ETV Bharat / city

ସନ୍ଧ୍ୟାରୁ ଫେରିନଥିଲେ ଘରକୁ, ସକାଳୁ ରାସ୍ତାରୁ ମିଳିଲା ମୃତଦେହ

author img

By

Published : Jul 10, 2022, 11:56 AM IST

ସନ୍ଧ୍ୟାରୁ ଫେରିନଥିଲେ ଘରକୁ, ସକାଳୁ ରାସ୍ତାରୁ ମିଳିଲା ମୃତଦେହ
ସନ୍ଧ୍ୟାରୁ ଫେରିନଥିଲେ ଘରକୁ, ସକାଳୁ ରାସ୍ତାରୁ ମିଳିଲା ମୃତଦେହ

ଗଞ୍ଜାମରେ ବିଭତ୍ସ ହତ୍ୟାକାଣ୍ଡ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁରୀକାଳୁଆ ରାସ୍ତାରୁ ଜଣେ ଯୁବକର ମୃତଦେହକୁ ଠାବ କରିଛି ପୋଲିସ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଗଞ୍ଜାମରେ ବିଭତ୍ସ ହତ୍ୟାକାଣ୍ଡ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁରୀକାଳୁଆ ରାସ୍ତାରୁ ଜଣେ ଯୁବକର ମୃତଦେହକୁ ଠାବ କରିଛି ପୋଲିସ । ମୃତକ ହେଲେ ବ୍ରହ୍ମପୁର ଖଲାସୀ ସାହିର ଶିବ ବେହେରା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ମୃତ ଶିବ ବେହେରା ଗତକାଲି(ଶନିବାର)ଜଣେ ଯୁବକଙ୍କ ସହ ସନ୍ଧ୍ୟା ସମୟରେ ଘରୁ ଯାଇ ଆଉ ଫେରିନଥିଲେ । ତେବେ ଆଜି(ରବିବାର) ସକାଳୁ ତାଙ୍କ ମୃତଦେହ ରାସ୍ତା ଉପରେ ପଡିରହିଥିବା ଦେଖି ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଥିଲା । ଶିବଙ୍କ ଛାତି, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କେଉଁ କାରଣରୁ ଏଭଳି ବିଭତ୍ସ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.