ETV Bharat / city

ରାଜଧାନୀ ଆକାଶରେ ହେବ ସୂର୍ଯ୍ୟକିରଣ ଏୟାର ସୋ, ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ

author img

By

Published : Sep 14, 2022, 6:24 PM IST

ଏୟାର ସୋ କୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ । ଭୁବନେଶ୍ଵର ଉପକଣ୍ଠରେ ବାଲିଯାତ୍ରା ପଡିଆରେ ହେବ ବାୟୁସେନାର ସୂର୍ଯ୍ୟ କିରଣ ଏୟାର ସୋ (IAF Suryakiran Air Show in Bhubaneswar) । ଅଧିକ ପଢନ୍ତୁ

ସୂର୍ଯ୍ୟକିରଣ ଏୟାର ସୋ, ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ
ସୂର୍ଯ୍ୟକିରଣ ଏୟାର ସୋ, ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ

ଭୁବନେଶ୍ବର: ଭୁବନେଶ୍ବର ଦେଖିବ ସୂର୍ଯ୍ୟକିରଣ ଏୟାର ସୋ (IAF Suryakiran Air Show in bhubaneswar)। ଭୁବନେଶ୍ଵର ଉପକଣ୍ଠରେ କୁଆଖାଇ ନଦୀ ପଠାରେ ହେବ ବାୟୁ ସେନାର ସୂର୍ଯ୍ୟ କିରଣ ଏୟାର ସୋ । ଏହି ଏୟାର ସୋ କୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ। ଏହି ସୋ କରୁଛି ବାୟୁସେନାର ସୂର୍ଯ୍ୟ କିରଣ ଏୟାର ଫୋର୍ସ । ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଧୀରେ ଧୀରେ ବଢିବାରେ ଲାଗିଛି ଉତ୍ସାହ । ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା। ଟିଭିରେ ଦେଖି ଆସୁଥିବା ଏୟାର ସୋ ଏବେ ଘର ପାଖରେ ଦେଖିବେ ଲୋକ। ତେବେ ଘର ପାଖରେ ଏୟାର ସୋ ହେଉଥିବାରୁ ଲୋକଙ୍କ ମଧ୍ୟରେ ଖୁସି କହିଲେ ନ ସରେ। ଏହା ସହ ସପରିବାର ଓ ସାଙ୍ଗ ମାନଙ୍କ ସହ ନିଶ୍ଚିତ ଭାବରେ ଦେଖିବାକୁ ଯିବେ ବୋଲି କହିଛନ୍ତି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ।

ସୂର୍ଯ୍ୟକିରଣ ଏୟାର ସୋ, ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ

ସୂଚନା ଅନୁଯାୟୀ, ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଲାଗି ଆଜି ଭୁବନେଶ୍ବରର ବାଲିଯାତ୍ରା ପଡିଆରେ ମ୍ୟାପିଙ୍ଗ ହୋଇଛି । ସୂର୍ଯ୍ୟ କିରଣର ଦୁଇଟି ବିମାନ ରିହରସଲ ପୂର୍ବରୁ ମ୍ୟାପିଙ୍ଗ କରାଯାଇଛି। ଏହି ସୋ'ରେ 9 ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏ ରହିବ । ତେବେ ଆସନ୍ତାକାଲି ଫୁଲ ଫେଜ ରେ ରିହରସଲ କରାଯିବ। ଏଥିସହ ଶୁକ୍ରବାର ଦିନ ବାୟୁସେନା ଦ୍ଵାରା ସୂର୍ଯ୍ୟ କିରଣ ଏୟାର ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ତେବେ ଏହି ଅଞ୍ଚଳରେ ପ୍ରଥମ ଥର ଏଭଳି ସୋ କରାଯାଉଥିବାରୁ ଦେଖିବାକୁ ବ୍ୟାକୁଳ ଓ ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ । ଏହି ଏୟାର ସୋ ସାଧାରଣତଃ ଭାବରେ ସ୍ଵାଧୀନତା ଦିବସ ହେଉ ଅବା ଗଣତନ୍ତ୍ର ଦିବସର ଉପଲକ୍ଷେ ଏହି ସୋ ଦେଖିବାକୁ ମିଳିଥାଏ। ଏହା ପୁଣି ଦିଲ୍ଲୀରେ। ଯାହାକୁ ଟିଭି ମାଧ୍ୟମରେ ଦେଖିବାକୁ ମିଳିଥାଏ। କିନ୍ତୁ ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ହେଉଥିବାରୁ ଅଞ୍ଚଳବାସୀ ବେଶ୍ ଖୁସି ଅଛନ୍ତି।

ତେବେ ଏନେଇ ସ୍ମରିତା ଦାସ କହିଛନ୍ତି, "ଏଭଳି ସୋ ଆମ ଅଞ୍ଚଳରେ ହେଉଥିବାରୁ ଆମେ ଖୁସି ଅଛୁ ଏବଂ ଉତ୍ସାହ ବଢିବାରେ ଲାଗିଛି। ଏଭଳି ସୋ ଜୀବନରେ କେବେ ଦେଖିବୁ ବୋଲି ଭାବି ନଥିଲୁ। କିନ୍ତୁ ଏହାକୁ ଆମେ ପାଖରୁ ଆମ ଅଞ୍ଚଳରେ ଦେଖିପାରିବୁ। ଏଣୁ ସମସ୍ତେ ସାଙ୍ଗସାଥି ଓ ସପରିବାର ମିଶି ଯିବୁ। "

ଅନ୍ୟପଟେ ପ୍ରେମାନନ୍ଦ ସାହୁ କହିଛନ୍ତି, "କେବେ ହେଲେ ଏୟାର ସୋ ଦେଖିନି । ଟିଭି ମାଧ୍ୟମରେ ଯାହା ଦେଖିଛି ଏ ଭଳି ସୋ । ଏଠାରେ ଏଭଳି ସୋ ହେଲେ ସମସ୍ତ ପଞ୍ଚାୟତର ଲୋକମାନେ ଖୁସି ହେବେ । ଅନେକ ଲୋକମାଙ୍କର ଘରେ ଟିଭି ନାହିଁ ତେଣୁ ସେମାନେ ଏଭଳି ସୋ ଦେଖିବାକୁ ପାଆନ୍ତି ନାହିଁ । ତେଣୁ ଘର ପାଖରେ ହେଉଥିବାରୁ ସମସ୍ତ ଲୋକ ଯିବେ ।"

ତେବେ ଏନେଇ ଜ୍ଞାନେନ୍ଦ୍ର ମହାପାତ୍ର କହିଛନ୍ତି, "ଏହା ଦ୍ଵାରା ଆମ ଅଞ୍ଚଳରେ ଥିବା ଲୋକମାନେ ବହୁତ ଖୁସି । ସମସ୍ତେ ଆନ୍ତରିକ ଭାବରେ ଅପେକ୍ଷା କରିଛନ୍ତି ଏଭଳି ସୋ କୁ। ଏହାକୁ ସ୍ଵାଗତ କରିବାକୁ ଅଞ୍ଚଳ ବାସୀ ଅପେକ୍ଷା କଲେଣି। ଯେତେବେଳେ ହେବ ସମସ୍ତେ ମିଶିକି ଯିବୁ ।"

ସେପଟେ ପୂର୍ଣ୍ଣଚନ୍ଦ୍ର ମିଶ୍ର କହିଛନ୍ତି, "ଯେଉଁଠି ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ବାୟୁସେନା ପକ୍ଷରୁ ଏହି ଏୟାର ସୋ କରାଯାଏ।ଏହାକୁ ଆମେ ଟିଭି ମାଧ୍ୟମରେ ଦେଖିଥାଉ।କିନ୍ତୁ ବିଶେଷ କରି ଚଳିତ ବର୍ଷ ଆମ ରାଜ୍ୟରେ ତଥା ଆମର ଏହି ଅଞ୍ଚଳରେ ସୂର୍ଯ୍ୟ କିରଣ ଏୟାର ସୋ ଆରମ୍ଭ ହେବାକୁ ଯାଉଛି । ଯାହା ନେଇ ଆମେ ଅତ୍ୟଧିକ ଭାବରେ ଉତ୍ସାହିତ ରହିଛୁ । ତେବେ ଏହାକୁ ଦେଖି ଆମେ ଉପଭୋଗ କରି ବୁ। ଏହାର ଅନୁଭୂତି ଯଥେଷ୍ଟ ନିଆରା ହେବ ଏବଂ ସପରିବାର ଏହି ସୋ କୁ ଦେଖିବାକୁ ଯିବୁ। "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.