମୁଖ୍ୟ ଶାସନ ସଚିବ ଘୋଷଣା କରିଥିବା ନିୟମ କନେଷ୍ଟବଳ ବି ମାନୁ ନାହାନ୍ତି । କେତେ ଦିନ ଏଭଳି ସଂକ୍ରମଣ ସ୍ଥିତି ବଢିଚାଲିବ ତାହା ବଡ଼ ପ୍ରଶ୍ନ ବୋଲି ବିଜୟ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.