ETV Bharat / city

ଧାନ କିଣାରେ ଅନିୟମିତତା, 15 ସମବାୟ ସମ୍ପାଦକ ନିଲମ୍ବିତ

author img

By

Published : Jan 21, 2021, 10:48 PM IST

15 Cooperative officials suspended for irregularities in paddy purchase
ଧାନ କିଣାରେ ଅନିୟମିତତା, 15 ସମବାୟ ସମ୍ପାଦକ ନିଲମ୍ବିତ

ନିଲମ୍ବିତ ହେଲେ 15 ଜଣ ପ୍ରାଥମିକ ସମବାୟ ସମିତିର ସମ୍ପାଦକ । 2021 ଖରିଫ ଋତୁରେ ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ ଅଭିଯୋଗରେ ସମବାୟ ବିଭାଗ ପକ୍ଷରୁ ସମବାୟ ସମିତିର ସମ୍ପାଦକମାନଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ନିଲମ୍ବିତ ହେଲେ 15 ଜଣ ପ୍ରାଥମିକ ସମବାୟ ସମିତିର ସମ୍ପାଦକ । 2021 ଖରିଫ ଋତୁରେ ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ ଅଭିଯୋଗରେ ସମବାୟ ବିଭାଗ ପକ୍ଷରୁ ସମବାୟ ସମିତିର ସମ୍ପାଦକମାନଙ୍କୁ ନିଲମ୍ବିତ କରାଯାଇଛି । ଏହାସହ ଏହି ଅଭିଯୋଗରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ନିଲମ୍ବିତ ହୋଇଥିବା ସମବାୟ ସମିତିର ସମ୍ପାଦକମାନେ ହେଲେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ନୂଆମୁରା ପ୍ୟାକ୍ସର ରାଧାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ କୁମାର ଦାସ, ଚାରମାଳ ପ୍ୟାକ୍ସର ଅସିତ କୁମରା ପ୍ରଧାନ, ସାହାସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ, ସମରବାଗ ପ୍ୟାକ୍ସର ପ୍ରମୋଦ କୁମାର ଭୋଇ, ଲଖନପୁର ପ୍ୟାକ୍ସ ପ୍ରଦୀପ ସା।

ସେହିପରି ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବୈଦ୍ୟନାଥ ପ୍ୟାକ୍ସର ଦିଲ୍ଲୀପ ସୁନା, ମହୁଲି ଓ ଖରି ପ୍ୟାକ୍ସର ସମ୍ପାଦକ ରବି ମିଶ୍ର, ଜଟେସିଂହ ପ୍ୟାକ୍ସର ସିଇଓ ଘନଶ୍ୟାମ ପ୍ରଧାନ, ଉଲୁଣ୍ଡା ପ୍ୟାକ୍ସର ସିଇଓ ରାମକୃଷ୍ଣ ପାଢ଼ୀ ଓ ମୁରୁଶୁଣ୍ଢି ପ୍ୟାକ୍ସର ସିଇଓ ପ୍ରଭାତ ସାହୁ ମଧ୍ୟ ନିଲମ୍ବିତ।

ସେପଟେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ବାଘିଆପଡ଼଼ା ପ୍ୟାକ୍ସର ନେତ୍ରାନନ୍ଦ ପୁରୋହିତ, ରାମଗଡ଼ର ପ୍ୟାକ୍ସର ସମ୍ପାଦକ ନିରୋଦ କୁମାର ପାତ୍ର ଓ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଢ଼ା ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଦୀନବନ୍ଧୁ ଜେନା ସହକାରୀ ସମ୍ପାଦକ ସୁଖଦେବ ରାଉତ ମଧ୍ୟ ନିଲମ୍ବିତ ହୋଇଛନ୍ତି । ସଢ଼ା ପ୍ୟାକ୍ସର ଡାଟା ଏଣ୍ଟ୍ରି ଅପରେଟର ମଧ୍ୟ ନିଲମ୍ବିତ ହୋଇଛନ୍ତି।

ଧାନ କିଣାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ 5ଟି ଓ ମୋ ସରକାର ଲାଗୁ ହୋଇଥିଲା। ଏଥିରେ କୌଣସି ଅନିୟମିତତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ରୋକଠୋକ କୁହାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.