ETV Bharat / city

କେନ୍ଦ୍ରୀୟ ଯୋଜନାରେ ନାଁ ନେବାରେ ଆଗୁଆ ରାଜ୍ୟ ସରକାର: ବିଜେପି

author img

By

Published : Dec 16, 2021, 9:25 AM IST

bjp criticism state govt
କେନ୍ଦ୍ରୀୟ ଯୋଜନାରେ ନାଁ ନେବାରେ ଆଗରେ ରାଜ୍ୟ ସରକାର: ବିଜେପି

କେନ୍ଦ୍ରୀୟ ଯୋଜନାରେ ନିଜ ନାଁ ନେବାରେ ରାଜ୍ୟ ସରକାର ଆଗୁଆ । ଫୋକସ୍ ରାଜ୍ୟ କହି ସରକାର କେବଳ କେନ୍ଦ୍ରରୁ ଅର୍ଥ ଲୁଟ୍ କରୁଛନ୍ତି । କିନ୍ତୁ ଲୋକଙ୍କ ସ୍ବାର୍ଥରେ ବିନିଯୋଗ କରିପାରୁନାହାନ୍ତି । ନୀତି ଅୟୋଗ ଉପାଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ନବୀନ ସରକାରଙ୍କୁ ଏଭଳି ସମାଲୋଚନା କରିଛି ବିଜେପି । ଅଧିକ ପଢନ୍ତୁ

ଭୁବନେଶ୍ବର: ନୀତି ଅୟୋଗ ଉପାଧ୍ୟକ୍ଷ ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ବୁଧବାର ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ବୈଠକରେ ବିଭିନ୍ନ କ୍ଷେତ୍ରରେ ଓଡିଶାର କାର୍ଯ୍ୟକୁ ଉପାଧ୍ୟକ୍ଷ ପ୍ରଶଂସା କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ରଣନୀତିରେ ଧୂରନ୍ଧର କହି କଟାକ୍ଷ କରିଛି ବିଜେପି ।

ମୁଖ୍ୟମନ୍ତ୍ରୀ ଏବଂ ନୀତି ଅୟୋଗ ଉପାଧ୍ୟକ୍ଷଙ୍କ ଆଲୋଚନା ପରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ରଣନୀତିରେ ସରକାର ପିଏଚଡି କରିଛନ୍ତି । କେନ୍ଦ୍ରରୁ ଯିଏ ବି ଆସିବ ଦେଖିବେ ରାଜ୍ୟର ଭଲ ରଣନୀତି ରହିଛି । ହେଲେ ସ୍ମାର୍ଟସିଟିର ଅବ୍ୟବସ୍ଥା ଦେଖିଲେ ସରକାରଙ୍କ ରଣନୀତି ସ୍ପଷ୍ଟ ବାରି ହେଉଛି ।

କେନ୍ଦ୍ରୀୟ ଯୋଜନାରେ ନାଁ ନେବାରେ ଆଗରେ ରାଜ୍ୟ ସରକାର: ବିଜେପି

କେନ୍ଦ୍ରୀୟ ଯୋଜନାକୁ ନିଜର କହି ନାଁ ନେବାରେ ସରକାର ଆଗରେ ଅଛନ୍ତି । ହେଲେ ଯୋଜନାର ବିନିଯୋଗ ସାର୍ଟିଫିକେଟ ଦେଇପାରୁନାହାନ୍ତି । ଯେଉଁ କାରଣରୁ ଅନେକ ଯୋଜନାର ପରବର୍ତ୍ତୀ କିସ୍ତି ବାକି ରହିଛି ଏବଂ ଲୋକ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ହରିଚନ୍ଦନ ପ୍ରକାଶ କରିଛନ୍ତି । ତେଣୁ ଖାଲି ପ୍ରଶଂସା ପାଇଲେ କିଛି ହେବନାହିଁ, କିପରି କେନ୍ଦ୍ରର ଅର୍ଥ ଲୋକଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ନବୀନ ସରକାରଙ୍କୁ ସମାଲୋଚନା ପୂର୍ବକ ସେ କହିଛନ୍ତି ।

ଆହୁରିମଧ୍ୟ, ଓଡିଶାକୁ କେନ୍ଦ୍ରର ଆବାସ ଗୃହ ପ୍ରଦାନ ପ୍ରସଙ୍ଗ ଉଠାଇ ପୃଥ୍ବୀରାଜ କହିଛନ୍ତି, ରାଜ୍ୟରେ ବିପର୍ଯ୍ୟୟ ବେଳେ କେନ୍ଦ୍ର ସରକାର ସବୁବେଳେ ସହଯୋଗର ହାତ ବଢାଇଥାନ୍ତି । ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ କିପରି ବାତ୍ୟା ପ୍ରପୀଡିତ ଅଞ୍ଚଳରେ ସ୍ଥାନାନ୍ତରଣ ସମସ୍ୟାର ସ୍ଥାୟୀ ସମାଧାନ ହେବ ସେଥିପାଇଁ କେନ୍ଦ୍ରରୁ ୮ ଲକ୍ଷ ୧୭ ହଜାର ଗୃହ ଆସିଥିଲା । ହେଲେ ରାଜ୍ୟ ସରକାର ଗୋଟିଏ ବି ଘର ଆବଣ୍ଟନ କରିପାରିନାହାନ୍ତି । ଫୋକସ୍ ରାଜ୍ୟ କହି ସରକାର କେବଳ କେନ୍ଦ୍ରରୁ ଅର୍ଥ ଲୁଟ୍ କରୁଛନ୍ତି । ଯାହାର ଜବାବ ଲୋକେ ଆଗାମୀ ଦିନରେ ଦେବେ ବୋଲି କହିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.