ETV Bharat / city

BMC ଦଖଲ କରିବାକୁ ବିଜେପିର ବିଗ୍ ପ୍ଲାନ

author img

By

Published : Dec 18, 2021, 9:55 PM IST

BMC
BMC

ଭୁବନେଶ୍ବର ମହାନଗର ନିଗମ ଦଖଲ ପାଇଁ ବିଜେପିର ବିଗ ପ୍ଲାନ । ଜିଲ୍ଲା କାର୍ଯ୍ୟକାରିଣୀରେ ଏ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବରିଷ୍ଠ ନେତା । ଅଧିକ ପଢନ୍ତୁ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (Bhubaneswar Municipal Corporation) ଦଖଲ ପାଇଁ ବିଜେପିର ବିଗ ପ୍ଲାନ । ଜିଲ୍ଲା କାର୍ଯ୍ୟକାରିଣୀରେ ଏନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବରିଷ୍ଠ ନେତା ।

ଭୁବନେଶ୍ବର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି ଭୁବନେଶ୍ବର ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ଜିଲ୍ଲା ସଭାପତି ବାବୁ ସିଂଙ୍କ ଉପସ୍ଥିତିରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ଖସଡା । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ପରିମଳ ଅବ୍ୟବସ୍ଥା, ଜଳ ନିଷ୍କାସନ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ମହିଳା ସୁରକ୍ଷା ଓ ବସ୍ତି ବାସିନ୍ଦାଙ୍କ ସମସ୍ୟା ଆଦି ପ୍ରସଙ୍ଗରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି ।

BMC ଦଖଲ କରିବାକୁ ବିଜେପିର ବିଗ୍ ପ୍ଲାନ

ଏହାବାଦ ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ରେ ଦଳୀୟ କର୍ମୀ ଓ ନେତା କିଭଳି ଏ ସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ପହଞ୍ଚାଇବେ ସେ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେପି । ମହାନଗର ନିଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ଏବଂ କେନ୍ଦ୍ରର ବିଭିନ୍ନ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚୁ ନାହିଁ । ଏ ସବୁ ପ୍ରସଙ୍ଗକୁ ପ୍ରଥମେ ମଣ୍ଡଳ ଏବଂ ପରେ ୱାର୍ଡ ସ୍ତରକୁ ଯିବାକୁ ଦଳ କାର୍ଯ୍ୟକାରିଣୀରେ ସ୍ଥିର କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.