ETV Bharat / city

Odisha Investors' meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

author img

By

Published : Jun 29, 2022, 9:46 PM IST

ଦୁବାଇରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ(Odisha Investors' Meet)ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ । ବିଶ୍ବର ନିବେଶକମାନେ ଓଡ଼ିଶାରେ ନିବେଶ କରନ୍ତୁ । ଅଧିକ ପଢନ୍ତୁ

Odisha Investor's meet : ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
Odisha Investor's meet : ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ରହିଛି । ଶିଳ୍ପ ପ୍ରତିଷ୍ଠା ଲାଗି ସମସ୍ତ ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ । ଜାଗା ସାଙ୍ଗକୁ ଭିତ୍ତିଭୂମିର ବିକାଶର ଦାୟିତ୍ବ ରାଜ୍ୟ ନେବ । ରାଜ୍ୟରେ ଆବଶ୍ୟକୀୟ ଖଣିଜ ସମ୍ପଦ ବିପୁଳ ପରିମାଣର ଗଚ୍ଛିତ ହୋଇରହିଛି । ଏହାସହ ରାଜ୍ୟରେ ଦୀର୍ଘ ଉପକୂଳ ଓ କୁଶଳୀ ମାନବ ସମ୍ବଳ ରହିଛି । ଏଣୁ ବିଶ୍ବର ନିବେଶକମାନେ ଓଡ଼ିଶାରେ ନିବେଶ କରନ୍ତୁ । ଦୁବାଇରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ(Odisha Investors' Meet)ରେ ଏହି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha Investors' meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

'ଓଡ଼ିଶା ଇନଭେଷ୍ଟର୍ସ ମିଟ’ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ଚଳିତ ବର୍ଷ ମେକ ଇନ ଓଡ଼ିଶା ଗ୍ଲୋବାଲ ଇନଭେଷ୍ଟର ମିଟ-2022 ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ନଭେମ୍ବର 30ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଏହା ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମିନା ଦେଶସମୂହ (ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ) ନିବେଶକମାନଙ୍କୁ ଆମନ୍ତ୍ରିତ କରିଛନ୍ତି । ଏହି ସମ୍ମିଳନୀରେ ଖଣି, ଧାତୁ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଆଦି ଶିଳ୍ପ ଉପରେ ଫୋକସ ରହିବ । ବିଭିନ୍ନ କମ୍ପାନୀ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରାଥମିକ ଭାବେ ପ୍ରାୟ 21 ହଜାର କୋଟି ପୁଞ୍ଜି ନିବେଶ ନେଇ ବିଭିନ୍ନ କମ୍ପାନୀ ପ୍ରତିଶ୍ରୁତି ଦେଇଛନ୍ତି । ଯେଉଁଥିରେ ପ୍ରାୟ 19 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।''

Odisha Investors' meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
Odisha Investors' meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
Odisha Investors' meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
Odisha Investors' meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଦୁବାଇରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟକୁ ଫିକି ଓ ୟୁଏଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ୟୁଏଇ ଓ ମିନା ଦେଶସମୂହର ପ୍ରାୟ 150ଟି କମ୍ପାନୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାରୁ ଏକ ବଡ଼ ପ୍ରତିନିଧିମଣ୍ଡଳୀ ଦୁବାଇ ଇନ୍‌ଭେଷ୍ଟର୍ସ ମିଟରେ ଯୋଗ ଦେଇଛନ୍ତି । ଏଥିରେ ସରକାରୀ ବିଭାଗ ଓ ଶିଳ୍ପଜଗତର ପ୍ରତିନିଧିମାନେ ଅଛନ୍ତି । ଦୁବାଇର ଦି ଓବରଏ ବିଜନେସ ବେ(The Oberoi Business Bay)ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି. କେ ପାଣ୍ଡିଆନ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଓ ଇପିକଲର ବରିଷ୍ଠ ଅଧିକାରୀ ସାମିଲ ଥିଲେ ।

Odisha Investors' meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
Odisha Investors' meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଏହି ଅବସରରେ ଟିମ ଓଡ଼ିଶା ପକ୍ଷରୁ ଏକ ବିଜନେସ ଟୁ ବିଜନେସ(ବିଟୁବି) ଆଲୋଚନା ହୋଇଛି । ଜେଏସଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ, ପାରାଦ୍ବୀପ ଫସଫେଟ ଲିମିଟେଡ଼ର ଅଧ୍ୟକ୍ଷ ସରୋଜ ପୋଦାର, ହିଣ୍ଡାଲକୋର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସତୀଶ ପାଇ, ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା, ଇମ୍ଫାର ମ୍ୟାନେଜିଂ ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା, ଆଇଓସିଏଲର ନିର୍ଦ୍ଦେଶକ ସୁଜୋୟ ଚୌଧୁରୀ ଓ ଟାଟା ଷ୍ଟିଲର ଉପସଭାପତି ରାଣକ୍ୟ ଚୌଧୁରୀ ପ୍ରମୁଖ ଯୋଗ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.