ETV Bharat / city

ଅମ୍ଫାନର ମୁକାବିଲା ପାଇଁ ଭଦ୍ରକରେ ଆଲର୍ଟ ଅଗ୍ନିଶମ ବାହିନୀ

author img

By

Published : May 19, 2020, 8:29 AM IST

ଅମ୍ଫାନର ମୁକାବିଲା ପାଇଁ ଭଦ୍ରକରେ ଆଲର୍ଟ ଅଗ୍ନିଶମ ବାହିନୀ
ଅମ୍ଫାନର ମୁକାବିଲା ପାଇଁ ଭଦ୍ରକରେ ଆଲର୍ଟ ଅଗ୍ନିଶମ ବାହିନୀ

ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାରେ ପ୍ରସ୍ତୁତ ରହିଛନ୍ତି ଅଗ୍ନିଶମ ବାହିନୀ । ଜିଲ୍ଲାର 9 ଟି ଅଗ୍ନିଶମ ବାହିନୀ ସହ, ସମ୍ବଲପୁର ରେଞ୍ଜର 7ଟି ଟିମ ବାତ୍ୟା ମୁକାବଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଅଧିକ ପଢନ୍ତୁ...

ଭଦ୍ରକ: ସମୁଦ୍ରରେ ଅତି ଭୟଙ୍କର ରୂପ ନେଇଥିବା ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ଆଲର୍ଟରେ ଅଛନ୍ତି ଭଦ୍ରକ ଜିଲ୍ଲାର ଅଗ୍ନିଶମ ବାହିନୀ। ଜିଲ୍ଲାର 9 ଟି ଅଗ୍ନିଶମ ବାହିନୀ ସହ, ସମ୍ବଲପୁର ରେଞ୍ଜର 7ଟି ଟିମ ବାତ୍ୟା ମୁକାବଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

ସମସ୍ତ ଆବଶ୍ୟକୀୟ ଅତ୍ୟାଧୁନିକ ଉପକରଣ ସହିତ ସମ୍ବଲପୁରରୁ ଆସିଥିବା ଅଗ୍ନିଶମ ବାହିନୀର ପ୍ରତିଟି ଟିମରେ ଏହି 9 ଜଣ ରହିଥିବା କହିଛନ୍ତି ବିଭାଗୀୟ ଅଧିକାରୀ। ମୋଟାମୋଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳଦଳ ହୋଇ 170 ଜଣ କର୍ମଚାରୀ ଆସନ୍ନ ବାତ୍ୟା ମୁକାବଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ମୁଖ୍ୟତଃ ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟରେ ଏମାନେ ଯୋଗଦାନ କରିବେ।

ଅମ୍ଫାନର ମୁକାବିଲା ପାଇଁ ଭଦ୍ରକରେ ଆଲର୍ଟ ଅଗ୍ନିଶମ ବାହିନୀ

ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ କୋରୋନା ମହାମାରୀ ଜନିତ ବିଶୋଧନ କାର୍ଯ୍ୟର ମଙ୍ଗ ଧରିଥିବା ଡେପୁଟି ଫାୟାର ଅଫିସର ଟି. କେ. ବାବୁ ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ ଅଗ୍ନିଶମ ବାହିନୀ ପକ୍ଷରୁ ବାତ୍ୟା ମୁକାବଲା ପାଇଁ ମଙ୍ଗ ଧରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.