ETV Bharat / city

ଆଜି ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା, ରୋଗୀଙ୍କ ପାଖରେ ପହଞ୍ଚିବେ ଡାକ୍ତର

author img

By

Published : Dec 20, 2021, 7:51 AM IST

ଆଜି ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା
ଆଜି ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା

ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବାୟୁସେବା ( cm Air Ambulance Health Service) ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି ସେବା ଦ୍ବାରା ଉପାନ୍ତ ଜିଲ୍ଲାବାସୀଙ୍କୁ ମିଳିବ ସ୍ପେସିଆଲିଟି ସ୍ବାସ୍ଥ୍ୟସେବା । ଯେତେ ବି ଜଟିଳ ରୋଗ ହେଉ ନା କାହିଁକି ନିଜ ଜିଲ୍ଲାରେ ସେବା ପାଇବେ ଜିଲ୍ଲାବାସୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିକଶିତ ହେଉଛି ସ୍ବାସ୍ଥ୍ୟସେବା । ଏଥିରେ ଯୋଡି ହେଉଛି ଆଉ ଏକ ମାଇଲଖୁଣ୍ଟ । ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବାୟୁସେବା (CM Air Ambulance Health Service) ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି ସେବା ଦ୍ବାରା ଉପାନ୍ତ ଜିଲ୍ଲାବାସୀଙ୍କୁ ମିଳିବ ସ୍ପେସିଆଲିଟି ସ୍ବାସ୍ଥ୍ୟସେବା । ଯେତେ ବି ଜଟିଳ ରୋଗ ହେଉ ନା କାହିଁକି ନିଜ ଜିଲ୍ଲାରେ ସେବା ପାଇବେ ଜିଲ୍ଲାବାସୀ । ଯାହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm Naveen Patnaik) । ଭୁବନେଶ୍ବର ବିମାନବନ୍ଦରରୁ ଏହି ସେବା ଆରମ୍ଭ ହେବ ।

ଏହି ସେବାରେ ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ମାନକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡାବାସୀ ନିଜ ଜିଲ୍ଲାରେ ଚିକିତ୍ସା ସୁବିଧା ପାଇବେ । ବିମାନରେ ଡାକ୍ତର ଜିଲ୍ଲାରେ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇବେ । ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀଙ୍କୁ ଭୁବନେଶ୍ବର, କଟକ ସହରକୁ ଆସିବାକୁ ପଡୁଥିଲା । ଅଜଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ପରିବାର ଲୋକ ମଧ୍ୟ ଅସୁବିଧା ଭୋଗୁଥିଲେ । ହେଲେ ଏହି ସେବା ଦ୍ବାରା ରୋଗୀ ନୁହେଁ ଡାକ୍ତର ରୋଗୀଙ୍କ ପାଖରେ ପହଞ୍ଚିବେ ।

ଏହି ସ୍ବାସ୍ଥ୍ୟ ସେବାରୁ ଦୁର୍ଗମ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ମୁଖ୍ୟ ଲକ୍ଷ୍ୟ ରହିଛି । ଅପହଞ୍ଚ ଇଲାକାର ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ବିଶେଷଜ୍ଞ ଡାକ୍ତରୀ ଟିମ ସେଠାରେ ପହଞ୍ଚି ଚିକିତ୍ସା କରିବେ । ଦରକାର ପଡିଲେ ରୋଗୀଙ୍କୁ ଏୟାର ଲିଫ୍ଟ କରଯାଇ କଟକ, ଭୁବନେଶ୍ବର ଅଣାଯିବ । ନିକଟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ରାଜ୍ୟ ସରକାର । ମାଲକାନଗିରିରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ଏହାପରେ ପୁଣି ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ବାସ୍ତବରେ ଏହି ସେବାରେ ଲୋକ କେତେ ଉପକୃତ ହେଉଛନ୍ତି ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.