ETV Bharat / city

ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ

author img

By

Published : Jun 20, 2021, 5:53 PM IST

ରାଜ୍ୟରେ କର୍ମନିଯୁକ୍ତିର ଅଭାବରୁ ପ୍ରବାସୀ ମାନେ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢନ୍ତୁ...

BJP and congress reation mirgrant labour issue
ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ବର: ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ କଟକଣା କୋହଳ ହେବା ପରେ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ନିଜ ରାଜ୍ୟ ମୁହାଁ ହୋଇଛନ୍ତି। ରାଜ୍ୟରେ କର୍ମନିଯୁକ୍ତିର ଅଭାବରୁ ଏହି ପ୍ରବାସୀ ମାନେ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସେପଟେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ ସମାଲୋଚନା କିରଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ

ବିଜେପି ନେତା ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି ଯେ, ୱାନ ନେସନ ୱାନ ରାସନ କେନ୍ଦ୍ର ସରକାର ପ୍ରବାସୀଙ୍କ ସହାୟତା ପାଇଁ କରିଛନ୍ତି । କିନ୍ତୁ ସେପଟେ ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ବହୁତ ହଇରାଣ ହୋଇ ଫେରିଛନ୍ତି ପ୍ରବାସୀ । ରାଜ୍ୟ ସରକାର ବଡ଼ ବଡ଼ ପ୍ରତିଶୃତି କରିଥିଲେ । ସ୍କିଲ ମ୍ୟାପିଂ କରି ପ୍ରବାସୀଙ୍କୁ କାମ ଯୋଗାଇଦେବେ ବୋଲି କହିଥିଲେ । ମନରେଗାରେ କାମ ଦେବେ ବୋଲି ସରକାର କହିଥିଲେ । କିନ୍ତୁ ଅଧିକାଂଶ ସ୍ଥାନରେ ମେସିନରେ କାମ ହେଲା । ସେମାନଙ୍କୁ କେଵଳ ସଂକ୍ରମଣ ବଢିବ ବୋଲି ସନ୍ଦେହ ଦୃଷ୍ଟିରେ ଦେଖାଗଲା । ତାଙ୍କୁ ଯେଉଁ ରୋଜଗାରର ପନ୍ଥା ଯୋଗାଇବା କଥା ରାଜ୍ୟ ସରକାର କଲେ ନାହିଁ। ଅନେକ ଓଡ଼ିଆ ଲୋକ ସେହି ରାଜ୍ୟରେ ପଡ଼ି ରହିବାକୁ ବାଧ୍ୟ ହେଲେ । ଅନେକ ଲୋକ ସଂକ୍ରମିତ ହେଲେ ଓ ତାଙ୍କର ମୃତ୍ୟୁ ହେଲା । ଯଦି ଅଲଗା ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବା କ୍ଷେତ୍ରରେ ପ୍ରବାସୀ ଓଡ଼ିଆ ସହଯୋଗ କରୁଛନ୍ତି ।

ତେବେ ସେମାନେ ଓଡିଶାରେ କାହିଁକି କରି ପାରିବେ ନାହିଁ । ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ଦେଖିବାର ଆବଶ୍ୟକତା ଅଛି । ଅନେକ କୋରାପୁଟ ଓ ବଲାଂଗୀର ଭଳି ପଶ୍ଚିମ ଓ ଦକ୍ଷିଣ ଓଡିଶାର ଝିଅ ବାହାର ରାଜ୍ୟରେ ଯାଇ ସ୍ପିନିଂ ମିଲରେ କାମ କରୁଛନ୍ତି । ରାଜ୍ୟ ସରକାର ସ୍କିଲ ମ୍ୟାପିଂର ବ୍ୟବସ୍ଥା କରନ୍ତୁ । ଶିଳ୍ପାୟନ ବଢ଼ାଇବାର ଆବଶ୍ୟକତା ଅଛି। ଯଦି ପ୍ରତ୍ୟେକ ଲୋକ ଓଡିଶାରେ କାମ ପାଇବ । ତେବେ ସେ ବାହାରକୁ ଯିବ ନାହିଁ । 100% କାମ ମନରେଗାରେ ମେସିନରେ କାମ ହେଉଛି । ଦୈନିକ ମଜୁରୀ ବଢ଼ାଇଲେ ଠିକାଦାରର ଲାଭ ହେବ ଶ୍ରମିକର ହେବ ନାହିଁ ବୋଲି ବିଜେପି କହିଛି ।

ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । କୋଭିଡର ପ୍ରଥମ ଲହର ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ବିଭିନ୍ନ କର୍ମ ନିଯୁକ୍ତି ଯୋଗାଇବା ନେଇ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ଦ୍ବିତୀୟ ଲହର ସରି ତୃତୀୟ ଲହର ଆରମ୍ଭ ହେବାକୁ ଯାଉଛି ପୁଣି ରୋଜଗାର ଆଶାରେ ବାହାର ରାଜ୍ୟକୁ ପ୍ରବାସୀ ଓଡିଆ ଯାଉଛନ୍ତି । ପ୍ରବାସୀ ଓଡିଆଙ୍କୁ କୌଣସି ବ୍ୟବସ୍ଥା କରାଯାଉନାହିଁ । ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ଗୁଜୁରାଟ, ମୁମ୍ବାଇ ,କୋଲକାତା,ହାଇଦ୍ରାବାଦ, ଚେନ୍ନାଇ କେଉଁଠି ମଧ୍ୟ କୌଣସି ବ୍ୟବସ୍ଥା କରିନାହାଁନ୍ତି ବୋଲି ସୁର କହିଛନ୍ତି । କୋରୋନା ମହାମାରୀରେ ବେଶ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ ତେଣୁ ସରକାର ସେମାନଙ୍କ ପାଇଁ କାମ ଯୋଗାଉ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.