ETV Bharat / city

ଆଜିଠୁ ରାଜଧାନୀର ସମସ୍ତ ସପିଂ ମଲରେ ମାସ୍କ ବାଧ୍ୟତାମୂଳକ

author img

By

Published : Jul 11, 2022, 11:56 AM IST

ଆଜିଠୁ ରାଜଧାନୀର ସମସ୍ତ ସପିଂ ମଲରେ ମାସ୍କ ବାଧ୍ୟତାମୂଳକ, BMCର ନିର୍ଦ୍ଦେଶ
ଆଜିଠୁ ରାଜଧାନୀର ସମସ୍ତ ସପିଂ ମଲରେ ମାସ୍କ ବାଧ୍ୟତାମୂଳକ, BMCର ନିର୍ଦ୍ଦେଶ

ଭୁବନେଶ୍ବରରେ କୋରୋନା ସଂକ୍ରମଣ ରୋକିବାକୁ କଡା ପଦକ୍ଷପ ନେଲା ବିଏମସି । ଆଜିଠାରୁ କୋଭିଡ ମାର୍ଗଦର୍ଶିକାର ଅନୁପାଳନ ପାଇଁ ବିଏମସିର ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ପୁଣି ବଢିଲା କୋରୋନା ସଂକ୍ରମଣ । ସଂକ୍ରମଣ ରୋକିବାକୁ କଡା ପଦକ୍ଷପ ନେଲା ବିଏମସି । ଭୁବନେଶ୍ବରରେ ଆଜିଠାରୁ କୋଭିଡ ମାର୍ଗଦର୍ଶିକାର ଅନୁପାଳନ ପାଇଁ ବିଏମସିର ନିର୍ଦ୍ଦେଶ । ସଚେତନତା ପରେ ଏବେ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱରର ସମସ୍ତ ସପିଂ ମଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଶତ ପ୍ରତିଶତ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।

ପ୍ରତି ବ୍ୟବସାୟିକ ପ୍ରତିଷ୍ଠାନରେ ଜଣେ କୋଭିଡ ମନିଟରିଂ ଅଧିକାରୀ ରହିବା ସହ ସାମାଜିକ ଦୂରତା ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟ, ବଜାର, ସପିଂ ମଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଗହଳି ନକରିବାକୁ ବିଏମସି ତରଫରୁ ପରାମର୍ଶ ଦିଆଯାଇଛି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ ଯୋଗେ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.