ETV Bharat / city

ଏୟାର ସୋ ପାଇଁ ବିପଦ ସାଜିପାରେ ବର୍ଜ୍ୟବସ୍ତୁ, ସଜାଗ ରହିବାକୁ ପ୍ରଶାସନର ଅନୁରୋଧ

author img

By

Published : Sep 15, 2022, 9:24 AM IST

Updated : Sep 15, 2022, 9:46 AM IST

ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ । ଏୟାର ସୋ ପାଇଁ ବିପଦ ସାଜିପାରେ ବର୍ଜ୍ୟବସ୍ତୁ । ତେଣୁ ଅଳିଆ ଆବର୍ଜନା ଏଣେ ତେଣେ ନ ପକାଇବାକୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ । ଅଧିକ ପଢନ୍ତୁ

ଏୟାର ସୋ ପାଇଁ ବିପଦ ସାଜିପାରେ ବର୍ଜ୍ୟବସ୍ତୁ, ସଜାଗ ରହିବାକୁ ଅଞ୍ଚଳବାସୀଙ୍କୁ ଅନୁରୋଧ
ଏୟାର ସୋ ପାଇଁ ବିପଦ ସାଜିପାରେ ବର୍ଜ୍ୟବସ୍ତୁ, ସଜାଗ ରହିବାକୁ ଅଞ୍ଚଳବାସୀଙ୍କୁ ଅନୁରୋଧ

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ' (Suryakiran Air show) । ଭୁବନେଶ୍ଵର ଏବଂ ପୁରୀରେ ଏହି ସୂର୍ଯ୍ୟକିରଣ ସୋ ଆୟୋଜନ ହେବାକୁ ଯାଉଛି । ବାୟୁସେନା ପକ୍ଷରୁ ଆୟୋଜିତ ଏୟାର ସୋ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲି (ଶୁକ୍ରବାର) ଅନୁଷ୍ଠିତ ହେବ ଏୟାର ସୋ । ଆଜି (ଗୁରୁବାର) ଏହାର ଫାଇନାଲ ରିହଲସଲ ହେବ । ଏୟାର ସୋ ପାଇଁ ବିପଦ ସାଜିପାରେ ବର୍ଜ୍ୟବସ୍ତୁ । ତେଣୁ ଅଳିଆ ଆବର୍ଜନା ଏଣେ ତେଣେ ନ ପକାଇବାକୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ ।

ଆସନ୍ତାକାଲି (ଶୁକ୍ରବାର) ସୂର୍ଯ୍ୟକିରଣ ଏୟାର ସୋ ଅନୁଷ୍ଠିତ ହେବ । ଏଥିରେ ୯ଟି ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଅଂଶ ଗ୍ରହଣ କରିବେ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଠାରୁ ଆରମ୍ଭ କରି ସୋ ଶେଷ ହେଲା ପର୍ଯ୍ୟନ୍ତ କୌଣସି ବର୍ଜ୍ୟବସ୍ତୁ ରାସ୍ତା ଘାଟରେ ନ ପକାଇବା ସହ ଛାତ ଉପରେ ମଧ୍ୟ ନ ରଖିବାକୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ । ଆବର୍ଜନା ଏୟାର ସୋ ପାଇଁ ବିପଦ ହୋଇପାରେ । କୌଣସି ବର୍ଜ୍ୟବସ୍ତୁ ପକାଇବା ଦ୍ଵାରା ପକ୍ଷୀମାନେ ଉଡ଼ିବା ଆରମ୍ଭ କରିଥାନ୍ତି । ତେଣୁ ସେହି ସମୟରେ ବର୍ଜ୍ୟବସ୍ତୁ ନ ପକାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ।

ଏୟାର ସୋ ପାଇଁ ଗତକାଲି (ବୁଧବାର) ମ୍ୟାପିଂ ଶେଷ କରିଛନ୍ତି ଏୟାରଫୋର୍ସ ଅଧିକାରୀ । ଆଜି ଫାଇନାଲ ରିହଲସଲ ଥିବାରୁ ବାୟୁସେନା ବରିଷ୍ଠ ଅଧିକାରୀ ଏବଂ ଡିସିପି କୁଆଖାଇ ବାଲିଯାତ୍ରା ପଡିଆ ପରଦର୍ଶନ କରିଥିଲେ । ସେପଟେ କର୍ଣ୍ଣାଟକରୁ 11ଟି ହକ ବିମାନ ପହଞ୍ଚିଛି । ପ୍ରାୟ 18ରୁ 20 ମିନିଟର ସୂର୍ଯ୍ୟକିରଣ ସୋ ହେବ । 500ରୁ 1000 ଫୁଟ ଉଚ୍ଚରେ ବିମାନ ଉଡାଇ ସୋ ଦେଖାଇବ ବାୟୁସେନା । ପ୍ରଥମ ପର୍ଯ୍ୟାୟରେ 9ଟି ବିମାନ ଏକା ସଙ୍ଗରେ ଉଡିବ । ଦ୍ବିତୀୟ ପର୍ଯ୍ୟାୟରେ 2ଟି ଲେଖାଏଁ ବିମାନ ରଣକୌଶଳ ଦେଖାଇବେ । ସୋ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ହୋଇଛି । ଟ୍ରାଫିକ ପାଇଁ 20 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଏହି ବି ପଢନ୍ତୁ...ରାଜଧାନୀ ଆକାଶରେ ହେବ ସୂର୍ଯ୍ୟକିରଣ ଏୟାର ସୋ, ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ

ସୂଚନାଅନୁଯାୟୀ, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବେଟିକ ଟିମ୍ ଏୟାର ସୋ ଅନୁଷ୍ଠିତ କରାଯାଉଛି । ଆସନ୍ତାକାଲି (ଶୁକ୍ରବାର) ଭୁବନେଶ୍ବର ବାଲିଯାତ୍ରା ପଡିଆ ଏବଂ ୧୮ ତାରିଖରେ ପୁରୀର ରାଜଭବନ ପଛ ପାଖ ବେଳାଭୂମିରେ ଅନୁଷ୍ଠିତ ହେବ ଏହି ଏୟାର ସୋ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 15, 2022, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.