ETV Bharat / city

MLA ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଉନି କାହିଁକି ? ପ୍ରଶ୍ନ କଲା ବିଜେପି

author img

By

Published : Oct 6, 2021, 8:40 PM IST

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ମାଡ ଘଟଣା: ଗିରଫ କରାଯାଉ ନାହିଁ କାହିଁକି, ପ୍ରଶ୍ନ କରିଛି ବିଜେପି
ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ମାଡ ଘଟଣା: ଗିରଫ କରାଯାଉ ନାହିଁ କାହିଁକି, ପ୍ରଶ୍ନ କରିଛି ବିଜେପି

ବିଜେପି କର୍ମୀ ଓ ଦଳିତ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କ’ଣ ପାଇଁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଜେପି କର୍ମୀ ଓ ଦଳିତ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ କ’ଣ ପାଇଁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଉଭୟ ଶାସକ ଦଳ ଓ ସରକାର ଏଥିରେ ଲିପ୍ତ ଅଛନ୍ତି ।

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ମାଡ ଘଟଣା: ଗିରଫ କରାଯାଉ ନାହିଁ କାହିଁକି, ପ୍ରଶ୍ନ କରିଛି ବିଜେପି

ତାଙ୍କୁ ଦଣ୍ଡ ବିଧାନ ହେଲା ବେଳକୁ ଆଡଭୋକେଟ ଏବଂ ସରକାର ତାଙ୍କୁ ସୁରକ୍ଷା ଦେଲେ। ଆମେ ଏହାକୁ ଛାଡିବୁନି । ADJଙ୍କ ପାଖରେ ଆତ୍ମସମର୍ପଣ କରିବା ପାଇଁ ହାଇକୋର୍ଟ କହିଛନ୍ତି । କିନ୍ତୁ, ଜଣଙ୍କ ବିରୋଧରେ ୧୧ଟି କେସ ଅଛି ସେ କେବେ ଜନପ୍ରତିନିଧି ହେବାର ତାଙ୍କର ଅଧିକାର ନାହିଁ। ଏହାକୁ ଆଧାର କରି ଆମେ SC/ST କମିଶନଙ୍କ ପାଖରେ ଫେରାଦ ହେବୁ । ଯେଉଁ ମାନଙ୍କ ଉପରେ ଅତ୍ୟାଚାର ହୋଇଛି ସେହି ଅତ୍ୟାଚାରର ଜବାବ ବିଜେପି ନିଶ୍ଚିତ ଭାବରେ ଦେବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.