ETV Bharat / city

ଜମିଜମା ବିବାଦରୁ ପୋଲସରାରେ ବିଭତ୍ସ ହତ୍ୟା

author img

By

Published : Aug 9, 2022, 8:09 AM IST

ଜମିଜମା ବିବାଦରୁ ବିଭତ୍ସ ହତ୍ୟା
ଜମିଜମା ବିବାଦରୁ ବିଭତ୍ସ ହତ୍ୟା

ଜମିଜମାକୁ କେନ୍ଦ୍ର କରି ପାତାଳସିଙ୍ଗି ଗାଁରେ ହତ୍ୟାକାଣ୍ଡ । ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଜମିଜମା ବିବାଦରୁ ଗଡିଲା ମୁଣ୍ଡ । କ୍ଷେତରେ ଚାଷ କରୁଥିବା ବେଳେ ଚାଷୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ପଞ୍ଚୁ ସାହୁ । ମିଳିଥିବା ସୂଚନା ଅନୁଯାୟୀ, ପାତାଳସିଙ୍ଗି ଗ୍ରାମରେ ମୃତ ପଞ୍ଚୁ ସାହୁ ଓ ସେହି ଗ୍ରାମର ସୁବଳ ସାହୁଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ର କରି ସୋମବାର ପଞ୍ଚୁ ବିଲରେ ଚାଷ କରିଥିବା ସମୟରେ ସୁବଳ ସାହୁ ଓ ତାଙ୍କ ତିନି ପୁଅ ମିଳିତ ଭାବରେ ଏକ ଟାଙ୍ଗିଆରେ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ଜମିଜମା ବିବାଦରୁ ବିଭତ୍ସ ହତ୍ୟା

ଫଳରେ ପଞ୍ଚୁଙ୍କ ପେଟ, ଗୋଡ ଓ ମୁହଁରେ ଗଭିର ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.