ETV Bharat / city

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି ସରକାରଙ୍କ କଟକଣା

author img

By

Published : Jan 8, 2021, 7:57 PM IST

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସରକାରଙ୍କ କଟକଣା ବାଧକ; କମେଶ୍ୱର ତ୍ରିପାଠୀ
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସରକାରଙ୍କ କଟକଣା ବାଧକ; କମେଶ୍ୱର ତ୍ରିପାଠୀ

ସର୍ବସାଧାରଣଙ୍କ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ତେବେ କୋଭିଡ ନେଗେଟିଭ ରିପୋର୍ଟ ପାଇଁ ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ କୋଭିଡ ନେଗେଟିଭ ରିପୋର୍ଟ ବଦଳରେ କୋଭିଡ ଗାଇଡ଼ ଲାଇନରେ ରାଜ୍ୟ ସରକାର ଦର୍ଶନ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ଓଡ଼ିଶା ସେବାୟତ ସଂଘର ସଭାପତି । ଅଧିକ ପଢନ୍ତୁ...

ବାରିପଦା: ଦୀର୍ଘ ୯ ମାସ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଧର୍ମାନୁଷ୍ଠାନ । କୋଭିଡ ନିୟମ ଅନୁଯାୟୀ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିଥିବା ବେଳେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସରକାରଙ୍କ କଟକଣା ବାଧକ; କମେଶ୍ୱର ତ୍ରିପାଠୀ

ପୁରୀରେ ମହାପ୍ରଭୁଙ୍କୁ ଶ୍ରଦ୍ଧାଳୁ ମାନେ କୋଭିଡ ନେଗେଟିଭ ରିପୋର୍ଟ ଦାଖଲ ପରେ ଦର୍ଶନ କରିପାରୁଛନ୍ତି । ତେବେ ରାଜ୍ୟ ସେବାୟତ ସଂଘର ସଭାପତି କମେଶ୍ୱର ତ୍ରିପାଠୀ ଏହାକୁ ବିରୋଧ କରି ଆଜି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ ନକରାଯାଉ, କେବେଳ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଶ୍ରଦ୍ଧାଳୁ କୋଭିଡ ନେଗେଟିଭ ରିପୋର୍ଟକୁ ଜାଲିଆତି କରି ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ନଜରକୁ ଆସୁଛି ଯାହା କୋଭିଡ ନେଗେଟିଭ ରିପୋର୍ଟର ମାନେ କିଛି ରହୁନାହିଁ । ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ପଦକ୍ଷେପ ନନେଲେ ରାଜ୍ୟ ସେବାୟତ ସଙ୍ଘ ଆଗକୁ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.