ETV Bharat / city

Municipal Election: ବାଜିଲା ବିଗୁଲ୍‌, ମାର୍ଚ୍ଚ ୨୪ରେ ପୌର ନିର୍ବାଚନ

author img

By

Published : Feb 25, 2022, 1:23 PM IST

Updated : Feb 25, 2022, 2:03 PM IST

ରାଜ୍ୟରେ ସରିଛି ପଞ୍ଚାୟତ ନିର୍ବାଚନ । ଏହାରି ମଧ୍ୟରେ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ବାଜିଲା ବିଗୁଲ୍‌: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ
ବାଜିଲା ବିଗୁଲ୍‌: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆଜି ରାଜ୍ୟ ନିର୍ବାଚନ କମିଶନର ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ 24ରେ ପୌର ଭୋଟ୍ । 26 ତାରିଖରେ ଭୋଟ୍ ଗଣତି ହେବ। ଏଥିପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । 3 ମହାନଗର ସମେତ 107 ପୌର ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

କେବଳ ପୌରଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଫେବୃୟାରୀ 28ରେ ଏନେଇ ବିଧିବଦ୍ଧ ଵିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ 2ରୁ 7 ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। 14 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଏପ୍ରିଲ 8ରେ ଡେପୁଟି ମେୟର ନିର୍ବାଚନ, ଏପ୍ରିଲ 7 ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ । 106 ପୌର ପରିଷଦରେ ହେବ ନିର୍ବାଚନ । 47 ମୁନିସିପାଲିଟି ଓ 59 NACରେ ହେବ ନିର୍ବାଚନ।

ଏହା ସହ 3 ମହାନଗର ନିଗମ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରରେ ପୌର ନିର୍ବାଚନ ହେବ। ଏଥର ପୌର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ସେଥିପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ମେସିନ ରହିବ। ଗୋଟିଏ ଇଭିଏମ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ଆଉ ଗୋଟିଏ ଇଭିଏମ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ରହିବ। ଏଥର ନୋଟା ମଧ୍ୟ ରହିବ। ସମୁଦାୟ 41 ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ।

106ଟି ପୌର ପରିଷଦରେ 1731ଟି ୱାର୍ଡର 3030ଟି ବୁଥ ରହିଛି ଏବଂ 27 ଲକ୍ଷରୁ ଅଧିକ ଭୋଟର ରହିଛନ୍ତି। ସେହିପରି 3ଟି ପୌର ନିଗମରେ 168ଟି ୱାର୍ଡରେ 1407ଟି ବୁଥ ରେ 14 ଲକ୍ଷ 26 ହଜାରରୁ ଅଧିକ ଭୋଟର ଅଛନ୍ତି। ଏଥରକ ପ୍ରାର୍ଥୀମାନେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ । ଗୋଟିଏ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ଓ ସମ୍ପତ୍ତି ତାଲିକା ଦେବେ। ଆଉ ଗୋଟିଏ ପରିବାର ସମ୍ପର୍କରେ ତଥ୍ୟ ଦେବେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 25, 2022, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.