ETV Bharat / city

ପୁରୁଷୋତ୍ତମପୁର ଯୁବତୀକୁ ପୋଡ଼ି ଘଟଣା, ପୋଲିସ ହାତରେ ଅଭିଯୁକ୍ତ ପ୍ରେମିକ

author img

By

Published : Jul 28, 2021, 10:49 PM IST

ପୁରୁଷୋତ୍ତମପୁର ଯୁବତୀଙ୍କୁ ପୋଡ଼ି ଘଟଣା, ପୋଲିସ ହାତରେ ଅଭିଯୁକ୍ତ ପ୍ରେମିକ
ପୁରୁଷୋତ୍ତମପୁର ଯୁବତୀଙ୍କୁ ପୋଡ଼ି ଘଟଣା, ପୋଲିସ ହାତରେ ଅଭିଯୁକ୍ତ ପ୍ରେମିକ

ସଇତାନ ପ୍ରେମିକର ଯୋଜନାକୁ ସହଜରେ ବୁଝିନପାରିନଥିଲା ବିଚାରା ପ୍ରେମିକା । ବିବାହ କରିବା ପ୍ରତିଶୃତି ପାଇ ପ୍ରେମିକର ଗ୍ରାମକୁ ଚାଲି ଆସିଥିଲେ ଯୁବତୀ । ଏକ ନିଛାଟିଆ ସ୍ଥାନରେ ସ୍ଫିରିଟ ପକାଇ ଯୁବତୀଙ୍କୁ ନିଆଁ ଲଗାଇଥିଲା ପ୍ରେମିକ । ଅଧିକ ପଢ଼ନ୍ତୁ...

ବ୍ରହ୍ମପୁର: ସଇତାନ ପ୍ରେମିକର ଯୋଜନାକୁ ସହଜରେ ବୁଝିନପାରିନଥିଲା ବିଚାରା ପ୍ରେମିକା । ବିବାହ ପ୍ରତିଶୃତି ପାଇ ପ୍ରେମିକର ଗ୍ରାମକୁ ଚାଲି ଆସିଥିଲେ ଯୁବତୀ । ଏକ ନିଛାଟିଆ ସ୍ଥାନରେ ସ୍ଫିରିଟ ପକାଇ ଯୁବତୀଙ୍କୁ ନିଆଁ ଲଗାଇଥିଲା ପ୍ରେମିକ । MKCG ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହେବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଜିଲ୍ଲାରେ ଏଭଳି ଏକ ଲୋମହର୍ଷକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀ ଜଣକ ମୃତ୍ୟୁ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ସମୁଖରେ ଦେଇଥିବା ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇ ପୋଲିସ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପପୁର ଗ୍ରାମର ପ୍ରେମିକ କୃଷ୍ଣଚନ୍ଦ୍ର ସାହୁଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ପୁରୁଷୋତ୍ତମପୁର ଯୁବତୀଙ୍କୁ ପୋଡ଼ି ଘଟଣା, ପୋଲିସ ହାତରେ ଅଭିଯୁକ୍ତ ପ୍ରେମିକ

ସେପଟେ ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ମୃତ ଯୁବତୀ ଜଣଙ୍କ ଗଞ୍ଜାମ ଜିଲ୍ଲା ବୁଗୁଡା କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗା ବୋଲି ଜଣା ପଡ଼ିଛି । ସେ ଗତ କିଛିବର୍ଷ ଧରି କୃଷ୍ଣଚନ୍ଦ୍ରଙ୍କୁ ଭଲ ପାଇ ଆସୁଥିଲେ । ହେଲେ ଯୁବତୀ ଜଣଙ୍କ ବ୍ରାହ୍ମଣ ପରିବାରର ହୋଇଥିବା ବେଳେ ଯୁବକଙ୍କ ବେକାରୀ ସମସ୍ୟା ଓ ଅନ୍ୟ ଜାତି ବିବାହରେ ବାଧକ ସାଜିଥିଲା। ଏହାକୁ ନେଇ ଯୁବତୀଙ୍କ ସହିତ ଯୁବକଙ୍କ ବିଭିନ୍ନ ସମୟରେ ମତାନ୍ତର ଲାଗି ରହୁଥିଲା । ଶେଷରେ ଗତକାଲି(ମଙ୍ଗଳବାର) ଏଥିରେ କ୍ରୋଧନ୍ବିତ ହୋଇ ଯୁବକ ଜଣକ ଯୁବତୀଙ୍କ ଉପରେ ସ୍ପିରିଟ ଢାଳି ନିଆଁ ଲଗାଇଥିଲେ ।

ଏଭଳି ଏକ ଜଘନ୍ୟ ଘଟଣାପରେ ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ ପୁରଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ମୃତ ଯୁବତୀଙ୍କ ପିତା ତାଙ୍କ କନ୍ୟାକୁ କୃଷ୍ଣଚନ୍ଦ୍ର ବାରମ୍ୱାର ହଇରାଣ କରି ଆସୁଥିବା ଅଭିଯୋଗ କରିଛନ୍ତି ।

ମୃତ ଯୁବତୀଙ୍କ ସାନ ଭଉଣୀ ଠାରୁ ସମସ୍ତ ଘଟଣା ସେ ଜାଣିବାକୁ ପାଇଥିବା କଥା କହିଛନ୍ତି । ଯୁବତୀ ଜଣଙ୍କ ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାର ମୁଜାଗଡ ସ୍ୱାସ୍ଥକେନ୍ଦ୍ରରେ ଲ୍ୟାବ ଟେକ୍ନେସିଆନ୍ ଭାବରେ ନିଯୁକ୍ତି ପାଇଥିଲେ । ହେଲେ ଗତକାଲି ଏଭଳି ଘଟଣା ଘଟିବା ପରେ ପୋଲିସ ପ୍ରଶାସନ ଠାରୁ ଖବର ପାଇ ସେମାନେ ପହଞ୍ଚିବା ବେଳକୁ ଝିଅର ମୃତ୍ୟୁ ହୋଇଯାଇଥିଲା । ଏହି ମାମଲାରେ ଦୋଷୀକୁ ଫାଶି ଦଣ୍ଡ ଦେବାକୁ ଦାବି କରିଛନ୍ତି ଯୁବତୀଙ୍କ ବାପା ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.