ETV Bharat / city

ନରସିଂହଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ, ଆଣିଲେ ସଂଗୀନ ଅଭିଯୋଗ

author img

By

Published : Sep 1, 2021, 4:04 PM IST

Updated : Sep 1, 2021, 5:09 PM IST

Narasingh Mishra targets cm naveen over grant in aid issue
ନରସିଂହ ମିଶ୍ର

ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଏପଟେ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଗମ୍ଭୀର ଅଭିଯୋଗ । ମନ୍ତ୍ରୀ ଓ ବିଧାୟକ ମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ନାହିଁ । ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଜି (ବୁଧବାର)ଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଏପଟେ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଗମ୍ଭୀର ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବୋଧହୁଏ ଅଧାରୁ ଅଧିକ ବିଧାୟକ ଏବଂ ମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ।

ନରସିଂହଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ, ଆଣିଲେ ସଂଗୀନ ଅଭିଯୋଗ


ଓଡିଶାରେ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି କେବେ ଆଗରୁ ହୋଇନଥିଲା । ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ବିରୋଧରର ଅନାସ୍ଥା ପ୍ରସ୍ତାଵ ଆଣିଛନ୍ତି । 177 ହାଇସ୍କୁଲର ଶିକ୍ଷକ ବନ୍ଧୁମାନେ ତାଙ୍କୁ (ନରସିଂହ ମିଶ୍ର)ଙ୍କୁ ଲିଖିତ ଆକାରରେ ଏକ ଦରଖାସ୍ତ ଦେଇଛନ୍ତି । ଯେଉଁଥିରେ ଦସ୍ତଖତ କରିଛନ୍ତି, ୩ ଭାଗରୁ ଭାଗେ ମନ୍ତ୍ରୀ ଆଉ 70ରୁ ଅଧିକ ବିଧାୟକ। ମୋଟ ସମୁଦାୟ 82 ଜଣ ବିଧାୟକଙ୍କର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ? ଆପଣ କାହିଁକି ଗ୍ରାଣ୍ଟ-ଇନ-ଏଡ ଦେଉନାହାନ୍ତି ? ତୁରନ୍ତ ଗ୍ରାଣ୍ଟ-ଇନ-ଏଡ (grant-in-aid) ଦିଅନ୍ତୁ ।



ଜଣେ ମନ୍ତ୍ରୀ ସେ ହେଉଛନ୍ତି କଲେକ୍ଟିଭ ରେସସ୍ପନସିବିଲିଟି । କ୍ୟାବିନେଟ ମନ୍ତ୍ରୀ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି ଗ୍ରାଣ୍ଟ-ଇନ-ଏଡ ଦିଆଯାଉ । କେଉଁ ପରିସ୍ଥିତିରେ ମନ୍ତ୍ରୀ ମାନେ ବାଧ୍ୟ ହୁଅନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଲେଖିବା ପାଇଁ, ଯେତେବେଳେ ସେମାନେ ଅନୁଭବ କରନ୍ତି ସେ ସରକାର ନୁହେଁ । ତାକୁ ସରକାର ବୋଲି ମାନ୍ୟତା ଦିଆନଏ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆଉ କିଏ ଦେଉନାହିଁ, କିମ୍ବା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦିଆଯାଉ ନାହିଁ ବୋଲି ନରସିଂହ କହିଛନ୍ତି ।



ତେଣୁ ଏହାକୁ ନେଇ ନରସିଂହ କହିଛନ୍ତି ମନ୍ତ୍ରୀ ଓ ବିଧାୟକ ମାନଙ୍କର ମୁଖ୍ୟମନ୍ତ୍ରୀଙ୍କୁ ଉପରେ ଭରସା ନାହିଁ । ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ । ନଚେତ ଏହା (ମନ୍ତ୍ରୀ ବିଧାୟକଙ୍କ ଚିଠି) ଯଦି ଆଇନ ଅନୁସାରେ ହୋଇନାହିଁ, । ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ନରସିଂହ ।


ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ସଞ୍ଜୀବ ରାୟ, ଇଟିଭି ଭାରତ

Last Updated :Sep 1, 2021, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.