ETV Bharat / city

ରାଜ୍ୟରେ ବଢୁଛି RTI କର୍ମୀଙ୍କ ଉପରେ ଆକ୍ରମଣ, 10 ବର୍ଷ ମଧ୍ୟରେ ଜେଲ ଗଲେଣି 54 ଜଣ !

author img

By

Published : Oct 23, 2020, 8:58 PM IST

Updated : Oct 24, 2020, 6:14 PM IST

ରାଜ୍ୟରେ ବଢୁଛି RTI କର୍ମୀଙ୍କ ଉପରେ ଆକ୍ରମଣ, ଗତ 10 ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ
ରାଜ୍ୟରେ ବଢୁଛି RTI କର୍ମୀଙ୍କ ଉପରେ ଆକ୍ରମଣ, ଗତ 10 ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ

ଆରଟିଆଇ ତଥ୍ୟ ଅନୁଯାୟୀ, 2008ରୁ 2020 ମସିହା ଭିତରେ ରାଜ୍ୟରେ ଅନେକ RTI କର୍ମୀଙ୍କୁ ବିଭିନ୍ନ ମିଛ ମାମଲାରେ ଗିରଫ କରାଯାଇଛି । ରାଜ୍ୟରେ ଦୀର୍ଘ 10 ବର୍ଷ ମାଧ୍ୟମରେ 54 ଜଣ RTI କର୍ମୀଙ୍କୁ ହତ୍ୟା ଓ ଆକ୍ରମଣ ପରି ମିଛ ମାମଲାରେ ଜେଲ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ବଢୁଛି ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ । ଗତ 10 ବର୍ଷ ତୁଳନାରେ ଚଳିତ ବର୍ଷ ସର୍ବାଧିକ ସୂଚନା ଅଧିକାର କର୍ମୀ, ମନବାଧିକାର କର୍ମୀ ଆକ୍ରମଣ, ଆକ୍ରୋଶର ଶିକାର ହୋଇଛନ୍ତି । ଅନେକ ସୂଚନାଧିକାର କର୍ମୀଙ୍କୁ ହତ୍ୟା ମଧ୍ୟ କରାଯାଇଛି । ସେମାନଙ୍କର ପରିବାର ଏବେବି ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି । ଶାସକ ଦଳର ନେତାଙ୍କ ଇସାରାରେ ଦୁର୍ବୃତ୍ତ, ପୋଲିସର ସଂଗଠିତ ଅତ୍ୟାଚାରର ଶିକାର ହେଉଛନ୍ତି ସୂଚନା ଅଧିକାର କର୍ମୀ ।

ରାଜ୍ୟରେ ବଢୁଛି ସୂଚନାଅଧିକାରୀଙ୍କ ଉପରେ ଆକ୍ରମଣ,

ସୂଚନା ଅଧିକାର କର୍ମୀଙ୍କୁ ରାଜ୍ୟରେ ଅନେକ ସ୍ଥାନରେ ଅନେକ ସମୟରେ ଆକ୍ରମଣ ଏବଂ ହତ୍ୟାର ଟ୍ରେଣ୍ଡ, ଦିନକୁ ଦିନ ବୃଦ୍ଧି ପାଉଛି । ସୂଚନା ଅଧିକାର ନିୟମ ଲାଗୁ ହେବାର 10 ବର୍ଷ ମଧ୍ୟରେ ବିଭିନ୍ନ ବିଭାଗରେ ଦୁର୍ନୀତି, ଅନିୟମିତତା, ପ୍ରଶାସନର ବେଆଇନ କାର୍ଯ୍ୟ ସାମ୍ନାକୁ ଆସିପାରିଛି । ଓଡିଶା ସୂଚନା ଅଧିକାର କର୍ମୀମାନେ ଏହାର ବଡ ଧରଣର ସାକ୍ଷୀ ହୋଇ ରହିଛନ୍ତି । ଅନ୍ୟପକ୍ଷରରେ ଆରଟିଆଇ କର୍ମୀମାନେ ଅପମାନିତ, ଗିରଫ, ଧମକ, ମିଥ୍ୟ ମାମଲା ଏବଂ ହତ୍ୟାର ଶିକାର ହୋଇଛନ୍ତି । ରାଜ୍ୟର ଅନେକ ମାଫିଆ, ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ସୂଚନା ଅଧିକାର କର୍ମୀ ମାନଙ୍କର ଭାବମୂର୍ତ୍ତିକୁ ଖରାପ କରିବା ସହ ବ୍ଲାକମେଲିଂ, ଚୋରା ଚାଲାଣକାରୀ ଇତ୍ୟାଦି ଭାବରେ ବ୍ରାଣ୍ଡିଂ କରି, ଅପମାନିତ କରିବା ସହ ଷଡଯନ୍ତ୍ର କରି ଫାସାଇ ଦିଆଯାଉଛି ।

ତେବେ ଆରଟିଆଇ ତଥ୍ୟ ଅନୁଯାୟୀ, 2008 ମସିହାରୁ 2020 ମସିହା ଭିତରେ ରାଜ୍ୟରେ ଅନେକ ସୂଚନା ଅଧିକାର କର୍ମୀଙ୍କୁ ବିଭିନ୍ନ ମିଛ ମାମଲାରେ ଗିରଫ କରାଯାଇଛି । ରାଜ୍ୟରେ ଦୀର୍ଘ 10 ବର୍ଷ ମାଧ୍ୟମରେ 54 ଜଣ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଆକ୍ରମଣ ପରି ମିଛ ମାମଲାରେ ଜେଲ ପଠାଇ ଦିଆଯାଇଛି ।

2008 ମସିହାରେ ପୁରୀ ଜିଲ୍ଲାର କୋଣାର୍କ ଅଞ୍ଚଳର ଏନଏ ସାହାଙ୍କୁ ନିର୍ଯାତନା ଦିଆଯାଇଥିଲା ଏକ ସୂଚନା ମାଗିବାରୁ । 2009 ମସିହାରେ 3 ଜଣ ସୂଚନା ଅଧିକାରୀଙ୍କୁ ନିର୍ଯାତନା ଦିଆଯାଇଥିଲା । ଏକ ଯୌନ ନିର୍ଯାତନା ମାମଲାରେ ଆଉ 2 ଜଣଙ୍କୁ ଅପମାନିତ କରାଯାଇଥିଲା । 2010 ମସିହାରେ 3 ଜଣଙ୍କ ବିରୋଧରେ ସଙ୍ଗୀନ ମାମଲା ଦାଏର ହୋଇଥିଲା । 2011 ମସିହାରେ 5 ଜଣ, 2012 ମସିହାରେ ଜଣେ , 2013 ମସିହାରେ 2 ଜଣ, 2014 ମସିହାରେ 4 ଜଣ, 2015 ମସିହାରେ 4 ଜଣ, 2016 ମସିହାରେ ଜଣେ, 2017 ମସିହାରେ 8 ଜଣ , 2018 ମସିହାରେ 3ଜଣ , 2019 ମସିହାରେ 3 ଜଣ ଓ 2020 ମସିହାରେ 14 ଜଣଙ୍କୁ ଆକ୍ରମଣ କରାଯାଇଛି । ଯଦି ତଥ୍ୟ ଅନୁଯାୟୀ 2017 ମସିହା ଅନୁଯାୟୀ 2020 ମସିହାରେ ସର୍ବାଧିକ ଆକ୍ରମଣର ଶିକାର ହୋଇଛନ୍ତି ଆରଟିଆଇ କର୍ମୀ ।

ପୁରୀ ଜିଲ୍ଲାର ବାପି ଜେନା ଜଣେ ସୂଚନା କର୍ମୀ ଭାବରେ କାର୍ଯ୍ୟରତ ରହିଛନ୍ତି । ତେବେ ସେ ଏକ ସୂଚନା ଆଧାରରେ ପୁରୀରେ ତାଙ୍କୁ ଗୁରୁତର ଭାବରେ ମାଡ ଦିଆଯାଇଥିଲା । ଏପରିକି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ କିଛି ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି । ଏପରିକି ଫାଇଲିନ୍ ବାତ୍ୟା ପରେ ପ୍ରାଥମିକ ସମାବାୟ ସମିତିର କାର୍ଯ୍ୟାଳୟରେ ତଥ୍ୟ ପାଇଁ ଆବେଦନ କରିଥିଲେ । ଫାଇଲିନ ପ୍ରଭାବିତ କୃଷକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ତଥ୍ୟ ପାଇଁ ଆବେଦନ କରିଥିଲେ ବାପି ।

ହେଲେ ସେହି ନିର୍ଦ୍ଧିଷ୍ଟ ଅଂଚଳର ସରପଞ୍ଚ ଓ ଗ୍ରାମର କିଛି ଲୋକ ମାଡ ମାରି ଗ୍ରାମରୁ ଏକ ମାସ 7 ଦିନ ବାଛନ୍ଦ କରିଥିଲେ । ଏବେ ବି ସେ ଗ୍ରାମରେ ସାମାଜିକ ବାଛନ୍ଦ ହୋଇ ରହିଛନ୍ତି । ଏହା ନିର୍ଦ୍ଧିଷ୍ଟ ଦଳର କିଛି କର୍ମୀ ମାନେ ଏପରି କରିଛନ୍ତି । କିଛି ଅସାଧୁ ଲୋକଙ୍କ ଦୁର୍ନୀତି ସାମ୍ନାକୁ ଆସିଯିବ ସେନେଇ ଏପରି କରିଥିବା ଅଭିଯୋଗ କରିଛନ୍ତି । ଏନେଇ ମଧ୍ୟ ପରିବାରଙ୍କୁ ମଧ୍ୟ ଭୟଭୀତ କରାଯାଇଥିଲା । ଏପରିକି ସୁବାସ ମହାପାତ୍ର ଯିଏ କି ଜଣେ ଓକିଲ ଓ ସୂଚନା କର୍ମୀ ଅଧିକାରୀ କହିଛନ୍ତି, ଯେ ଏକ ଘରୋଇ ହସ୍ପିଟାଲ ଓ ଶିକ୍ଷା ଅନୁଷ୍ଠାନକୁ ନେଇ ସୂଚନା ମାଗିଥିଲେ କିନ୍ତୁ ତାଙ୍କୁ ପ୍ରଲୋଭନ ଦେଖାଯାଇଥିଲା ଏବଂ ଭୟଭୀତ ମଧ୍ୟ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated :Oct 24, 2020, 6:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.