ETV Bharat / city

ଏମ୍.କେ.ସି.ଜି ରେ ଆନ୍ଦୋଳନରତ ନର୍ସଙ୍କୁ ସମର୍ଥନ ଜଣାଇଲା ବିକାଶ ପରିଷଦ-ଏସ୍.ୟୁ.ସି.ଆଇ

author img

By

Published : Dec 10, 2020, 10:52 PM IST

ବ୍ରହ୍ମପୁର-ସ୍ଥାୟୀ ନିଯୁକ୍ତିରେ ଅଗ୍ରାଧିକାର ପ୍ରଦାନ କରିବା ଦାବି ନେଇ ବ୍ରହ୍ମପୁର ଏମ୍.କେ.ସି.ଜିରେ ଆନ୍ଦୋଳନରତ କୋଭିଡ୍ ଯୋଦ୍ଧା ନର୍ସଙ୍କୁ ସମର୍ଥନ ଜଣାଇଲା ଭାରତୀୟ ବିକାଶ ପରିଷଦ । ଅଧିକ ପଢନ୍ତୁ...

The nurse was supported by the Development Council-SUCI
ଏମ୍.କେ.ସି.ଜି ରେ ଆନ୍ଦୋଳନରତ ନର୍ସଙ୍କୁ ସମର୍ଥନ ଜଣାଇଲା ବିକାଶ ପରିଷଦ-ଏସ୍.ୟୁ.ସି.ଆଇ

ବ୍ରହ୍ମପୁର: ବ୍ରହ୍ମପୁର-ସ୍ଥାୟୀ ନିଯୁକ୍ତିରେ ଅଗ୍ରାଧିକାର ପ୍ରଦାନ କରିବା ଦାବି ନେଇ ବ୍ରହ୍ମପୁର ଏମ୍.କେ.ସି.ଜିରେ ଆନ୍ଦୋଳନରତ କୋଭିଡ୍ ଯୋଦ୍ଧା ନର୍ସଙ୍କୁ ସମର୍ଥନ ଜଣାଇଲା ଭାରତୀୟ ବିକାଶ ପରିଷଦ । ନିଜ ଚାକିରୀ ସ୍ଥାୟୀ କରିବା ପାଇଁ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ଅନଶନରତ ତିନି ହଜାରରୁ ଉର୍ଦ୍ଧ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଭାରତୀୟ ବିକାଶ ପରିଷଦ ତରଫରୁ ସମ୍ପୁର୍ଣ୍ଣ ସମର୍ଥନ କରୁଥିବା ଜଣାଇ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଧାରଣାରତ ସ୍ଵାସ୍ଥକର୍ମୀମାନଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଏମ୍.କେ.ସି.ଜି ରେ ଆନ୍ଦୋଳନରତ ନର୍ସଙ୍କୁ ସମର୍ଥନ ଜଣାଇଲା ବିକାଶ ପରିଷଦ-ଏସ୍.ୟୁ.ସି.ଆଇ

ଏହି ଅବସରରେ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଜୀବନକୁ ବାଜି ଲଗାଇ କୋରୋନା ରୋଗୀଙ୍କୁ ଦୀର୍ଘ ଛଅ ମାସ ଧରି ସେବା କରି ଆସୁଥିବା ନର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା ।

The nurse was supported by the Development Council-SUCI
ଏମ୍.କେ.ସି.ଜି ରେ ଆନ୍ଦୋଳନରତ ନର୍ସଙ୍କୁ ସମର୍ଥନ ଜଣାଇଲା ବିକାଶ ପରିଷଦ-ଏସ୍.ୟୁ.ସି.ଆଇ

ରାଜ୍ୟ ସରକାରଙ୍କ ପକ୍ଷରୁ ବାହାର କରାଯାଇଥିବା ନୂତନ ନିଯୁକ୍ତି ବିଜ୍ଞାପନକୁ ଆଗାମୀ ୧୫ ଦିନ ମଧ୍ୟରେ ରଦ୍ଦ କରି କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ନଚେତ୍ ଭାରତୀୟ ବିକାଶ ପରିଷଦ ରାଜରାସ୍ତାକୁ ଓହ୍ଲାଇବ ବୋଲି କୁହାଯାଇଛି ।

ଏହି ଅବସରରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କିଶୋର ଚନ୍ଦ୍ର ପାତ୍ର, ରମେଶ ଚନ୍ଦ୍ର ସାହୁ, ଗୁରୁ ଚରଣ ପାତ୍ର, ରାଜେନ୍ଦ୍ର ପ୍ରସାଦ, ସୂର୍ଯ୍ୟ ନାରାୟଣ ବେହେରା, ଦୀପକ ପଣ୍ଡା, ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟପଟେ ନର୍ସମାନଙ୍କ ଆନ୍ଦୋଳନକୁ ଏସ୍.ୟୁ.ସି.ଆଇ ସମର୍ଥନ କରିଥିବା ନେଇ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.