ETV Bharat / city

Odisha Investors Meet: ଶିଳ୍ପପତିମାନଙ୍କୁ ଭେଟିଲେ ନବୀନ

author img

By

Published : Sep 27, 2022, 10:50 PM IST

ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବାକୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁରେ ଅନେକ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

Odisha Investors meet: ଆଜି ବଶିଷ୍ଠ ଶିଳ୍ପପତିଙ୍କୁ ଭେଟିଲେ ନବୀନ
Odisha Investors meet: ଆଜି ବଶିଷ୍ଠ ଶିଳ୍ପପତିଙ୍କୁ ଭେଟିଲେ ନବୀନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବାକୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Odisha Investors meet in Bengaluru ) । ଆସନ୍ତାକାଲି(ବୁଧବାର) ହୋଟେଲ ତାଜ ଓ୍ବେଷ୍ଟ ଏଣ୍ଡରେ ଓଡ଼ିଶା ଇନଭେଷ୍ଟର୍ସ ମିଟ ଅନୁଷ୍ଠିତ ହେବ । ଏହା ପୂର୍ବରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁରେ ଅନେକ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଛନ୍ତି (CM Naveen Patnaik met many entrepreneurs)।

ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀଙ୍କ ସହ ଆଉ 9 ଜଣ ପ୍ରତିଷ୍ଠିତ ଶିଳ୍ପପତିଙ୍କୁ ଭେଟିଛନ୍ତି ନବୀନ । ସେହିପରି ମୁଖ୍ୟମନ୍ତ୍ରୀ ଗୋଲଡେନ ହିଟାଚିର ଏମଡି ସଇଦ ଫହାଦ, 91-ସ୍ପ୍ରିଙ୍ଗବୋର୍ଡର ସହପ୍ରତିଷ୍ଠାତା ଭରୁଣ ଚାୱଲା ଓ ପ୍ରନୟ ଗୁପ୍ତା, ଡୋଡିଆ ଡାଏରୀର ନିର୍ଦ୍ଦେଶକ ଏଏମ୍‌ଏସ୍ ରେଡ୍ଡୀଙ୍କ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତା ସହିତ ନନ୍ଦୀ ପାୱାରଟୋନିକର ଏମ୍‌ଡି ଏଚ୍‌ଏନ୍‌ ରାମକ୍ରୀଷ୍ଣା, ନେଷ୍ଟାୱେର ଏମ୍‌ଡି ଅମରେନ୍ଦ୍ର ସାହୁ, ମେରଲୀନାହକ ଏରୋସ୍ପେସର ନିର୍ଦ୍ଦେଶକ ଜାବୀ ଜୋସେଫ ଆଣ୍ଡୋଥ, MVM ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ନନ୍ଦ ଭେଙ୍କଟ ରାଓ, ସିବାନୀ ଏନର୍ଜିର ଏମ୍‌ଡି ପ୍ରଶାନ୍ତ ରାଓଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ବି ପଢ଼ନ୍ତୁ Odisha Investors' meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଓଡ଼ିଶାରେ କିଭଳି ଅଧିକ ପୁଞ୍ଜି ନିବେଶ ହେବ ସେନେଇ ମୁଖ୍ୟମନ୍ତ୍ରୀ ରୋଡମ୍ୟାପ୍ ବିଷୟରେ ଶିଳ୍ପଜଗତର ମୁଖ୍ୟମାନଙ୍କୁ ଅବଗତ କରିଛନ୍ତି । ଆସନ୍ତାକାଲି(ବୁଧବାର) ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କ ସହ ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ନେଇ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିବେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏଥିରେ ବିଭିନ୍ନ କ୍ଷେତ୍ରର ପ୍ରାୟ 500ରୁ ଅଧିକ ନିବେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବେଙ୍ଗାଲୁର ଯାଇଥିବା ଓଡ଼ିଶାର ପ୍ରତିନିଧିଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମ୍‌କାର ରାୟ ପ୍ରମୁଖ ଅଛନ୍ତି । ଏହାପୂର୍ବରୁ ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ’ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ''ଚଳିତ ବର୍ଷ ମେକ ଇନ ଓଡ଼ିଶା ଗ୍ଲୋବାଲ ଇନଭେଷ୍ଟର ମିଟ-2022 ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ନଭେମ୍ବର 30ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଏହା ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମିନା ଦେଶସମୂହ (ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ) ନିବେଶକମାନଙ୍କୁ ଆମନ୍ତ୍ରିତ କରିଛନ୍ତି । ଏହି ସମ୍ମିଳନୀରେ ଖଣି, ଧାତୁ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଆଦି ଶିଳ୍ପ ଉପରେ ଫୋକସ ରହିବ । ବିଭିନ୍ନ କମ୍ପାନୀ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରାଥମିକ ଭାବେ ପ୍ରାୟ 21 ହଜାର କୋଟି ପୁଞ୍ଜି ନିବେଶ ନେଇ ବିଭିନ୍ନ କମ୍ପାନୀ ପ୍ରତିଶ୍ରୁତି ଦେଇଛନ୍ତି । ଯେଉଁଥିରେ ପ୍ରାୟ 19 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.