ETV Bharat / city

ଗଞ୍ଜାମ ସାନ-ରାମଚନ୍ଦ୍ରପୁର ଗାଁରେ ଗୋଷ୍ଠୀ ସଂର୍ଘଷ, ୭ ଆହତ

author img

By

Published : Jun 24, 2020, 7:32 AM IST

ଗଞ୍ଜାମ ସାନ-ରାମଚନ୍ଦ୍ରପୁର ଗାଁରେ ଗୋଷ୍ଠୀ ସଂର୍ଘଷ,୭ ଆହାତ
ଗଞ୍ଜାମ ସାନ-ରାମଚନ୍ଦ୍ରପୁର ଗାଁରେ ଗୋଷ୍ଠୀ ସଂର୍ଘଷ,୭ ଆହାତ

ମହାମାରୀ ସମୟରେ ରଣକ୍ଷେତ୍ର ପାଲଟିଲା ଗଞ୍ଜାମ ଜିଲ୍ଲା ସାନ ରାମଚନ୍ଦ୍ରପୁର ଗାଁ । ଗାଁର 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 7 ଆହତ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଗତ କିଛି ଦିନ ଧରି ଲାଗି ରହିଥିବା ଅଶାନ୍ତି ଶେଷରେ ଉଗ୍ର ରୂପ ନେଇଛି । କୋରୋନା ମହାମାରୀ ସମୟରେ ରଣକ୍ଷେତ୍ର ପାଲଟିଲା ଗଞ୍ଜାମ ଜିଲ୍ଲାର ସାନ ରାମଚନ୍ଦ୍ରପୁର ଗାଁ । ଗାଁରୁ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 7ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । କିଏ କାହାର ଗାଡି, ଘରର ଆସବାବ ପତ୍ର ଟିଭି ଓ ଫ୍ରିଜକୁ ଭଙ୍ଗାରୁଜା କରିଛନ୍ତି । ଏଭଳି ପରିସ୍ଥିତିକୁ ଦେଖି ପୋଲିସ ହସ୍ତକ୍ଷେପ କରିବା ସହ ମୃଦୁ ଲାଠି ଚାଳନା ମଧ୍ୟ କରିଛି ।

ସାନ-ରାମଚନ୍ଦ୍ରପୁର ଗାଁରେ ଗୋଷ୍ଠୀ ସଂର୍ଘଷ,୭ ଆହାତ

ଗତ କିଛି ଦିନ ଗାଁକୁ ସଟଡାଉନ କରିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସଟଡାଉନକୁ ଗାଁର ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରୁଥିଲେ । ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗି ରହିଥିଲା । ମଙ୍ଗଳବାର ପୋଖରୀରେ ସ୍ନାନ କରିବାକୁ ନେଇ ଗୋଟିଏ ଗୋଷ୍ଠୀ ସ୍କୁଲ ସଫା କରିବା ସମୟରେ ଅନ୍ୟ ଏକ ଗୋଷ୍ଠୀକୁ ଅତର୍କିତ ଆକ୍ରମଣ କରିଥିଲେ । ଉଭୟ ପକ୍ଷରୁ ଆହତ ହେବା ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.