ETV Bharat / city

ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ ବିଜେଡି: ଅନନ୍ତ

author img

By

Published : Feb 25, 2022, 4:17 PM IST

ଆସନ୍ତା ମାସ 24 ତାରିଖରେ ପୌର ନିର୍ବାଚନ । ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ ବିଜେଡି ବୋଲି କହିଲେ ବିଧାୟକ ଅନନ୍ତ ନାରାୟଣ ଜେନା । ଅଧିକ ପଢନ୍ତୁ

ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ ବିଜେଡି : ଅନନ୍ତ
ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ ବିଜେଡି : ଅନନ୍ତ

ଭୁବନେଶ୍ବର: ବାଜିଲା ପୌର ନିର୍ବାଚନ ବିଗୁଲ । ଆସନ୍ତା ମାସ 24 ତାରିଖରେ ପୌର ନିର୍ବାଚନ । ଏ ନେଇ ସଜବାଜ ଆରମ୍ଭ କରି ଦେଇଛନ୍ତି ରାଜ୍ୟ ନିର୍ବାଚନ ଅୟୋଗ ଓ ବିଭିନ୍ନ ରାଜନୈତିକ ଦଳ ।

ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ ବିଜେଡି : ଅନନ୍ତ

ବିଜେଡି କହିଛି, ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ ବିଜେଡି । ଅନ୍ୟ ପୌରାଞ୍ଚଳରେ ଭଲ ପ୍ରଦର୍ଶନ କରିବ ଦଳ। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, 2003 ମସିହାରେ ଭୁବନେଶ୍ୱର ମହାନଗର ନିଗମ ଭାବେ ଘୋଷଣା ହେଲା ।

ସେବେଠାରୁ ଆଜି ଯାଏଁ ବିଜେଡିର ଦବଦବା ରହି ଆସିଛି । ବିଜେଡି 3 ଥର ମେୟର ପଦ ଅକ୍ତିଆର କରିଛି । ତାହାର ଦବଦବା ବିଜେଡି ଦେଖେଇ ଆସିଛି ।

ଭୁବନେଶ୍ୱର ସାରା ଭାରତରେ ଏକ ନମ୍ବର ସହର ଭାବେ ପରିଗଣିତ ହୋଇସାରିଛି । ତାହା ଛଡ଼ା ଅନେକ ସମସ୍ୟା ମଧ୍ୟ ରହିଛି । ଉତ୍ତରଦାୟୀ ଭାବେ ଆମେ ଲୋକଙ୍କ ସମସ୍ତ କାର୍ଯ୍ୟ ଓ ସମସ୍ୟାରେ ଆମେ ସଂଶ୍ଲିଷ୍ଟ ହୋଇଛୁ । ସବୁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।

ଯେଉଁ ଲୋକମାନେ ଲୋକଙ୍କ ପାଖରେ ଥାନ୍ତି ସେମାନଙ୍କୁ ସେମାନେ ନିର୍ବାଚିତ କରନ୍ତି । ଯେଉଁମାନେ ଲୋକଙ୍କ ଦୁଃଖ ସୁଖର ସାଥୀ, ଦୈନିକ ୱାର୍ଡକୁ ଯାଉଥିବେ । ସେମାନଙ୍କୁ ଲୋକ ନିର୍ବାଚିତ କରନ୍ତି ।

ବିଜୁ ଜନତା ଦଳର ଯେଉଁ ମାନେ ଅଛନ୍ତି ସେମାନେ ପ୍ରଥମ ଦିନରୁ କାର୍ଯ୍ୟ କରୁଛନ୍ତି । ଆଜି(ଶୁକ୍ରବାର) ତାରିଖ ଘୋଷଣା ହେଲା । ବିଜେଡି ଆତଙ୍କିତ କିମ୍ବା ଭୟବିତ ନୁହଁ । କାହିଁକିନା ଆମେ ଲୋକଙ୍କ ସହିତ ସବୁବେଳେ ରହିଛୁ । ଯେଉଁ ଲୋକ ସାଧାରଣ ଲୋକ ସହିତ ମିଶି ପାରିବ । ସେ ଅଞ୍ଚଳର ଉନ୍ନତି କରିପାରିବ । ସେମାନଙ୍କର ଭଲ ଭାବମୃତ୍ତି ଥିବ ତାଙ୍କୁ ଦଳ ପ୍ରାର୍ଥୀ ଭାବେ ଚୟନ କରିବ ।

ଏହାବି ପଢନ୍ତୁ : Municipal Election: ବାଜିଲା ବିଗୁଲ୍‌, ମାର୍ଚ୍ଚ ୨୪ରେ ପୌର ନିର୍ବାଚନ

ଏହା ହେଉଛି ବିଜେଡିର ପ୍ରାର୍ଥୀ ଚୟନର ମାପକାଠି । ସମାଜ ସେବା କରିବା ଲାଗି ଆଗ୍ରହୀ ଥିବା ଲୋକଙ୍କୁ ଚୟନ କରାଯିବ । ବିଜେଡି ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ ।

ଓଡ଼ିଶାରେ ପ୍ରାୟ ଦଖଲ କରିବ ବିଜେଡି । ଯିଏ ଜନସାଧାରଣଙ୍କ ଲାଗି କାର୍ଯ୍ୟ କରିପାରିବ ଓ 67 କର୍ପୋରେଟରଙ୍କୁ ନେଇ କାର୍ଯ୍ୟ କରିପାରିବ ତାଙ୍କୁ ଦଳ ଭୁବନେଶ୍ୱରରେ ମେୟର ପ୍ରାର୍ଥୀ କରିବ । ଦଳର ମୁଖିଆ ଯାହାଙ୍କୁ ଚୟନ କରିବେ ତାଙ୍କୁ ନେଇ ଆଗକୁ ବଢିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।

ଭୁବନେଶ୍ବରରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.