ETV Bharat / city

ମମିତା ନିଆଁ, ଇତିଶ୍ରୀ-କୁନ୍ଦୁଲିକୁ ଅସ୍ତ୍ର କରି ବିଜେଡି ଉପରେ ବର୍ଷିଲା କଂଗ୍ରେସ

author img

By

Published : Nov 8, 2021, 2:39 PM IST

ମମିତା ହତ୍ୟା ମାମଲା: ବିଜେଡି ଉପରେ ବର୍ଷିଲା କଂଗ୍ରେସ
ମମିତା ହତ୍ୟା ମାମଲା: ବିଜେଡି ଉପରେ ବର୍ଷିଲା କଂଗ୍ରେସ

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ବିଜେଡି ଉପରେ ବର୍ଷିଲା କଂଗ୍ରେସ । ଅଧିକ ପଢନ୍ତୁ...

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ବିଜେଡି ଉପରେ ବର୍ଷିଲା କଂଗ୍ରେସ । ଗତ 6 ତାରିଖରେ ବିଜେଡ଼ି ମୁଖପାତ୍ର ସସ୍ମିତ୍ ପାତ୍ରଙ୍କ ପ୍ରେସମିଟର ଜବାବ ରଖିଲା କଂଗ୍ରେସ । ଇତିଶ୍ରୀ ହତ୍ୟା ଘଟଣାରେ ଷଡ଼ଯନ୍ତ୍ରକାରୀ ନେତ୍ରାନନ୍ଦ ଦଣ୍ଡସେନାକୁ ଗିରଫ କରାଯାଇଥିଲା । ହେଲେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଷଡ଼ଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରେସମିଟରେ ପ୍ରଶ୍ନ କଲା କଂଗ୍ରେସ । ଇତିଶ୍ରୀ ଘଟଣା ଓ କୁନ୍ଦୁଲି ଗଣଦୁଷ୍କର୍ମ ସମ୍ପର୍କିତ 2 ଟି ଭିଡିଓ ଗଣମାଧ୍ୟମ ସାମ୍ନାରେ ବିଜେଡି ଉପସ୍ଥାପନା କରି ବିରୋଧୀ ରାଜନୀତି କରୁଛନ୍ତି ଏବଂ ରାଜ୍ୟ ସରକାର ନ୍ୟାୟ ଦେଇଛନ୍ତି ବୋଲି କହିଥିଲେ ସସ୍ମିତ ପାତ୍ର ।

ମମିତା ହତ୍ୟା ମାମଲା: ବିଜେଡି ଉପରେ ବର୍ଷିଲା କଂଗ୍ରେସ

ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ହତ୍ୟାକାଣ୍ଡ ଘଟଣାରେ ନେତ୍ରାନନ୍ଦ ଦଣ୍ଡସେନାକୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଗିରଫ କରଯାଇଥିଲା । ଯେହେତୁ ସେ ବିଜେଡ଼ିର ନେତା ନୁହନ୍ତି ସେଥିପାଇଁ ତାଙ୍କୁ ଫସେଇ ଦିଆଗଲା । କିନ୍ତୁ ହତ୍ୟା କରିଥିବା ନୀଳ ଜିନ୍ସ ପିନ୍ଧା ଯୁବକଙ୍କୁ ଗିରଫ କରାଯାଇନାହିଁ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ସେହିପରି କୁନ୍ଦୁଲି ଘଟଣା ସମ୍ପର୍କରେ ଯେଉଁ ଭିଡିଓ ଦେଖାଇ ଥିଲେ ତାହା କେଵଳ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । କୌଣସି ଅଭିଯୁକ୍ତଙ୍କୁ ଦଣ୍ଡିତ କରିନାହାନ୍ତି ରାଜ୍ୟ ସରକାର । ଅନ୍ୟପଟେ ପିପିଲି ଗଣ ଦୁଷ୍କର୍ମ ଘଟଣାରେ ମଧ୍ୟ ପିଡ଼ୀତାଙ୍କୁ ନ୍ୟାୟ ମିଳିଲା ନାହିଁ । ରେବଣା ନୂଆଗାଁ ଆୟୁଷ ଡକ୍ତର ମାଧବିଲତା ହତ୍ୟାକାଣ୍ଡ ଘଟଣାରେ ଜିଆରପି ପୋଲିସ ନିଜେ ଶବ ପୋତିଥିଲେ ହେଲେ ପରବର୍ତ୍ତୀ ସମୟରେ ତଦନ୍ତ ବେଳେ ପାଇଲେ କାହିଁକି ବୋଲି ପ୍ରେସମିଟରେ ପ୍ରଶ୍ନ କରିଛନ୍ତି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.