ETV Bharat / city

ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା ଘଟଣା: ଡ୍ରାଇଭର ହିଁ ରଚିଥିଲା ଷଡଯନ୍ତ୍ର, 3 ଗିରଫ

author img

By

Published : Jun 20, 2020, 10:01 AM IST

ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା ଘଟଣା; ଡ୍ରାଇଭର ହିଁ ରଚିଥିଲା ଷଡଯନ୍ତ୍ର, 3 ଗିରଫ
ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା ଘଟଣା; ଡ୍ରାଇଭର ହିଁ ରଚିଥିଲା ଷଡଯନ୍ତ୍ର, 3 ଗିରଫ

ବ୍ରହ୍ମପୁର ହିଲପାଟଣାରେ ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା । ହତ୍ୟାକାଣ୍ଡରେ 3 ଅଭିଯୁକ୍ତ ଗିରଫ । 2 ଫେରାର । ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ସୁନା ଲୁଟ କରିବା ପାଇଁ ନିଜ ଡ୍ରାଇଭର ହିଁ ଏହି ହତ୍ୟାକାଣ୍ଡ ରଚିଥିବା ସୂଚନା ।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁ ଥାନା ହିଲପାଟଣାରେ ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ 5 ଜଣଙ୍କ ମଧ୍ୟରୁ 3 ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ 2 ଜଣ ଫେରାର ଅଛନ୍ତି ।

ଏହି ହତ୍ୟାକାଣ୍ଡର କାରଣ ପୋଲିସ ଖୁଲାସା କରିଛି । ଦୁଗ୍ଧ ବ୍ୟବସାୟୀ ଲମ୍ବୋଦୋର ମୁନିଙ୍କୁ ତାଙ୍କ ଗାଡିର ଡ୍ରାଇଭର ରୂପେଶ ପାଢୀ ଓରଫ୍‌ ଲାଲା ହିଁ ହତ୍ୟା କରିବାର ଷଡଯନ୍ତ୍ର ରଚିଥିଲା ବୋଲି ପୋଲିସ କହିଛି ।

ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା ଘଟଣା; ଡ୍ରାଇଭର ହିଁ ରଚିଥିଲା ଷଡଯନ୍ତ୍ର, 3 ଗିରଫ

ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ସୁନା ଲୁଟ କରିବା ଲକ୍ଷ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିଛି । ପୋଲିସ ପ୍ରଥମ ପର୍ଯ୍ୟାୟରେ ଗାଡିର ଡ୍ରାଇଭର ସମେତ ତାର ଦୁଇ ସହଯୋଗୀଙ୍କୁ ମିଶାଇ ତିନି ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି ।

ତେବେ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଚିହ୍ନଟ କରିସାରିଛି । ଖୁବଶ୍ରୀଘ୍ର ଫେରାର ଅଭିଯୁକ୍ତ ଧରାପଡିବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ।

ପୂର୍ବରୁ ହତ୍ୟାର ଶିକାର ହୋଇଥିବା ବ୍ୟବସାୟୀଙ୍କ ସହ ଗାଡି ଚାଳକ ରୂପେଶ୍ ପାଢୀଙ୍କ ମଧ୍ୟରେ ମନମାଳିନ୍ୟ ରହିଥିଲା । ଏହାସହ ବ୍ୟବସାୟୀଙ୍କ ପାଖରେ ନିୟମିତ ଭାବେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବାରୁ ଡ୍ରାଇଭର ଏଭଳି ଯୋଜନା କରିଥିବା କୁହାଯାଇଛି ।

ଗିରଫ ତିନି ଅଭିଯୁକ୍ତ ରୂପେଶ୍ ପାଢୀ, ଶିବ ମହାଙ୍କୁଡ଼ ଓ ରଞ୍ଜିତ ସାହୁ ଓରଫ ନାକାଙ୍କ ଠାରୁ ପୋଲିସ ମୋଟ ନଗଦ 4 ଲକ୍ଷ ଟଙ୍କା ସହ ସୁନା ଚେନ୍, ମୁଦି ଏବଂ କାନ ଫୁଲ ଭଳି ହତ୍ୟା ସମୟରେ ଲୁଟ ହୋଇଥିବା 90 ପ୍ରତିଶତ ସୁନା ଅଳଙ୍କାରକୁ ଜବତ କରିଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଘଟଣା ଦିନ ଅଭିଯୁକ୍ତମାନେ ପ୍ରଥମେ ଲୁଟ ତରାଜ କରିବା ପରେ ଲମ୍ବୋଦରଙ୍କ ବେକକୁ ଏକ ଗାମୁଛାରେ ଶ୍ବାସ ରୁଦ୍ଧ କରି ହତ୍ୟା କରିଥିବା କୁହାଯାଇଛି । ସୂଚନାଥାଉକି, ଗତ 13 ତାରିଖ ଦିନ ବ୍ୟବସାୟୀ ଲମ୍ବୋଦରଙ୍କର ହତ୍ୟା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.