ETV Bharat / city

'ପେଟ୍ରୋଲ ଓ ଡିଜେଲ ଲାଗି ଜିଜିୟା କର ନେଉଛନ୍ତି କେନ୍ଦ୍ର ସରକାର'

author img

By

Published : Nov 2, 2021, 6:01 PM IST

'ପେଟ୍ରୋଲ ଓ ଡିଜେଲ ଲାଗି ଜିଜିୟା କର ନେଉଛନ୍ତି କେନ୍ଦ୍ର ସରକାର'
'ପେଟ୍ରୋଲ ଓ ଡିଜେଲ ଲାଗି ଜିଜିୟା କର ନେଉଛନ୍ତି କେନ୍ଦ୍ର ସରକାର'

ପେଟ୍ରୋଲ ଓ ଡ଼ିଜେଲ ଲାଗି କେନ୍ଦ୍ର ସରକାର ଜିଜିୟା କର ନେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମିଡ଼ିଆ ସେଲ ଆବାହକ ସତ୍ୟ ପ୍ରକାଶ ନାୟକ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବିଗତ ୬ ବର୍ଷ ଧରି ମୋଦି ସରକାର ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଏହାକୁ ନେଇ ଦେଶବାସୀ ଜିଜିୟା କର ଦେଇଚାଲିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦରଦାମ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଶୋଷୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମିଡ଼ିଆ ସେଲ ଆବହାକ ସତ୍ୟ ପ୍ରକାଶ ନାୟକ । ସେ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ଉଭୟ ସରକାରଙ୍କୁ ଘେରିଛନ୍ତି ।

'ପେଟ୍ରୋଲ ଓ ଡିଜେଲ ଲାଗି ଜିଜିୟା କର ନେଉଛନ୍ତି କେନ୍ଦ୍ର ସରକାର'

ରାଜ୍ୟ ସରକାର ଭାଟ ଓ କେନ୍ଦ୍ର ସରକାର ସେଣ୍ଟ୍ରାଲ ଏକସାଇଜ ନାଁରେ ଲୋକଙ୍କୁ ଠକୁଛନ୍ତି । ଏହାକୁ ଆପୋଷ ବୁଝାମଣା କରି କମାନ୍ତୁ । ଆଉ ଲୋକଙ୍କ ମହଙ୍ଗା ଦୁଃଖକୁ ଲାଘବ କରନ୍ତୁ ବୋଲି କହିଛନ୍ତି ସତ୍ୟ । କଂଗ୍ରେସ ଲଗାତାର ଭାବେ ଏହା ଦରଦାମ ବୃଦ୍ଧିକୁ ବିରୋଧ କରିଆସୁଛି । ତେବେ ବିଜେଡ଼ି ଏହାକୁ ବିରୋଧ କରିବା ସହିତ ରାଜ୍ୟବାସୀଙ୍କ କଷ୍ଟକୁ କିଛି ପରିମାଣରେ ଲାଘବ କରିବାର କ୍ଷମତା ରଖିଛି । ତେବେ ଦଳ ଏହା ବିରୋଧରେ କିଛି ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ସତ୍ୟ ।

ସେପଟେ ସତ୍ୟ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ଏହି ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.