ETV Bharat / city

ଚାନ୍ଦିପୁର DRDO ତଥ୍ୟ ଲିକ ଘଟଣା, ମିଳିଲା ମୁମ୍ବାଇ ଲିଙ୍କ୍‌

author img

By

Published : Nov 6, 2021, 1:25 PM IST

Updated : Nov 6, 2021, 1:52 PM IST

ଚାନ୍ଦିପୁର DRDO ତଥ୍ୟ ଲିକ ଘଟଣା, ମିଳିଲା ମୁମ୍ବାଇ ଲିଙ୍କ
ଚାନ୍ଦିପୁର DRDO ତଥ୍ୟ ଲିକ ଘଟଣା, ମିଳିଲା ଚାନ୍ଦିପୁର DRDO ତଥ୍ୟ ଲିକ ଘଟଣା, ମିଳିଲା ମୁମ୍ବାଇ ଲିଙ୍କମୁମ୍ବାଇ ଲିଙ୍କ

ଚାନ୍ଦିପୁର DRDO ତଥ୍ୟ ଲିକ ଘଟଣା । ଏବେ ଏଥିରେ ମିଳିଛି ମୁମ୍ବାଇ ଲିଙ୍କ୍‌ । ଘଟଣାରେ ଆଉ ଜଣେ ରହସ୍ୟମୟୀ ମହିଳାଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ମୁମ୍ବାଇ ଓ ଚାନ୍ଦିପୁର‌ ଆଖପାଖ ଅଞ୍ଚଳରେ ଏବେ ବି ଆକ୍ଟିଭ ଅଛି ସ୍ଲିପର‌ସେଲ । ଏନେଇ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ସୁରାକ୍‌ । ଏହି ଘଟଣାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ମିଳିଛି ସୂଚନା । ସନ୍ଦିଗ୍ଧ ମହିଳା ଜଣକ ଗତ ଏପ୍ରିଲ ୧୯ ତାରିଖରେ SBI ବ୍ରାଞ୍ଚରେ ୪୦ ହଜାର ଟଙ୍କା ଡିପୋଜିଟ କରିଥିଲେ । ଏହି ଟଙ୍କା ଘଟଣାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ନାଁରେ ଡିପୋଜିଟ କରାଯାଇଥିଲା । ଏହି ଟଙ୍କା ଡିପୋଜିଟ କରିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ ।

ଏହି ସନ୍ଦିଗ୍ଧ ମହିଳା ଜଣକ ୪୦ ହଜାର ଟଙ୍କା ଆବଶ୍ୟକ ରହିଛି ବୋଲି କହି ଜଣେ ଅଭିଯୁକ୍ତଙ୍କୁ ଟଙ୍କା ମାଗିଥିଲେ । ଏପ୍ରିଲ ୧୮ ତାରିଖରେ ଅଭିଯୁକ୍ତ ଜଣକ ମହିଳା ଦେଇଥିଲା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । କିନ୍ତୁ ଟଙ୍କା ନେବାର ଦିନକ ପରେ ଅର୍ଥାତ ୧୯ ଏପ୍ରିଲରେ ଟଙ୍କା ଫେରାଇ ଦେଇଥିଲେ ଏହି ରହସ୍ୟମୟୀ ମହିଳା ।

ଚାନ୍ଦିପୁର DRDO ତଥ୍ୟ ଲିକ ଘଟଣା, ମିଳିଲା ମୁମ୍ବାଇ ଲିଙ୍କ୍‌

ଏପରିକି ଗିରଫ ଅଭିଯୁକ୍ତ ହନିଟ୍ରାପ କରୁଥିବା ରହସ୍ୟମୟୀ ମହିଳାଙ୍କୁ ଛାଡି ଆଉ ଜଣେ ରହସ୍ୟମୟୀଙ୍କ ଲିଙ୍କରେ ଆସିଥିଲେ। ଦ୍ବିତୀୟ ରହସ୍ୟମୟୀ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ସହ ସମ୍ପର୍କ ବଢାଇଥିଲେ । ଫେସବୁକ ଜରିଆରେ ସମ୍ପର୍କ ବଢାଇ ଗିରଫ ଅଭିଯୁକ୍ତକୁ ତାଙ୍କ ଗାଁ ପାଖ ଝିଅ କହି ଟ୍ରାପ କରିଛନ୍ତି । ଏପରିକି ସେ ଦୁବାଇରେ ରହୁଛନ୍ତି ବୋଲି ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ। ପରେ କିଛି ଦିନ ସମ୍ପର୍କ ବଢାଇବା ପରେ ଅସୁବିଧା ଅଛି କହି ଅଭିଯୁକ୍ତକୁ ଟଙ୍କା ମାଗିଥିଲେ।

ସେହି ଅଭିଯୁକ୍ତ ଜଣକ ଦ୍ବିତୀୟ ରହସ୍ୟମୟୀ ମହିଳାକୁ ୧୮ ଏପ୍ରିଲରେ ୪୦ ହଜାର ଟଙ୍କା ପଠାଇଥିଲେ । ଏହି ଟଙ୍କା ମୁମ୍ବାଇର ୨ ଜଣ ପୁରୁଷଙ୍କ ଆକାଉଣ୍ଟକୁ ୩୦ ହଜାର ଓ ପରେ ୧୦ ହଜାର ଟଙ୍କା ଭାବେ ଜମା ହୋଇଥିଲା । ପରେ ସେହି ଦ୍ବିତୀୟ ରହସ୍ୟମୟୀ ଚାନ୍ଦିପୁର SBI ବ୍ରାଞ୍ଚରେ ୪୦ହଜାର ଟଙ୍କା ଗୋଟିଏ ଦିନ‌ ପରେ କ୍ୟାସ ଡିପୋଜିଟ କରିଥିଲେ । ଯାହାକି ଚାନ୍ଦିପୁର ଗିରଫ ଅଭିଯୁକ୍ତ ଆକାଉଣ୍ଟରେ ଡିପୋଜିଟ ହୋଇଛି ।

ତେବେ କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ଯେ ଚାନ୍ଦିପୁର ବ୍ରାଞ୍ଚରେ ଡିପୋଜିଟ କରିଥିବା ଲୋକର ଚିତ୍ର ସିସିଟିଭିରେ କଏଦ ହୋଇଥାଏ ପାରେ । ଯେହେତୁ ଚାନ୍ଦିପୁର ବ୍ରାଞ୍ଚରେ ଡିପୋଜିଟ ହୋଇଛି ତାହାଲେ ସ୍ଲିପର ସେଲ ଏପରି କରିଥାଏ ପାରେ। ଯାହାକୁ ସ୍କାନରରେ ରଖି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ । ଏପରିକି ମୁମ୍ବାଇ ଲିଙ୍କକୁ ନେଇ ମଧ୍ୟ ତନାଘନା କରୁଛି କ୍ରାଇମବ୍ରାଞ୍ଚ୍ ଟିମ । ମୁମ୍ବାଇର ଆକ୍ସିସ ବ୍ୟାଙ୍କ ଓ ଇଣ୍ଡିଆନ ବ୍ୟାଙ୍କ ଜରିଆରେ ଯାଇଥିବା ୩୦ ହଜାର ଓ ୧୦ହଜାର ଟଙ୍କାକୁ ନେଇ ତଦନ୍ତ ଚଳାଇଛି । ଏସବୁ ପଛରେ ସ୍ଲିପର ସେଲ ହାତ ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ।

ଅନ୍ୟପଟେ ପ୍ରଥମ ରହସ୍ୟମୟୀ ମହିଳା ଫେସବୁକରେ ଆଉ ଏକ ID ଜରିଆରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁ୍କ୍ତଙ୍କ ସହ ଆଉ ଏକ ଫେସବୁକ IDରେ ଏପରି ଦ୍ବିତୀୟ ଯୁବତୀ ସାଜି କଥାବାର୍ତ୍ତା କରିଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ସେହି ଦ୍ବିତୀୟ IDରେ ଗିରଫ ଅଭିଯୁକ୍ତକୁ ଗାଁ ପାଖ ଝିଅ କହି ଫେସବୁକରେ ପରିଚୟ ଦେଇଥିଲା ଦ୍ବିତୀୟ ରହସ୍ୟମୟୀ ମହିଳା । ତେବେ ଏପରି କରି ସେ ଅଭିଯୁକ୍ତର ଭରସା ଜିତିବା ପାଇଁ ଉଦ୍ୟମ କରିଥାଇପାରେ ବୋଲି କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ସେଥିପାଇଁ ଏପରି ଧାର କରିବା ଆଳରେ ଟଙ୍କା ନେଇ ପୁଣି ଫେରାଇ ଭରସା ଜିତିବା ପାଇଁ ଚେଷ୍ଟା କରିଛି ଦ୍ବିତୀୟ ରହସ୍ୟମୟୀ ମହିଳା । ଏପରି ଭରସା ଜିତି ଚାନ୍ଦିପୁର DRDOରୁ ବଡ଼ ଧରଣର ତଥ୍ୟ ଲିକ କରିବା ପାଇଁ ଯୋଜନା ଚଳାଇଥିବା କ୍ରାଇମବ୍ରାଞ୍ଚ ଅନୁମାନ କରୁଛି ।

ଟଙ୍କା ଡିପୋଜିଟ ହୋଇଥିବା ବ୍ୟାଙ୍କ ଓ ଲୋକଙ୍କୁ ନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ କରୁଛି । ଆକାଉଣ୍ଟକୁ ଠାବ କରିବା ପାଇଁ କ୍ରାଇମବ୍ରାଞ୍ଚ ମୁମ୍ବାଇ ଯିବ ବୋଲି ଜଣାପଡ଼ିଛି । ଏହି ୪୦ ହଜାର ଟଙ୍କା ଫେରାଇଥିବା ଯୁବତୀ ଜଣକ କିଏ ତାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତକୁ ଅଧିକ ତ୍ବରାନ୍ବିତ କରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated :Nov 6, 2021, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.