ETV Bharat / state

କାରରେ ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

author img

By

Published : Aug 19, 2022, 7:39 PM IST

GANJA SMUGGLING THROUGH CAR IN SAMBALPUR POLICE SEIZED VEHICLE
କାରରେ ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

କାରରେ କୋରାପୁଟରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ସମ୍ବଲପୁର ଅବକାରୀ ବିଭାଗ । ଏକ କାରରେ କୋରାପୁଟରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଳାଣ ହେଉଥିଲା । ସମ୍ବଲପୁର ଅବକାରୀ ଟିମ ଯାଂଚ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଵା ସହ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଅଧିକ ପଢନ୍ତୁ

ସମ୍ବଲପୁର: ଅବକରୀ ବିଭାଗକୁ ମିଳିଛି ବଡ ସଫଳତା । କାରରେ କୋରାପୁଟରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ଅବକାରୀ ବିଭାଗ । ସମ୍ବଲପୁର ଅବକାରୀ ଟିମ ଯାଂଚ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଵା ସହ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ।

କାରରେ ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

ସୂଚନା ଅନୁସାରେ, ଆଜି ଅବକାରୀ ବିଭାଗର ଟିମ ସମ୍ବଲପୁର ଝାରସୁଗୁଡା ବିଜୁ ଏସ୍କପ୍ରେସ ୱେ ର ଶାସନ ଥାନା କିଳାସମା ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାରରେ ଗଞ୍ଜେଇ ଚାଳାଣ ହେଉଥିବା ସୂଚନା ପାଇଥିଲା । ଏନେଇ ଗାଡିକୁ ପିଛା କରି କାବୁ କରିଥିଲେ । ଏହି ଗାଡିଟି ୟୁପି ରାଜ୍ୟର ନମ୍ବରରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଗାଡିର ସିଟ ତଳେ ଗଞ୍ଜେଇ ରଖାଯାଇ ଚତୁରତା ସହ ଗଞ୍ଜେଇ ଚୋରା ଚାଳାଣ କରାଯାଉଥିଲା । ତେବେ ଅବକାରୀ ଟିମ ଗାଡି ମଧ୍ୟରୁ ପାଖାପାଖି ୧କୁଇଣ୍ଟାଲ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୧୮୫୦୦ ଟଙ୍କା ଓ ୨ ମୋବାଇଲକୁ ଜବତ କରିଛି । ଏଥିସହ ଗଞ୍ଜେଇ ଚୋରାଚାଳାଣ ଘଟଣାର ଅବକାରୀ ବିଭାଗ ବିହାର ରାଜ୍ୟର ୨ ଜଣ ଓ ଉତ୍ତର ପ୍ରଦେଶ ରାଜ୍ୟର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଳାଣ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.