ETV Bharat / city

କାର କ୍ୟାବିନରେ ମୁମ୍ବାଇ ଯାଉଥିଲା ଗଞ୍ଜେଇ, ବ୍ରହ୍ମପୁରରେ ଧରିନେଲା ପୋଲିସ

author img

By

Published : Aug 28, 2022, 1:25 PM IST

ମୋହନାରୁ ମୁମ୍ବାଇକୁ ହେଉଥିଲା ଚାଲଣ , କାର ଭିତରୁ ଜବତ ହେଲା ୧୨୦ କିଲୋ ଗଞ୍ଜେଇ
ମୋହନାରୁ ମୁମ୍ବାଇକୁ ହେଉଥିଲା ଚାଲଣ , କାର ଭିତରୁ ଜବତ ହେଲା ୧୨୦ କିଲୋ ଗଞ୍ଜେଇ

ମୋହନାରୁ ମୁମ୍ବାଇ ଚାଲାଣ ହେଉଥିବା ବେଳେ କାର ମଧ୍ୟରୁ 120 କିଲୋ ଗଞ୍ଜେଇ ଜବତ । ଏ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶାଦ୍ରବ୍ୟ ଚୋରା ଚାଲାଣ । ଅବକାରୀ ଗୁଇନ୍ଦା ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ନିଶା ମାଫିଆ । ଦିନ ଦ୍ବି-ପ୍ରହର ଆଇନକୁ ଭୟ ନ କରି ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଏମିତି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । ମୋହନା ଅଞ୍ଚଳରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା 120 କିଲୋଗ୍ରାମ ଗଞ୍ଜେଇକୁ ଜବତ କରିଛି ଗୁଇନ୍ଦା ବିଭାଗ । ଏହାସହ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ୟୁନେସ ମେହବୁବ ଶେକ୍ ଏବଂ ଶାହିଦ୍ ସାକିଲ ବୋଲି ଜଣାପଡିଛି । ତେବେ, ଏ ଗଞ୍ଜେଇ ଚୋରାଚାଲଣରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ନାଁ ନାହିଁ । ସେନେଇ ତଦନ୍ତ ଆରମ୍ଭ କରିଛି ଗୁଇନ୍ଦା ବିଭାଗ ।

ମୋହନାରୁ ମୁମ୍ବାଇକୁ ହେଉଥିଲା ଚାଲଣ , କାର ଭିତରୁ ଜବତ ହେଲା ୧୨୦ କିଲୋ ଗଞ୍ଜେଇ

ଏହାବି ପଢନ୍ତୁ: କାରରେ ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

ଅବକାରୀ ବିଭାଗର ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କ ସୂଚନା ଅନୁସାରେ, ମୋହନା ଅଞ୍ଚଳରୁ ମହାରାଷ୍ଟ୍ର ଅଭିମୁଖେ ଏକ ଗଞ୍ଜେଇ ଭର୍ତ୍ତି ଗାଡି ଯାଉଥିବା ନେଇ ବିଶେଷସୂତ୍ରରୁ ଖବର ମିଳିଥିଲା ଗୁଇନ୍ଦା ବିଭାଗକୁ । ପରେ ଅବକାରୀ ବିଭାଗର ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କୁ ନେଇ ଗଠିତ ଏକ ଟିମ ବ୍ରହ୍ମପୁର ସହରର ଫାଷ୍ଟ ଗେଟ ଅଞ୍ଚଳରେ ଛପି ରହିଥିଲେ । ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଗାଡିକୁ ଅଟକାଇବାକୁ ପ୍ରୟାସ କରିଥିଲେ। ହେଲେ କାର ଭିତରେ ଥିବା ନିଶା ମାଫିଆ ଅବକାରୀ ଅଧିକାରୀଙ୍କୁ ଦେଖି ଦୌଡିବାକୁ ଲାଗିଥିଲେ । ହେଲେ ଅଧିକାରୀଙ୍କ ଉଦ୍ୟମ କ୍ରମେ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା ।

ଗାଡିର ଏକ ସ୍ବତନ୍ତ୍ର କ୍ୟାବିନ ମଧ୍ୟରେ ରେଡ ବେଳେ ବାହାରିଥିଲା 120 କିଲୋ ଗଞ୍ଜେଇ । ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ 20 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ମାମଲାରେ ସମ୍ପୃକ୍ତ ରହିଥିବା ମହାରାଷ୍ଟ୍ର ଅଞ୍ଚଳର ୟୁନେସ ମେହବୁବ ସେକ ଏବଂ ଶାହିଦ୍ ସାକିଲକୁ ଗିରଫ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.