ETV Bharat / city

ଆଗକୁ ବିଏମସି ନିର୍ବାଚନ: ବ୍ୟାନରରେ ଆଶାୟୀଙ୍କ ନୂଆବର୍ଷ ଶୁଭେଚ୍ଛା

author img

By

Published : Jan 5, 2020, 8:44 PM IST

new year wish in banner
ବ୍ୟାନରରେ ଆଶାୟୀଙ୍କ ନୂଆବର୍ଷ ଶୁଭେଚ୍ଛା

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଏଥିରେ ଅଧିକାଂଶ ଭାବେ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସ୍ଥିତି ଜାହିର କରିବାକୁ ସୁବର୍ଣ୍ଣ ସୁଯୋଗ ଭାବି ନବବର୍ଷର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି।

ଭୁବନେଶ୍ବର: ପୁରୁଣା ବର୍ଷ 2019 ବିଦାୟ ନେବା ସହିତ ଇଂରାଜୀ ନୂଆବର୍ଷ 2020 ପଦାର୍ପଣ କରିଛି। ଏହି ଅବସରରେ ନେତା ଠାରୁ ଆରମ୍ଭ କରି ଅଭିନେତା ଓ ଜନତା ପରସ୍ପରକୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଅଧିକ ଭାବେ ଦେଖିବାକୁ ମିଳୁଛି। କାରଣ ଆଗକୁ ଏଠାରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଏଥିରେ ଅଧିକାଂଶ ଭାବେ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସ୍ଥିତି ଜାହିର କରିବାକୁ ସୁବର୍ଣ୍ଣ ସୁଯୋଗ ଭାବି ନବବର୍ଷର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି।

ବ୍ୟାନରରେ ଆଶାୟୀଙ୍କ ନୂଆବର୍ଷ ଶୁଭେଚ୍ଛା

ବିଭିନ୍ନ ୱାର୍ଡ ଓ ସାହି ମାନଙ୍କରେ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତା ଜଣାଇ ପ୍ରଚାରପତ୍ର ଟାଙ୍ଗିବା ସହ ଘରଘର ବୁଲି ଲୋକଙ୍କୁ ଭେଟି କ୍ୟାଲେଣ୍ଡର ଓ ଡାଏରୀ ଆଦି ଦେଇଥିବା ମଧ୍ୟ ଦେଖାଯାଉଛି। ଏଥିରେ ଲୋକମାନଙ୍କ ପାଇଁ କାର୍ଯ୍ୟକରୁଥିବା ସ୍ବେଚ୍ଛାସେବୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକର୍ତାମାନେ ସାମିଲ ଥିବାବେଳେ ମୁଖ୍ୟତଃ ଶାସକ ବିଜୁ ଜନତା ଦଳ ପକ୍ଷରୁ ଅଧିକାଂଶ ଆଶାୟୀ ପ୍ରାର୍ଥୀ ଅଧିକ ମାତ୍ରାରେ ସାମିଲ ଅଛନ୍ତି।

ସେହିପରି ବିରୋଧୀ ଦଳ ହିସାବରେ ଭାରତୀୟ ଜନତା ପାର୍ଟିର ଆଶାୟୀ ପ୍ରାର୍ଥୀ ମାନଙ୍କ ନିକଟରେ ମଧ୍ୟ ଏହି ଉତ୍ସାହ ଦେଖିବାକୁ ମିଳୁଥିବାବେଳେ କ୍ଵଚିତ କଂଗ୍ରେସ ଓ ଅନ୍ୟ ଦଳର ପ୍ରାର୍ଥୀ ମାନେ ଏହି ରେସରେ ସାମିଲ ଥିବା ଦେଖାଯାଇଛି।

ତେବେ ଏପର୍ଯ୍ୟନ୍ତ ପାଖାପାଖି ବର୍ଷେ କାଳ ଧରି ମହାନଗର ନିଗମ ଲୋକ ପ୍ରତିନିଧି ଶୂନ୍ୟ ଥିବାବେଳେ ସଂରକ୍ଷଣକୁ ନେଇ ଚାଲିଥିବା ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ସେଥିପାଇଁ ନିର୍ବାଚନ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଅଶାୟୀମାନେ ସରକାରଙ୍କ ନିକଟରେ ଯଥାଶୀଘ୍ର ନିର୍ବାଚନ କରିବା ନେଇ ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଏବେ ଏବେ ପୁରୁଣା ବର୍ଷ 2019 ବିଦାୟ ନେବା ସହିତ ଇଂରାଜୀ ନୂଆ ବର୍ଷ 2020 ପଦାର୍ପଣ କରିଛି।ଏହି ଅବସରରେ ନେତା ଠାରୁ ଆରମ୍ଭ କରି ଅଭିନେତା ଓ ଜନତା ପରସ୍ପରକୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି।କିନ୍ତି ଏହା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଅଧିକ ଭାବେ ଦେଖିବାକୁ ମିଳୁଛି।କାରଣ ଆଗକୁ ଏଠାରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଏଥିରେ ଅଧିକାଂଶ ଭାବେ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସ୍ଥିତି ଜାହିର କରିବାକୁ ସୁବର୍ଣ୍ଣ ସୁଯୋଗ ଭାବି ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି।


Body:ବିଭିନ୍ନ ୱାର୍ଡ ଓ ସାହି ମାନଙ୍କରେ ନୂଆ ବର୍ଷର ଶୁଭେଚ୍ଛା ବାର୍ତ୍ତା ଜଣାଇ ପ୍ରଚାରପତ୍ର ଟାଙ୍ଗିବା ସହ ଘର ଘର ବୁଲି ଲୋକଙ୍କୁ ଭେଟି କ୍ୟାଲେଣ୍ଡର ଓ ଡାଈରୀ ଆଦି ଦେଇଥିବା ମଧ୍ୟ ଦେଖାଯାଉଛି।ଏଥିରେ ଲୋକମାନଙ୍କ ପାଇଁ କାର୍ଯ୍ୟକରୁଥିବା ସ୍ବେଛାସେବୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର କାତ୍ମକର୍ତାମାନେ ସାମିଲ ଥିବା ବେଳେ ମୁଖ୍ୟତଃ ସାଶକ ବିଜୁ ଜନତା ଦଳ ପକ୍ଷରୁ ଅଧିକାଂଶ ଆଶାୟୀ ପାର୍ଥି ଅଧିକ ମାତ୍ରାରେ ସାମିଲ ଅଛନ୍ତି।ସେହିପରି ବିରୋଧୀ ଦଳ ହିସାବରେ ଭାରତୀୟ ଜନତା ପାର୍ଟି ର ଆଶାୟୀ ପାର୍ଥିମାନଙ୍କ ନିକଟରେ ମଧ୍ୟ ଏହି ଉତ୍ସାହ ଦେଖିବାକୁ ମିଳୁଥିବାବେଳେ କ୍ଵଚିତ କଂଗ୍ରେସ ଓ ଅନ୍ୟ ଦଳର ପାର୍ଥିମାନେ ଏହି ରେସ ରେ ସାମିଲ ଥିବା ଦେଖାଯାଇଛି।
ତେବେ ଏପର୍ଯ୍ୟନ୍ତ ପାଖାପାଖି ବର୍ଷେ କାଳ ଧରି ମହାନଗର ନିଗମ ଲୋକ ପ୍ରତିନିଧି ଶୂନ୍ୟ ଥିବାବେଳେ ସଂରକ୍ଷଣ କୁ ନେଇ ଚାଳଥିବା କେଶ ଏବେ କୋର୍ଟ ରେ ବିଚାରାଧୀନ ରହିଛି।ସେଥିପାଇଁ ନିର୍ବାଚନ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଅଶାୟୀମାନେ ସରକାରଙ୍କ ନିକଟରେ ଯଥାଶୀଘ୍ର ନିର୍ବାଚନ କରିବା ନେଇ ଦାବି କରିଛନ୍ତି।କାରଣ ବିନା ପ୍ରତିନିଧି ରେ ଯେଉଁଭଳି ଭବେ କାର୍ଯ୍ୟ ଅଗ୍ରସର ହେବା କଥା ଆଉ ଲୋକମାନେ ଯେଉଁ ସୁବିଧା ସୁଯୋଗ ହାସଲ କରିବା କଥା ସେଥିରୁ ବଂଚିତ ହେଉଥିବା ସେମାନେ କହିଛନ୍ତି।
ବାଇଟ-1-ଅଖିଳ କୁମାର ମହାପାତ୍ର
ବାଇଟ-2-ଅର୍ଜୁନ ବେହେରା
ବାଇଟ-୩-ରଶ୍ମିରଞ୍ଜନ ମୁଦୁଲି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।



Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.