ETV Bharat / city

ଝୁଲନ୍ତା ଅଵସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

author img

By

Published : Sep 28, 2021, 10:40 PM IST

ଓଢଣୀ ସାହାଯ୍ୟରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା । ଘଟଣାସ୍ଥଳରେ ମୃତଦେହକୁ ଉଦ୍ଧାର କରିବା ସହ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ଝୁଲନ୍ତା ଅଵସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ଝୁଲନ୍ତା ଅଵସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଭଦ୍ରକ: ଝୁଲନ୍ତା ଅଵସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଟାଉନ ଥାନା ଆଞ୍ଚଳରେ । ସୂଚନାନୁସାରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ସାହାଡ଼ା ହରିପୁର ଅଞ୍ଚଳର ପୂଜାରାଣୀ ମଲ୍ଲିକ । ସେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ । ତେବେ ଗତ ଏକ ମାସ ହେଵ ସେ ଜଗନ୍ନାଥପୁରର ଏକ ଘରୋଇ ମେସରେ ଭଡାରେ ରହି ଆସୁଥିଲେ । ତେବେ ଗତକାଲି କୌଣସି କାରଣ ଵଶତଃ ନିଜ ରୁମରେ ଭିତର ପଟୁ କବାଟ ଦେଇ ନିଜ ଓଢଣୀ ସାହାଯ୍ୟରେ ଫାଶୀ ଦେଇଥିବା ଦେଖିବାକୁ ମିଳିଛି ।

ଝୁଲନ୍ତା ଅଵସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଆଉ ଏହି ଘଟଣାରେ ମେସ ମାଲିକ ଟାଉନ ପୋଲିସକୁ ଖବର ଦେବା ସହ ତାଙ୍କ ପରିବାରକୁ ଖବର ଦେଇଥିବା ଜଣାପଡିଛି । ତେବେ ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜଵତ କରିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ଖୋଳତାଡ କରୁଛି । ସେପଟେ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.