ETV Bharat / city

ହ୍ରାସ ପାଇବ ତାପମାତ୍ରା; 9ରୁ ପୁଣି ଲଘୁଚାପ !

author img

By

Published : Nov 5, 2021, 4:39 PM IST

9 ରୁ ପୁଣି ଲଘୁଚାପ !
9 ରୁ ପୁଣି ଲଘୁଚାପ !

ସାରା ରାଜ୍ୟରେ ଖସି ପାରେ ତାପମାତ୍ରା । ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ସାରା ରାଜ୍ୟରେ ଖସି ପାରେ ତାପମାତ୍ରା । ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରି ଟ୍ବିଟ ଯୋଗେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ।

  • A low pressure area is likely to form over Southeast Bay of Bengal and neighbourhood around 9th November.

    — Meteorological Centre, Bhubaneswar (@mcbbsr) November 5, 2021 " class="align-text-top noRightClick twitterSection" data=" ">

ଯଦି ଲଘୁଚାପ ବଳୟ ସୃଷ୍ଟି ହୁଏ, ତେବେ ସାରା ରାଜ୍ୟରେ ତାପମାତ୍ର ଖସିବ । ଫଳରେ ରାତ୍ରୀରେ ଶୀତ ବଢିବା ସହ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ମଧ୍ୟ ତାପମାତ୍ରା ଖସିବ ।

  • ମହାକାଶ ରୁ ଉପଗ୍ରହ ଦ୍ୱାରା ଉତୋଳନ ହୋଇଥିବା ବର୍ତମାନର ଚିତ୍ର pic.twitter.com/ArB9PLIiHi

    — Meteorological Centre, Bhubaneswar (@mcbbsr) November 5, 2021 " class="align-text-top noRightClick twitterSection" data=" ">

ପାଣିପାଗ ବିଭାଗର ଆକଳନ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିଛି। କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 17.04 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ଭୁବନେଶ୍ବରେ 21.06 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଅନ୍ୟପଟେ ଓଡିଶା ଉପରେ ପାଣିପାଗ ବିଶେଷ ପ୍ରଭାବ ନାହିଁ। ଆଗାମୀ 5 ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଆଶିଂକ ମେଘୁଆ ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.