ETV Bharat / city

ବିଜେପି ଅଭିଯୋଗର ବିଜେଡି ଜବାବ, ଲଖିମପୁର ଖେରୀ ଘଟଣାରେ କାହିଁକି ଚୁପ୍‌ ଥିଲା ଦଳ ?

author img

By

Published : Mar 13, 2022, 6:21 PM IST

Updated : Mar 13, 2022, 7:40 PM IST

BJP demand action against Chilika MLA Prashant Jagdev BJD says Law Will take its own Course
ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି, ଦୋ-ମୁହାଁ ନୀତିକୁ ସସ୍ମିତଙ୍କ ସମାଲୋଚନା

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି ବୋଲି ପୁଣିଥିରେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟକଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଲଖିମପୁର ଖେରୀରେ ସମାନ ଏକ ଘଟଣାରେ ବିଜେପି ଚୁପ୍‌ ରହିଥିଲା । ଦଳର ଦୋମୁହାଁ ନୀତିକୁ ସସ୍ମିତଙ୍କ ସମାଲୋଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜେପି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜୁ ଜନତା ଦଳ(BJD)ରେ ନାହାନ୍ତି କହିଛନ୍ତି ସସ୍ମିତ । ସେ କହିଛନ୍ତି, ଯେଉଁମାନେ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଆମେ କହୁଛୁ ଚିଲିକା ବିଧାୟକ ବିଜେଡିରେ ନାହାନ୍ତି ।

ଦଳ ଆଜି ମଧ୍ୟ କହୁଛି, ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଏହି ଘଟଣାରେ ଟାଣିଓଟାରି ବିଜେଡିକୁ ଆଣିବାକୁ ଚେଷ୍ଟା କରାଯାଉଛି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ରାଜନୀତିକରଣ କରାନଯାଉ । ବିଜେପି ଶାସିତ ରାଜ୍ୟରେ ଏଭଳି ଏକ ସମାନ ଘଟଣା ହୋଇଥିବାବେଳେ ଓଡ଼ିଶାର ବିଜେପି ନେତା କହିଥିଲେ ଆଇନ ତା ବାଟରେ ଯିବ ।

ବିଜେପି ଅଭିଯୋଗର ବିଜେଡି ଜବାବ, ଲଖିମପୁର ଖେରୀ ଘଟଣାରେ କାହିଁକି ଚୁପ୍‌ ଥିଲା ଦଳ ?

ଏବେ କାହିଁକି ଦୋହରା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ଯେତେବେଳେ ପୋଲିସ କହି ସାରିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ତେବେ କାହିଁକି ବିଜେପି ଏହାକୁ ରାଜନୈତିକ କରଣ କରୁଛି ବୋଲି ସେ କହିଛନ୍ତି । ତେବେ ଦଳରେ ନଥାଇ କିପରି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ପ୍ରଶାନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ସସ୍ମିତ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Mar 13, 2022, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.